ମହାରାଷ୍ଟ୍ରର ଠାକରେ ପରିବାରକୁ ରାଜନୈତିକ ପଶାପାଲିରେ ହରାଇବାକୁ ଠାକରେ ପରିବାରର ସହାୟତା ନେଉଛି ବିଜେପି । ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀକୁ ହରାଇବାକୁ ତାଙ୍କ କାକା ପୁଅ ଭାଇ ରାଜ ଠାକରେଙ୍କ ସହିତ ବିଜେପି ମେଣ୍ଟ କରିବାକୁ ଯାଉଛି ।
ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପିର କସରତ । ଗତକାଲି ବିଳମ୍ବିତ ରାତିରେ ସରିଲା ଦଳର କୋର୍ କମିଟି ବୈଠକ । ଆଜି ପୁଣି ଓଡ଼ିଶା ସଂପର୍କରେ ହେବ ବିସ୍ତୃତ ଆଲୋଚନା । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକ ରାତି ପ୍ରାୟ ୨ଟା ଯାଏଁ ଚାଲିଥିଲା ।
ନବୀନ ନିବାସରେ ପୁରୀ ନେତାଙ୍କୁ ଡାକି ପ୍ରାର୍ଥୀଙ୍କୁ ଗ୍ରୀନ୍ ସିଗନାଲ । ପୁରୀ ନେତାଙ୍କୁ ଡାକି ଟାସ୍କ ଦେଇଛି ବିଜେଡି ।
ବଡ଼ ମିଶ୍ରଣ ପର୍ବ ଓ କୋର କମିଟି ବୈଠକ ପରେ ଦିଲ୍ଲୀରେ ମନମୋହନ ।
ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ବୈଠକ । ବରିଷ୍ଠ ଅଧିକାରୀଙ୍କ ସହ ମିଟିଂ ପରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ।
ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ । ରାଜ୍ୟପାଳ ପଦରୁ ତାମିଲିସାଇ ସୌନ୍ଦରରାଜନଙ୍କ ଇସ୍ତଫା । ତାମିଲନାଡୁରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଭିତରେ ସେ ଇସ୍ତଫା ଦେଇଛନ୍ତି ।
ଗତକାଲି ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ପାଲନାଡୁରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। NDAରେ ସାମିଲ ହୋଇଥିବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କ ସହ ମେଗା ରାଲି କରିଛନ୍ତି ମୋଦି।
ନିର୍ବାଚନ ତାରିଖ ଘୋଷଣା ସହ ଜୋର୍ ଧରିଲା ଟିକେଟ୍ କସରତ୍। ହାତରେ ସମୟ କମ୍, ଏଣେ ବିଦ୍ରୋହୀଙ୍କୁ ମ୍ୟାନେଜ୍ ଟେନ୍ସନ୍। ତାରି ଭିତରେ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଛନ୍ତି ଯୋଦ୍ଧା ବଛା ପ୍ରକ୍ରିୟା। ଟିକେଟ ଅଙ୍କ ଛିଡାଇବାକୁ ଶୀର୍ଷ ନେତୃତ୍ବ ତନ୍ନ ତନ୍ନ କରି ଆଲୋଚନା କରୁଛନ୍ତି। ଏଣେ ରାଜନୈତିକ ସମୀକ୍ଷକଙ୍କ ମତ ବିଜେପି ଓ କଂଗ୍ରେସ ଅପେକ୍ଷା ବିଦ୍ରୋହୀଙ୍କ ପାଇଁ ବିଜେଡିର ଟେନସନ୍ ବଢିଯାଇଛି।
ବାଜିଲା ନିର୍ବାଚନୀ ବିଗୁଲ୍। ତେଜିଲା ଟିକେଟ୍ କସରତ। ବିଜେଡି, ବିଜେପି, କଂଗ୍ରେସ। ଦକ୍ଷ ପ୍ରାର୍ଥୀ ବାଛିବାରେ ଲାଗି ପଡ଼ିଛନ୍ତି ତିନି ଦଳ। ସର୍ଭେ ରିପୋର୍ଟ ଆଧାରରେ ଅଙ୍କ କଷୁଛନ୍ତି ଶୀର୍ଷ ନେତୃତ୍ୱ।
ବିଜେଡିକୁ କେହି ପସନ୍ଦ କରୁ ନାହାନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ବହୁ ଦିନ ପରେ ସେ ଦଳୀୟ ଅଫିସକୁ ଫେରି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।
ଓଡ଼ିଶାରେ ବିଜେପି ସରକାର ହେବ । ବିଜେଡିକୁ କେହି ପସନ୍ଦ କରୁ ନାହାଁନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବହୁ ଦିନ ପରେ ସେ ଦଳୀୟ ଅଫିସକୁ ଯାଇ କର୍ମୀଙ୍କୁ ଭେଟିଥିଲେ ।
ରାଜ୍ୟ ବିଜେପି ଚୂଡ଼ାନ୍ତ କଲା ପ୍ରାର୍ଥୀ ତାଲିକା। ମୋହର ମାରିବ କେନ୍ଦ୍ରୀୟ ସଂସଦୀୟ ବୋର୍ଡ। ଗୋଟେ ପଟେ ନିର୍ବାଚନ ତାରିଖ ଘୋଷଣା କରୁଥିଲେ କମିଶନ। ଅନ୍ୟପଟେ ଓଡ଼ିଶା ଦଖଲ ପାଇଁ ରାଜ୍ୟ କାର୍ଯ୍ୟାଳୟରେ କସରତ ଚଳାଇଥିଲା ବିଜେପି।
ରାଜ୍ୟ ବିଜେପି ଚୂଡ଼ାନ୍ତ କଲା ପ୍ରାର୍ଥୀ ତାଲିକା। ମୋହର ମାରିବ କେନ୍ଦ୍ରୀୟ ସଂସଦୀୟ ବୋର୍ଡ। ଗୋଟେ ପଟେ ନିର୍ବାଚନ ତାରିଖ ଘୋଷଣା କରୁଥିଲେ କମିଶନ। ଅନ୍ୟପଟେ ଓଡ଼ିଶା ଦଖଲ ପାଇଁ ରାଜ୍ୟ କାର୍ଯ୍ୟାଳୟରେ କସରତ ଚଳାଇଥିଲା ବିଜେପି।
ଆଜି ନିର୍ବାଚନ କମିଶନର ଆଗାମୀ ଲୋକସଭା ଓ ୪ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ଠିକ୍ ଏହି ପୂର୍ବରୁ ଅନୁରାଧା ବିଜେପିରେ ଯୋଗ ଦେଉଥିବାରୁ ତାଙ୍କୁ ବିଜେପି ଲୋକସଭା ପାଇଁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି।
ଅରିନ୍ଦମ ରାୟଙ୍କ ଇସ୍ତଫା ପରେ ନେତାମାନେ ଏମିତି ମତ ଦେଇଥିବା ଚର୍ଚ୍ଚା । ଗତକାଲି ବବିଙ୍କ ଭିଣୋଇ ଅରିନ୍ଦମ ବିଜେଡି ଛାଡ଼ି ବିଜେପି ଯାଇଥିଲେ । କିଛି ଦିନ ତଳେ ବବିଙ୍କ ମାମୁ ଭବାନୀ ଜଗଦ୍ଦେବ ବି ପଦ୍ମ ଧରିଥିଲେ । ତେବେ ନେତାମାନଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିନି ।
ମେଣ୍ଟ ସସପେନ୍ସ ପଛର ସତ କ’ଣ। କିଏ ଓ କାହିଁକି ଏହି ଚର୍ଚ୍ଚାକୁ ଆଗକୁ ବଢଉଛି। ଖାଲି ନେତା ନୁହେଁ ମେଣ୍ଟ ଗୋଲକ ଧନ୍ଦାକୁ ନେଇ ଜନତା ଜନାର୍ଦ୍ଦନ ବି ଦ୍ୱନ୍ଦ୍ୱରେ।
ଦିଲ୍ଲୀରେ ଇଣ୍ଡିଆ ଟୁଡେର କନକ୍ଲେଭରେ ଯୋଗଦେଇ ଶାହା କହିଛନ୍ତି, ଓଡ଼ିଶାରେ ବିଜେପି କେମିତି ଆଗକୁ ବଢ଼ିବ ସେନେଇ କାର୍ଯ୍ୟ କରୁଛୁ। ତା’ସହ ଶାହା କହିଛନ୍ତି, ଓଡ଼ିଶାରେ ବିଜେପିର ଭୋଟ ହାର ଭଲ ବଢ଼ିବ।
ମେଣ୍ଟ ସସପେନ୍ସ ପଛର ସତ କ’ଣ। କିଏ ଓ କାହିଁକି ଏହି ଚର୍ଚ୍ଚାକୁ ଆଗକୁ ବଢଉଛି। ଖାଲି ନେତା ନୁହେଁ ମେଣ୍ଟ ଗୋଲକ ଧନ୍ଦାକୁ ନେଇ ଜନତା ଜନାର୍ଦ୍ଦନ ବି ଦ୍ୱନ୍ଦ୍ୱରେ।
ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ । ଭୁବନେଶ୍ୱର ବିଜେପି ମୁଖ୍ୟାଳୟରେ ପହଞ୍ଚି ବିଜେପିରେ ମିଶିଛନ୍ତି ଅରିନ୍ଦମ ରାୟ ।
ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରିବାକୁ ମଧ୍ୟ ଘୋଷଣା କରିଛି ଦଳ ।
ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ ।
ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଆସୁଥିବା ଅନୁଦାନ କାର୍ଯ୍ୟରେ ସମିତିସଭ୍ୟ ବା ସଭ୍ୟାଙ୍କର ସ୍ବାକ୍ଷର ରଖିବାକୁ ସେମାନେ ଦାବି କରିଛନ୍ତି।
ମାମଲାର ପ୍ରାରମ୍ଭିକ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପଙ୍କ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଆଡ଼ଭୋକେଟ ଜେନେରାଲ।
ଦିଲ୍ଲୀରୁ ଫେରି ଭିନ୍ନ ଭିନ୍ନ ମନ୍ତବ୍ୟରେ ଦ୍ବନ୍ଦ୍ବକୁ ଆହୁରି ବଢ଼ାଇଲେ ମନମୋହନ ।