Advertisment

ହଷ୍ଟେଲ ଛାତରୁ ଖସି ମାଟ୍ରିକ ପରୀକ୍ଷାର୍ଥୀ ମୃତ

ହଷ୍ଟେଲ ଛାତରୁ ଖସି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ୮ଟା ବେଳେ  କୌଣସି କାରଣରୁ ସେ ହଷ୍ଟେଲ  ଛାତରୁ ଖସି ପଡ଼ିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Newly Married Woman Found Dead

Matric examinee dies after falling from roof

ହଷ୍ଟେଲ ଛାତରୁ ଖସି ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ। ରାୟଗଡା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ବିଷମ କଟକ ବ୍ଲକ ଅନ୍ତର୍ଗତ ବେଥିଆପଡା ପଞ୍ଚାୟତ କପାପଦର ମଙ୍ଗଳ ବିଭାଗ ହାଇସ୍କୁଲରେ ହଷ୍ଟେଲ ଛାତରୁ ଖସି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଘଣ୍ଟିଖାଲ ଗାଁର ଭରତ ବିଡିକା ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଭରତ କପାପଦର ହଷ୍ଟେଲ୍‌ରେ ରହି ମାଟ୍ରିକ ପରୀକ୍ଷା ଦେଉଥିଲେ। ଗତକାଲି ରାତି ୮ଟା ବେଳେ  କୌଣସି କାରଣରୁ ସେ ହଷ୍ଟେଲ  ଛାତରୁ ଖସି ପଡ଼ିଥିଲେ। ସଙ୍ଗେ ସଙ୍ଗେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ୧୦୮ ଆମ୍ବୁାଲନ୍ସ ଯୋଗେ ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଛାତ୍ରଙ୍କ ମୃତ୍ୟୁ ନେଇ ମେଡିକାଲ୍‌ ପକ୍ଷରୁ ପୋଲିସକୁ ଖବର ଦିଆଯାଇ ଥିବାବେଳେ ସ୍ଥାନୀୟ ସରପଞ୍ଚ ଘଟଣାର ତଦନ୍ତ ଦାବି କରିଛନ୍ତି। ପ୍ରକୃତରେ କେଉଁ କାରଣ ପାଇଁ ଛାତ୍ରଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ। ସେ ଛାତରୁ ଖସି ପଡ଼ିଲେ ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା ଜଣାପଡ଼ିନି। 

Advertisment
Accident Student Dies
Advertisment
Advertisment