Advertisment

ବିଜେପିର ପ୍ରାର୍ଥୀ ଘୋଷଣା: ୧୭ ବିଧାୟକ ରିପିଟ୍‌, ୨ MLAଙ୍କ କଟିଲା ଟିକେଟ୍‌

୧୧୨ ଜଣିଆ ପ୍ରାର୍ଥୀଙ୍କ ମଧ୍ୟରେ ୧୭ ଜଣ ବିଧାୟକଙ୍କୁ ପୁଣି ଥରେ ଟିକେଟ୍‌ ଦେଇଛି ଭାରତୀୟ ଜନତା ପାର୍ଟି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
BJP Candidate

BJP Candidate

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ୧୧୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଏଥିରେ ୪୯ ଜଣ ନୂଆ ଚେହେରା ଥିବା ବେଳେ ୬୩ ଜଣଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି ଦଳ । ଏମାନଙ୍କ ଭିତରେ ମହିଳା ପ୍ରାର୍ଥୀ ମଧ୍ୟ ଅଛନ୍ତି । ୧୧୨ ଜଣିଆ ପ୍ରାର୍ଥୀଙ୍କ ମଧ୍ୟରେ ୧୭ ଜଣ ବିଧାୟକଙ୍କୁ ପୁଣି ଥରେ ଟିକେଟ୍‌ ଦେଇଛି ଭାରତୀୟ ଜନତା ପାର୍ଟି। ସେହିପରି ଆଜି ବିଜେପି ପକ୍ଷରୁ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରୁ ୨ ଜଣ ବିଧାୟକଙ୍କ ଟିକେଟ୍‌ କଟିଛି। ମାଲକାନଗିରି ଓ ବ୍ରହ୍ମଗିରିର ବିଜେପି ବିଧାୟକଙ୍କ ଟିକେଟ କଟିଛି।

Advertisment

ପ୍ରଥମ ପର୍ଯ୍ୟାୟ ବିଜେପି ପ୍ରାର୍ଥୀ ତାଲିକାରେ ଟିକେଟ୍‌ ପାଇଥିବା ୧୭ ବିଧାୟକ ହେଉଛନ୍ତି ତଲସରାରୁ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ରୁ କୁସୁମ ଟେଟେ, ବିରମିତ୍ରପୁରରୁ ଶଙ୍କର ଓରାମ, ରେଙ୍ଗାଲୀରୁ ନାଉରୀ ନାୟକ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ଦେଓଗଡ଼ରୁ ସୁବାସ ପାଣିଗ୍ରାହୀ, କେନ୍ଦୁଝରରୁ ମୋହନ ଚରଣ ମାଝୀ, ଜଶୀପୁରରୁ ଗଣେଶ ରାମ ଖୁଣ୍ଟିଆ, ଉଦଳାରୁ ଭାସ୍କର ମଢେଇ, ବଡସାହିରୁ ସନାତନ ବିଜୁଳି, ବାରିପଦାରୁ ପ୍ରକାଶ ସୋରେନ, ଧାମନଗରରୁ ସୂର୍ଯ୍ୟବଂଶୀ ସୂରଜ, ଲୋଇସିଂହାରୁ ମୁକେଶ ମହାଲିଙ୍ଗ, ଉମରକୋଟ ନିତ୍ୟାନନ୍ଦ ଗଣ୍ଡ, ଭବାନୀପାଟଣାରୁ ପ୍ରଦୀପ୍ତ କୁମାର ନାଏକ, ପୁରୀରୁ ଜୟନ୍ତ କୁମାର ଷଡଙ୍ଗୀ, ପାରଳାଖେମୁଣ୍ଡିରୁ କେ ନାରାୟଣ ରାଓ ।

ସେହିପରି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀଙ୍କ ଟିକେଟ୍‌ କଟିଛି। ବ୍ରହ୍ମଗିରି ବିଧାନସଭା ଆସନରେ ଉପାସନା ମହାପାତ୍ରଙ୍କୁ ଟିକେଟ୍‌ ମିଳିଥିବାବେଳେ ମାଲକାନଗିରିରୁ ନରସିଂହ ମାଡକାମୀଙ୍କୁ ଭରସା କରିଛି ବିଜେପି।

Advertisment
BJP General Elections 2024 BJP MLA
Advertisment
Advertisment