/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712072337.jpg)
Jayaram Pangi - Giridhara Gamang
କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦୁଇ ହେଭିୱେଟ୍ ନେତା ଜୟରାମ ପାଙ୍ଗୀ ଓ ଗିରିଧର ଗମାଙ୍ଗ ନିରାଶ। ବାରମ୍ବାର ଦଳ ବଦଳାଇ ଶେଷରେ କଂଗ୍ରେସକୁ ଆସିଥିବା ଉଭୟ ନେତାଙ୍କୁ ବିଶ୍ୱାସକୁ ନେଇନି ଦଳ। ପୂର୍ବତନ ସାଂସଦ ତଥା ବିଧାୟକ ଜୟରାମ ପାଙ୍ଗୀ ବିଜେଡି, ବିଜେପି ଓ BRS ଛାଡ଼ି ଗତବର୍ଷ ଡିସେମ୍ବରରେ କଂଗ୍ରେସରେ ଯୋଗ ଦେଇଥିଲେ । ସେ ଏଥର ପଟ୍ଟାଙ୍ଗି ଆସନରୁ କଂଗ୍ରେସ ବିଧାନସଭା ଟିକେଟ୍ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଥିଲା ।
ତେବେ ପଟ୍ଟାଙ୍ଗିରୁ ରାମଚନ୍ଦ୍ର କାଡ଼ାମଙ୍କୁ ଟିକେଟ ଦେଇଛି ଦଳ। ଗତଥର ବିଜେପି ଟିକେଟରେ ଲୋକସଭା ଲଢ଼ି ପରାଜିତ ହୋଇଥିଲେ ଜୟରାମ ପାଙ୍ଗୀ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ପରିବାରକୁ ମଧ୍ୟ ନିରାଶ ହେବାକୁ ପଡ଼ିଛି । ପତ୍ନୀ ଓ ପୁଅଙ୍କ ସହ ବିଜେପି ଓ BRS ଦେଇ ପୁଣି କଂଗ୍ରେସକୁ ଫେରିଥିଲେ ଗିରିଧର । ଚର୍ଚ୍ଚା ହେଉଥିଲା ଯେ, ତାଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଏଥର ଗୁଣୁପୁରରୁ କଂଗ୍ରେସ ଟିକେଟ୍ ଆଶାୟୀ ଥିଲେ । ହେଲେ ସେଠାରୁ ସତ୍ୟଜିତ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଛି ଦଳ ।
ଗିରିଧରଙ୍କ ପୁଅ ଶିଶିର ଗମାଙ୍ଗ ଗତଥର ବିଜେପିରୁ ଗୁଣପୁର ଆସନରୁ ଲଢ଼ିଥିଲେ । ଏଥର କଂଗ୍ରେସ ଟିକେଟରେ ସେ ନବରଙ୍ଗପୁର ଲୋକସଭା ପାଇଁ ଆଶାୟୀ ଥିଲେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଭୁଜବଳ ମାଝୀଙ୍କୁ ଦଳ ପ୍ରାର୍ଥୀ ହେବା ପରେ ତାଙ୍କୁ ବି ନିରାଶ ହେବାକୁ ପଡ଼ିଥିବା କୁହାଯାଉଛି।... ତେବେ ଏନେଇ ଜୟରାମ ପାଙ୍ଗୀ କି ଗମାଙ୍ଗ ପରିବାରର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)