• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେପି ପକ୍ଷରୁ କେନ୍ଦ୍ରାପଡ଼ାର ସାଂସଦ ପ୍ରାର୍ଥୀ ହେବା ପରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ତାଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦ୍ରାପଡ଼ାର ହଜାର ହଜାର ଯୁବକ, ଯୁବତୀ, ବୃଦ୍ଧ, ବୃଦ୍ଧା ସମସ୍ତେ ବାହାରି ଆସିଥିଲେ । ଜୟ ଶ୍ରୀରାମ ନାରା ସହ ବୈଜୟନ୍ତ ପଣ୍ଡା ଜିନ୍ଦାବାଦ୍ ନାରାରେ କମ୍ପିଥିଲା ପରିବେଶ । ଏକ ବିଶାଳ ରାଲି କରି ଲୋକେ ତାଙ୍କୁ ପାଛୋଟି ନେଇଥିଲେ । ନିଜର ହେଲିକପ୍ଟର ଯୋଗେ ବୈଜୟନ୍ତ ପହଞ୍ଚିଥିଲେ କେନ୍ଦ୍ରାପଡ଼ାର ଚାନ୍ଦୋଳରେ ।

ବୈଜୟନ୍ତଙ୍କ ଆସିବା ଖୁସିରେ ଅନେକ ଲୋକ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଆଉ କହିଛନ୍ତି ‘ବୈଜୟଙ୍କ ଆମ ନିଜ ଲୋକ । ସେ ଆମର ଭାରି ଘନିଷ୍ଠ । କେନ୍ଦ୍ରାପଡ଼ା ପାଇଁ ସେ ବହୁତ କିଛି କରିଛନ୍ତି । ଚାଷୀଙ୍କ ପାଇଁ ପାଣି ଟାଙ୍କି କରିଛନ୍ତି । ଯାହା ଫଳରେ ଚାଷୀ ଆଜି ଭଲ ଫସଲ କରୁଛି । କେନ୍ଦ୍ରାପଡ଼ାର ବିକାଶରେ ତାଙ୍କର ବଡ଼ ଭୂମିକା ରହିଛି । କେନ୍ଦ୍ରାପଡ଼ା ପାଇଁ ବହୁତ କିଛି କରିବାର ତାଙ୍କ ଉଦେଶ୍ୟ । ବୈଜୟନ୍ତଙ୍କ ପାଇଁ ଆଜି ଆମେ କେନ୍ଦ୍ରାପଡ଼ାବାସୀ ଘରେ ଘରେ ପାଣି ପାଇପାରୁଛୁ ।’

ଅଧିକ ପଢ଼ନ୍ତୁ: ‘କେନ୍ଦ୍ରାପଡ଼ା ବି ଚାହୁଁଛି, ମୋଦି ପୁଣି ପ୍ରଧାନମନ୍ତ୍ରୀ ହୁଅନ୍ତୁ’

‘ଆମେ ଗତ ଥର ଭୁଲ କରିଦେଇଥିଲୁ । ଏଥର କିନ୍ତୁ ବୈଜୟନ୍ତଙ୍କୁ ଭୋଟ ଦେଇ ଜିତାଇବୁ । ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥୀ କରି କେନ୍ଦ୍ରାପଡ଼ା ପଠାଇଛନ୍ତି । ଗତ ଥର ଆମେ ଯେଉଁ ଭୁଲ କରିଥିଲୁ ଏଥର ଆଉ ସେଇ ଭୁଲ କରିବୁନି । ଏଥର ସେହି ଭୁଲର ସଂଶୋଧନ କରିବୁ । ବୈଜୟନ୍ତ ବାବୁ ଆମର ପୁରୁଣା ଲୋକ ପୁରୁଣା ପରିଚିତ । ଆମ ଦୁଃଖ ବୁଝିପାରନ୍ତି ସେ ।’

‘ଦେଶ ବାହାରେ ଯାଇ ପିଲା ଖଟୁଥିଲେ ଆମର । ସେଠି ନିର୍ଯାତନାର ଶିକାର ହେଲେ । କାନ୍ଦୁଥିଲେ ସେଠି । ଏଇ ବୈଜୟନ୍ତ ବାବୁ ସେମାନଙ୍କୁ ଘରକୁ ଫେରାଇ ଆଣିଛନ୍ତି । ବୈଜୟନ୍ତ ବାବୁ ସାରା ଦେଶରେ ପରିଚିତ, ଦେଶ ବାହାରେ ବି ତାଙ୍କର ପରିଚୟ ରହିଛି । ସେ କେବେ ଅର୍ଥ ଚିନ୍ତା କରନ୍ତି ନାହିଁ । ସେ ସବୁବେଳେ ଜନସେବା କଥା ଚିନ୍ତା କରନ୍ତି ।’