• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଦିଲ୍ଲୀରୁ ଫେରିଲେ ବିଜେଡି ଉପରେ ବର୍ଷିଲେ ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ । କହିଲେ ଦୁର୍ଗର ପତନ ହେଉଛି । ବିଜେଡି ଭଲ ଭାବେ ଜାଣି ସାରିଲାଣି ତାଙ୍କ ସ୍ଥିତି ଆଉ ନାହିଁ । ଦୁର୍ଗ ପତନର ବେଳ ବିଜୁ ଜନତା ଦଳ ଭଲ ଭାବେ ଜାଣିସାରିଲାଣି । ୨୦୨୪ ଜୁନ୍ ମାସରେ ପରିବର୍ତ୍ତନ ଆପଣ ଲକ୍ଷ୍ୟ କରିବେ ବୋଲି କହିଛନ୍ତି ଭର୍ତ୍ତୃହରି । 

ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ସଂକଳ୍ପକୁ ଆଗକୁ ନେବା ପାଇଁ ସେ ଆହ୍ବାନ ଦେଇଛନ୍ତି । କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ଭର୍ତ୍ତୃହରି । ଦିଲ୍ଲୀରେ ବିଜେପିରେ ସାମିଲ ହେବା ପରେ ତାଙ୍କୁ କଟକ ଲୋକସଭା ଆସନରୁ ଲଢ଼ିବା ପାଇଁ ଦଳ ପକ୍ଷରୁ ଟିକଟ ମିଳିଛି । ତେବେ ଆଜି ଦିଲ୍ଲୀରୁ ଫେରିବା ପରେ ଭର୍ତ୍ତୃହରିଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା । ଭର୍ତ୍ତୃହରିଙ୍କ ମନ୍ତବ୍ୟ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ଅନ୍ୟପଟେ ପ୍ରତିଦିନ ହେଉଛି ମିଶ୍ରଣ ପର୍ବ । ୨୪ ନିର୍ବାଚନ ପୂର୍ବରୁ ନେତାଙ୍କ ଏତେ ଦଳ ଡିଆଁ ଓଡ଼ିଶା ରାଜନୀତିରେ ପ୍ରଥମ । ସବୁଠୁ ଅଧିକ ବିଜେଡି ହାତ ଛାଡୁଛନ୍ତି ନେତା । ଏଯାଏଁ ୨ ସାଂସଦ, ୪ ବିଧାୟକ ଆଉ ୭ରୁ ଅଧିକ ପୂର୍ବତନ ବିଧାୟକ ବିଜେଡିକୁ ବାୟ ବାୟ କରି ସାରିଲେଣି । ଆଉ ପ୍ରାୟ ସମସ୍ତେ ଏବେ ପଦ୍ମ କ୍ୟାମ୍ପରେ । କାରଣ ଏଥର ବିଜେଡି ଯେତେ ଚେଷ୍ଟା କଲେ ବି ଅସନ୍ତୁଷ୍ଟ ମ୍ୟାନେଜ୍ କରିବା ଏକ ପ୍ରକାର ଅସମ୍ଭବ ହୋଇ ଯାଇଛି । 

ସେପଟେ ଆଜି ବିଜେପିରେ ସାମିଲ ହେଲେ ପୂର୍ବତନ କୋରେଇ ବିଧାୟକ ତଥା ଓଲିଉଡ୍‌ ଅଭିନେତା ଆକାଶ ଦାସନାୟକ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସାମିଲ ହେଲେ ଆକାଶ । ଅଭିନେତା ଅରିନ୍ଦମ ରାୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଆକାଶଙ୍କ ସମର୍ଥକ ମଧ୍ୟ ବିଜେପିରେ ମିଶିଲେ । କାଲି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ପୂର୍ବରୁ ଅବିନେତା ଅରିନ୍ଦମ ରାୟ ମଧ୍ୟ ବିଜେଡି ଛାଡ଼ି ପଦ୍ନରେ ମିଶିଥିଲେ ।