/odishatv-khabar/media/post_attachments/uploadimage/library/16_9/16_9_0/Congress_1712072770.jpg)
Congress
କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୮ ଲୋକସଭା ଯୋଦ୍ଧାଙ୍କ ନାଁ । ଜଣେ ପୁରୁଣା (ସପ୍ତଗିରି) ବାକି ସବୁ ନୂଆ । ତାଲିକାରେ କେବଳ ଜଣେ ମହିଳା । ଏଆଇସିସି ପକ୍ଷରୁ ପ୍ରକାଶିତ ତାଲିକାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ଯେଉଁ ୯ଟି ଲୋକସଭା କ୍ଷେତ୍ରରେ ନିର୍ବାଚନ ହେବାକୁ ଅଛି, ସେଥିରୁ ଆସ୍କାକୁ ଛାଡ଼ି ବାକି ସମସ୍ତ ୮ଟି ଅର୍ଥାତ୍ ବରଗଡ଼, ସନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି,ନବରଙ୍ଗପୁର, କନ୍ଧମାଳ, ବ୍ରହ୍ମପୁର ଓ କୋରାପୁଟ୍ ଆସନରେ ପ୍ରାର୍ଥୀ ଦେଇଛି ଦଳ।
ତେବେ ଦଳର ଏକମାତ୍ର ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ତାଙ୍କ ନିଜ ଆସନ କୋରାପୁଟରୁ ରିପିଟ୍ କରିଥିଲା ବେଳେ ଅନ୍ୟ ସବୁଠି ପ୍ରାର୍ଥୀ ବଦଳାଇଛି। ଏକମାତ୍ର ମହିଳା ଭାବେ କଳାହାଣ୍ଡିରୁ ଦ୍ରୌପଦୀ ମାଝୀଙ୍କୁ ଟିକେଟ୍ ମିଳିଥିଲା ବେଳେ ସଂଜୟ ଭୋଇଙ୍କୁ ବରଗଡ଼, ଭୁଜବଳ ମାଝୀଙ୍କୁ ନବରଙ୍ଗପୁର, କନ୍ଧମାଳରୁ ଅମିରଚନ୍ଦ ନାୟକ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ ଓ ବ୍ରହ୍ମପୁର ପାଇଁ ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି କିଛିଦିନ ତଳେ ଅଭିନେତାରୁ ରାଜନେତା ବନିଥିବା ମନୋଜ ମିଶ୍ରଙ୍କୁ ଦଳ ବଲାଙ୍ଗିରରୁ ଟିକେଟ୍ ଦେଇଛି।
ପୂର୍ବରୁ ବିଜେପି ସବୁ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିଲା ବେଳେ ବିଜେଡି ୧୫ଟି ଆସନରେ ପ୍ରାର୍ଥୀ ଦେଇଛି । କଂଗ୍ରେସର ୮ ପ୍ରାର୍ଥୀଙ୍କ ଘୋଷଣା ସହ ୫ଟି ଲୋକସଭା କ୍ଷେତ୍ରରେ ଲଢ଼େଇର ଚିତ୍ର ସ୍ପଷ୍ଟ ହୋଇଯାଇଛି।
ତେବେ ସୁନ୍ଦରଗଡ଼ରେ ବିଜେପିର ଯୋଦ୍ଧା ଜୁଏଲ୍ ଓରାମଙ୍କ ସହ ବିଜେଡିର ଦିଲୀପ ତିର୍କୀ ଏବଂ କଂଗ୍ରେସର ଜନାର୍ଦ୍ଦନ ଦେହୁରୀଙ୍କ ବିଗ୍ ଫାଇଟ୍ । ଜୁଏଲ୍ ଗତ ଥର ଏଇ ସିଟରୁ ବିଜେଡିର ସୁନୀତା ବିଶ୍ୱାଳଙ୍କୁ ୨ ଲକ୍ଷ ୨୩ ହଜାରରୁ ଅଧିକ ଭୋଟରେ ହରାଇଥିଲେ।
ନବରଙ୍ଗପୁରରେ ଏଥର ତିନି ମାଝୀଙ୍କ ଭିତରେ ହେବ ଟକ୍କର। ବିଜେପିର ବଳଭଦ୍ରଙ୍କୁ ଟକ୍କର ଦେବେ ବିଜେଡିର ପ୍ରଦୀପ ଓ କଂଗ୍ରେସର ଭୂଜବଳ। ଗଲା ନିର୍ବାଚନରେ ବି ଏଠି ହୋଇଥିଲା ଜୋରଦାର ଲଢ଼େଇ । କଂଗ୍ରେସ ଟିକେଟରେ ଲଢୁଥିବା ପ୍ରଦୀପ ମାଝୀଙ୍କୁ ମାତ୍ର 41 ହଜାରରୁ ସାମାନ୍ୟ ଅଧିକ ମାରିଜିନରେ ହରାଇ ଜିତିଥିଲେ ବିଜେଡିର ରମେଶ ମାଝୀ।ଏମିତିକି ଏବେ ବିଜେପିରୁ ପ୍ରାର୍ଥୀ ହୋଇଥିବା ବଳଭଦ୍ର ମାଝୀ ବି ତୃତୀୟ ସ୍ଥାନରେ ଥାଇ ବି ୩ ଲକ୍ଷ ୪୨ ହଜାରରୁ ଅଧିକ ଭୋଟ୍ ହାସଲ କରିଥିଲେ।
କୋରାପୁଟ- ଏଠି ବିଜେପି ପ୍ରାର୍ଥୀ କାଳୀରାମ ମାଝୀଙ୍କୁ ଟକ୍କର ଦେବେ ବିଜେଡିର ରିପିଟ୍ ପ୍ରାର୍ଥୀ କୌଶଲ୍ୟା ହିକକା ଓ କଂଗ୍ରେସର ସାଂସଦ ସପ୍ତଗିରି ଉଲ୍ଲାକା। ସପ୍ତଗିରି ଗତଥର ବିଜେଡିକୁ ଏଠି କଡ଼ା ଫାଇଟ୍ ଦେଇ ଏଠୁ ମାତ୍ର ୩ ହଜାର ୬୧୩ ଭୋଟରେ ଜିତିଥିଲା ବେଳେ, ଏଥର ଲଢ଼େଇ ଆହୁରି ଜୋରଦାର ହେବା ଆଶା କରାଯାଉଛି।
ସେହିପରି କଳାହାଣ୍ଡିରେ ବିଜେପିର ମାଳବିକା କେଶରୀ ଦେଓଙ୍କ ସହ ବିଜେଡିର ଲମ୍ବୋଦର ନିଆଲ ଓ କଂଗ୍ରେସର ଦ୍ରୌପଦୀ ମାଝୀଙ୍କ ଭିତରେ ଟକ୍କର ହେବାକୁ ଯାଉଥିଲା ବେଳେ କନ୍ଧମାଳରେ ବିଜେପିର ସୁକାନ୍ତ କୁମାର ପାଣିଗ୍ରାହୀ, ବିଜେଡିର ଅଚ୍ୟୁତ ସାମନ୍ତ ଓ କଂଗ୍ରେସର ଅମୀର ଚାନ୍ଦ ନାୟକଙ୍କ ଭିତରେ ଲଢ଼େଇ ସ୍ପଷ୍ଟ ହୋଇଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)