Advertisment

କାହାକୁ ଦେବେ ଟିକେଟ.. ଦୋ'ଛକିରେ ତିନିଦଳ..ୱେଟ୍ ଆଣ୍ଡ ୱାଚ୍ ପଲିସି ଆପଣେଇଛି ବିଜେଡି

ମାର୍ଚ୍ଚ ୨୭ରେ ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ଦୁଇ ଦଫାରେ ୧୫ ଜଣିଆ ଲୋକସଭା ପ୍ରାର୍ଥୀ ଓ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ। ହେଲେ ଏପଟେ ଯେମିତି ଦଳରୁ ଅସନ୍ତୁଷ୍ଟ ନେତାଙ୍କ ଘଳିଆ ପଡ଼ିଗଲାଣି। ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ସାଂସଦ, ବିଧାୟକ, ନେତା।

author-image
Manoranjan Behera
undefined

General Election 2024

ଭୋଟ୍ ବିଗୁଲ୍ ବାଜିବାର ଦୁଇ ସପ୍ତାହ ପରେ ବି ପ୍ରାର୍ଥୀ ଘୋଷଣାକୁ ନେଇ ରାଜ୍ୟରେ ଦୋଛକିରେ ତିନି ଦଳ। ଦଳ ଡିଆଁକୁ ନେଇ ଛକାପଞ୍ଝା ସ୍ଥିତି। ବିଶେଷ କରି ବଢୁଥିବା ବିଦ୍ରୋହକୁ ନେଇ ଅଡୁଆରେ ଶାସକ ବିଜେଡି। ଖାସ୍ ସେଇଥିପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିଲେ ବି ୱେଟ୍ ଆଣ୍ଡ ୱାଚ୍ ପଲିସିରେ ବିଜେଡି ବାକି ୭୫ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ନାଁ ଘୋଷଣା କରୁନଥିବା କୁହାଯାଉଛି। ସେହିପରି ବିଜେପି ସମସ୍ତ ଲୋକସଭା ପ୍ରାର୍ଥୀ ଘୋଷଣା କରିଥିଲେ ବି ଏଯାଏଁ MLA ପ୍ରାର୍ଥୀରେ ହାତ ମାରି ନାହିଁ। ଆଉ କଂଗ୍ରେସ୍ ତ ଆଦୌ ଖାତା ଖୋଲିନି।

Advertisment

ମାର୍ଚ୍ଚ ୨୭ରେ ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ଦୁଇ ଦଫାରେ ୧୫ ଜଣିଆ ଲୋକସଭା ପ୍ରାର୍ଥୀ ଓ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ। ହେଲେ ଏପଟେ ଯେମିତି ଦଳରୁ ଅସନ୍ତୁଷ୍ଟ ନେତାଙ୍କ ଘଳିଆ ପଡ଼ିଗଲାଣି। ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ସାଂସଦ, ବିଧାୟକ, ନେତା। ଆଉ ପ୍ରାୟ ସମସ୍ତେ ସିଧା ମାରୁଛନ୍ତି ପଦ୍ମ ପୋଖରୀକୁ ଡିଆଁ। ଯେମିତିକି କାଲି ଶଙ୍ଖ ଛାଡୁ ଛାଡୁ ଭୁବନେଶ୍ୱର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପଦ୍ମ ଧରିଥିଲେ। ଆଉ ଆଜି ପଦ୍ମ ଗାମୁଛା ବେକରେ ପକେଇଛନ୍ତି କାଲି ବିଜେଡି ଛାଡିଥିବା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ।

ତେଣେ ଦଳରେ ବଢୁଥିବା ଅସନ୍ତୋଷକୁ ନେଇ ଟେନସନରେ ବିଜେଡି ଦଳପତି। କୁହାଯାଉଛି, ଏଣିକି ବିଜେପି ତାଲିକାକୁ ଦେଖି ଦଳ ତାର ପରବର୍ତ୍ତୀ ପ୍ରାର୍ଥୀ ଘୋଷଣା କରିବ। ସେଇଥିପାଇଁ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ୨୮ ବିଧାନସଭା ଆସନ ମଧ୍ୟରୁ ୯ଟି ସିଟ୍ ପାଇଁ ଯଦିଓ ଅଙ୍କକଷା ଶେଷ ହୋଇଛି, ହେଲେ ତାଲିକା ପ୍ରକାଶ କରାଯାଉନି। ଏବେ ବି ବିବାଦ ଥିବା ନିର୍ବାଚନ ମଣ୍ଡଳୀର ନେତାଙ୍କୁ ଡାକି ନବୀନ ନିବାସରେ ଘନ ଘନ ବୁଝାସୁଝା ଚାଲିଛି।

Advertisment

ସେହିପରି ବିଜେପି ଏହା ଭିତରେ ଦୁଇ ଦଫାରେ ସମସ୍ତ ୨୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିଲେ ବି ବିଧାନସଭା ପ୍ରାର୍ଥୀଙ୍କ ନାଁ  ଘୋଷଣାକୁ ଝୁଲାଇ ରଖିଛି। କୁହାଯାଉଛି ପାଖାପାଖି ଶହେ ନାଁ ଚୂ଼ଡ଼ାନ୍ତ ହୋଇଥିଲା ବେଳେ ବାକି ଆସନକୁ ନେଇ ଅଙ୍କକଷା ଜାରି ରହିଛି। ଅନ୍ୟପଟେ ମାର୍ଚ୍ଚ ପ୍ରଥମ ସପ୍ତାହରେ ୬୦ ନାଁ ଘୋଷଣା କରିବାକୁ କହିଥିବା କଂଗ୍ରେସ କିନ୍ତୁ ମାସ ପୂରିଗଲା ସିନା, ଜଣେ ବି ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପାରିଲାନି।

ଏସବୁ ଭିତରେ ଟିକେଟ୍ ଘୋଷଣାକୁ ନେଇ ତିିନି ଦଳରେ ରାଜନୈତିକ ବୟାନବାଜି ବି ତେଜିଛି। ବିଜେଡି କହିଛି, ପ୍ରାର୍ଥୀ ନଥିବାରୁ ପଦ୍ମଦଳ ଏଯାଏଁ ଗୋଟିଏ ବି ବିଧାନସଭା ଆସନରେ ପ୍ରାର୍ଥୀ ଦେଇ ପାରିନି। ବିଜେପି କହିଛି, କାହାର ସାର୍ଟିଫିକେଟ୍ ଆମର ଦରକାର ନାହିଁ। ସରକାରକୁ କ୍ଷମତାରୁ ହଟାଇବାକୁ ଦଳ ପାଖରେ ବଛାବଛା ପ୍ରାର୍ଥୀ ଅଛନ୍ତି। କଂଗ୍ରେସର ସେଇ ଘୋଷା, ନାଁ ପଠେଇଛୁ, ହାଇକମାଣ୍ଡ ନିଷ୍ପତ୍ତି ନେବେ।

ପ୍ରାୟ ୧୫ ଦିନ ଧରି ଓଡ଼ିଶା ରାଜନୀତିରେ ମେଣ୍ଟ ଚର୍ଚ୍ଚା ତିନି ଦଳର ପ୍ରାର୍ଥୀ ବଛା କସରତକୁ ମନ୍ଥର କରିଦେଇଥିଲା। ୨୨ ମାର୍ଚ୍ଚରେ ବିଜେପି ରାଜ୍ୟ ସଭାପତିଙ୍କ ଏକାକୀ ଲଢ଼େଇ ଘୋଷଣା ପରେ ୨୪ରେ ଆସିଥିଲା ଦଳର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା। ଆଉ ଏହାର ଦୁଇ ଦିନ ପରେ ୨୭ ତାରିଖିରେ ବିଜେଡି ୧୫ ଲୋକସଭା ଓ ୭୨ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଥିଲା। ହେଲେ କଂଗ୍ରେସ କିନ୍ତୁ ଟିକେଟ୍ କସରତରେ ବହୁ ପଛରେ
ପଡ଼ିଯାଇଛି।

BJD BJP Congress Odisha Politics General Election 2024
Advertisment
Advertisment