Advertisment

ବିଜେପିରେ ସାମିଲ ହେଲେ ଅଭିନେତା ଆକାଶ ଦାସନାୟକ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ ଆକାଶ।

author-image
Manoranjan Behera
Akash Das Nayak

Akash Das Nayak

ବିଜେପିରେ ସାମିଲ ହେଲେ ପୂର୍ବତନ କୋରେଇ ବିଧାୟକୱ ତଥା ଓଲିଉଡ୍‌ ଅଭିନେତା ଆକାଶ ଦାସନାୟକ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସାମିଲ ହେଲେ ଆକାଶ। ଅଭିନେତା ଅରିନ୍ଦମ ରାୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଆକାଶଙ୍କ ସମର୍ଥକ ମଧ୍ୟ ବିଜେପିରେ ମିଶିଲେ। କାଲି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ପୂର୍ବରୁ ଅବିନେତା ଅରିନ୍ଦମ ରାୟ ମଧ୍ୟ ବିଜେଡି ଛାଡ଼ି ପଦ୍ନରେ ମିଶିଥିଲେ।

Advertisment

ତେବେ ଅନ୍ତରଆତ୍ମାର ସ୍ୱର, ଆତ୍ମସମ୍ମାନ, ଅଭିମାନ ପାଇଁ ଓ କୋରେଇ ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଥିଲେ ଆକାଶ। ମୋ ଜୀବନ ସମାଜ ସେବା ପାଇଁ ଓ କୋରେଇ ବାସୀଙ୍କ ସେବା ପାଇଁ ସମର୍ପିତ। ଆଗାମୀ ଦିନରେ କୋରେଇ ବାସୀଙ୍କ ଭଲ ପାଇବାକୁ ପାଥେୟ କରି ମୋର ସମର୍ଥକ ଓ ସାଥୀଙ୍କ ପରାମର୍ଶରେ ମୋର ଆଗାମୀ କାର୍ଯ୍ୟ ପନ୍ଥା ନିର୍ଦ୍ଧାରଣ କରିବି ବୋଲି କହିଥିଲେ ଆକାଶ। ଆକାଶ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡିରୁ କୋରେଇ ବିଧାୟକ ଥିଲେ।

ସିନେଷ୍ଟାର ଶୂନ୍ୟ ହୋଇଯିବ କି ବିଜେଡି ? ୧୯ବେଳେ ହାଉଯାଉ ହେଉଥିଲେ, ହେଲେ ୨୪ ବେଳକୁ ସବୁ ବାଏ ବାଏ କରିଦେଲେ। ଆଗେ ସିଦ୍ଧାନ୍ତ ମହାପାତ୍ର ଓ ଅରିନ୍ଦମ ରାୟଙ୍କ ପରେ ଏକାଥରେ ଦୁଇ ଦୁଇଜଣ ଓଲିଉଡ୍ ଅଭିନେତା ଆକାଶଦାସ ନାୟକ ଓ ଅନୁଭବ ମହାନ୍ତି ବି ବିଜେଡିକୁ କରିଛନ୍ତି ଅଲବିଦା।

Advertisment
BJP Ollywood Actor General Elections 2024
Advertisment
Advertisment