Advertisment

ପୁଣି ECIଙ୍କ ବଦଳି ଛାଟ...୨ ଜିଲ୍ଲାପାଳ, ୫ ଏସପି ଓ କେନ୍ଦ୍ରାଞ୍ଚଳ IGଙ୍କୁ ଟ୍ରାନସଫର୍ ଅର୍ଡର

ଭୋଟ୍ ଆଗରୁ ଭାରତୀୟ ନିର୍ବାଚନ କମିଶନଙ୍କ ପୁଣି ଏକ ବଡ଼ ଆକ୍ସନ । ଓଡ଼ିଶାର ଦୁଇ ଜିଲ୍ଲାପାଳ ଓ ପାଞ୍ଚ ଏସପିଙ୍କ ସହ କେନ୍ଦ୍ରାଞ୍ଜଳ ପୋଲିସ ଆଇଜିଙ୍କୁ ଦେଇଛନ୍ତି ବଦଳି ଆଦେଶ ।

author-image
Santosh Kumar Sahoo
undefined

ECI directs transfer of DMs, SPs

ପୁଣି ECIଙ୍କ ବଦଳି ଛାଟ । ଏଥର ଆସିଛି ୨ ଜିଲ୍ଲାପାଳ, ୫ ଏସପି ଓ କେନ୍ଦ୍ରାଞ୍ଚଳ ପୋଲିସ୍ ଆଇଜିଙ୍କୁ ଟ୍ରାନସଫର୍ ଅର୍ଡର । ଯେଉଁଥିରେ କଟକ କଲେକ୍ଟର ବୀନିତ ଭରଦ୍ୱାଜ ଓ ଜଗତସିଂହପୁର କଲେକ୍ଟର ପାରୁଲ ପଟୱାରୀଙ୍କୁ ଆସିଛି ବଦଳି ଆଦେଶ । ସେମିତି ୫ SP, ଯେମିତିକି- ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସପି ଶ୍ରବଣା ବିବେକ, ଖୋର୍ଦ୍ଧା ଏସପି ବି. ଯୁଗଳ କିଶୋର, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ଓ କଟକ ଡିସିପି କନୱର ବିଶାଲ ସିଂହଙ୍କ ସହ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହଙ୍କୁ ବି ଆସିଛି ବଦଳି ନିର୍ଦ୍ଦେଶ । ଭାରତୀୟ ନିର୍ବାଚନ କମିଶନ୍, ନିଜ ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି-ଏସବୁ ଅଫିସରମାନଙ୍କୁ ନିର୍ବାଚନ ସଂପର୍କିତ କାମ ନଥିବା ପଦବୀକୁ ହିଁ ବଦଳି କର । ତା ସହ ବଦଳି ନିର୍ଦ୍ଦେଶାନାମା ଉପରେ କି ପ୍ରକାର ଆକ୍ସନ ନେଲ, ସନ୍ଧ୍ୟା ୫ଟା ସୁଦ୍ଧା ଅବଗତ କରିବାକୁ ବି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଇସିଆଇ ।

Advertisment

ଏଠି ପ୍ରଶ୍ନ- ସାଧାରଣ ନିର୍ବାଚନ ଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ହଠାତ୍ କାହିଁକି ଆଠ ଆଠ ଜଣ ଟପ୍ ଅଫିସରଙ୍କୁ ଇସିଆଇଙ୍କ ପାଖରୁ ଆସିଲା ବଦଳି ନିର୍ଦ୍ଦେଶ ? କ’ଣ ଦୀର୍ଘ ଦିନ ଧରି ଏମାନେ ନିର୍ଦ୍ଦିଷ୍ଟ ସ୍ଥାନରେ କାମ କରୁଥିଲେ ? ନା ଏମାନଙ୍କ ବିରୋଧରେ ଥିଲା ଡ୍ୟୁଟିରେ ପକ୍ଷପାତିତା ଅଭିଯୋଗ ? ତାହା ସ୍ପଷ୍ଟ ହୋଇନଥିବା ବେଳେ ବଦଳିକୁ ନେଇ ତେଜିଛି ରାଜନୈତିକ ବୟାନବାଜି । କଂଗ୍ରେସ ଓ ବିଜେପିଙ୍କ ଅଭିଯୋଗ ବ୍ଲକ୍ ଅଫିସରୁ ଉପରସ୍ତର ଯାଏଁ ସବୁଠି ସରକାରୀ କର୍ମଚାରୀ ଓ ଅଧିକାରୀମାନେ ଶାସକ ଦଳର କର୍ମୀଭାବେ କାମ କରୁଛନ୍ତି । ଇସିଆଇ ଯାହା ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ, ଆଗକୁ ଏଭଳି ପଦକ୍ଷେପ ଜାରି ରହିଲେ ନିରପେକ୍ଷ ନିର୍ବାଚନ ଆଶା କରାଯାଇପାରେ। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିନାହିଁ ।

ପୂର୍ବରୁ ଗତ ମାର୍ଚ୍ଚ ୨୧ରେ ECIଙ୍କ ପକ୍ଷରୁ ମଧ୍ୟ ଆସିଥିଲା ଏକ ବଦଳି ନିର୍ଦ୍ଦେଶ । ସେତେବେଳେ ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କ ସହ ଦେବଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ ଓ କଟକ ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡାଙ୍କୁ ବଦଳି ପାଇଁ ଆସିଥିଲା ଅର୍ଡର। ଏମାନେ ସମସ୍ତେ ଅଣକ୍ୟାଡର ଅଫିସର ହୋଇଥିବାରୁ ନିର୍ବାଚନ ସମୟରେ ସେମାନଙ୍କୁ ବଦଳି ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ କମିଶନ।

Advertisment

BJD Election Commission BJP Congress General Elections 2024
Advertisment
Advertisment