• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶ ମିରଟ ସଂସଦୀୟ କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ପପୁଲାର୍ ରାମାୟଣ ସିରିଏଲର ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ । ତାଙ୍କ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୋଦି । ଆଜି ଉତ୍ତରପ୍ରଦେଶର ପ୍ରଚାର ଅଭିଯାନ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

ସେପଟେ ୟୁପି ଲକ୍ଷ୍ନୌରେ ବସିଛି ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟୀୟ ଉପାଧ୍ୟକ୍ଷ ତଥା ୟୁପି ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ରାଜ୍ୟର ୨ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ନେତା ଏହି ବୈଠକରେ ଉପସ୍ଥିତ ଥିଲେ । ଏଥର ୮୦ରୁ ୮୦ ଲୋକସଭା ସିଟ୍ କୁ ବିଜେପି କ୍ଲିନ୍ ସ୍ୱିପ୍ କରିବ ।

ତା’ସହ ସାରା ଦେଶରେ ୪୦୦ ପାର୍ ଟାଗେର୍ଟ ହାସଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ । ଏଥର ଉତ୍ତରପ୍ରଦେଶରେ ବିଜେପି କ୍ଲିନ ସୁଇପ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଉତ୍ତର ପ୍ରଦେଶର ବିଜେପି ନିର୍ବାଚନ ପ୍ରଭାରୀ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

ସେପଟେ ଉତ୍ତରପ୍ରଦେଶରେ ବିଜେପିର ନିର୍ବାଚନ ପ୍ରସ୍ତୁତି ନେଇ ବରିଷ୍ଠ ନେତାଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ବୈଜୟନ୍ତ ପଣ୍ଡା । ଲକ୍ଷ୍ନୌ ଠାରେ ଅନୁଷ୍ଠିତ ଏହି ନିର୍ବାଚନ ସମୀକ୍ଷା ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ଏଥିସହ ରାଜ୍ୟର ୨ ଉପ ମୁଖ୍ୟମନ୍ତ୍ରୀ, ନବନିଯୁକ୍ତ ୩ ସହ-ପ୍ରଭାରୀ ଓ ରାଜ୍ୟର ଅନ୍ୟ ବରିଷ୍ଠ ବିଜେପି ନେତୃବୃନ୍ଦ ଯୋଗ ଦେଇଥିଲେ ।