• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭ୍ୟାନ୍ ମାଡ଼ିଯାଇ ବାପା ଓ ୨ ଝିଅ ମୃତ ନାତି ଗୁରୁତର ହୋଇ ପଡିଛି । ଗଂଜାମ ଗାଙ୍ଗପୁର ଥାନା ଇନ୍ଦନପୁରରେ ଏକ ବାଇକରେ ସମସ୍ତେ ଯାଉଥିବାବେଳେ ଏକ ଭ୍ୟାନ୍ ଧକ୍କା ଦେଇଥିଲା । ବାଇକରେ ୨ ଝିଅ ଓ ନାତିଙ୍କୁ ଧରି ସେ ମୁନିଗାଡ଼ିରୁ ଗାଙ୍ଗପୁର ଯାଉଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଉତ୍ତେଜନାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧ଟା ସମୟରେ ଜୟରାମ ଦୁଇ ଝିଅ ଓ ନାତିକୁ ଧରି ମୁନିଗାଡ଼ିରୁ ଗାଙ୍ଗପୁର ଅଭିମୁଖେ ବାଇକ୍‌ରେ ଯାଉଥିଲେ। ଏହି ସମୟରେ ଇନ୍ଦନପୁର ନିକଟରେ ବାଇକ୍‌କୁ ପିକଅପ୍‌ ଭ୍ୟାନ୍‌ଟି ଧକ୍କା ଦେଇଥିଲା । ଜୟରାମ ଗାଡ଼ି ଚକା ତଳେ ଚାପି ହୋଇଯାଇଥିବା ବେଳେ ଦୁଇ ଝିଅ ଓ ନାତି ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଜୟରାମଙ୍କ ମୃତ୍ୟୁ ହୋଇଯାଇଥିଲା ।

ଅନ୍ୟପଟେ ଦୁଇ ଝିଅ ଓ ନାତିଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ଦୁଇ ଝିଅକୁ ମୃତ ଘୋଷଣା କରିଥିଲେ । ନାତିର ଅବସ୍ଥା ଏବେ ଗୁରୁତର ରହିଥିବା ଜଣାପଡ଼ିଛି ।