Advertisment

ରାସ୍ତାରେ ଜଗି ଥିଲା ଯମ: ବାହାଘରରେ ଯୋଗ ଦେଇ ଫେରୁଥିଲେ, ଘଟିଲା ଏମିତି କିଛି...

ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Accident In Binika

Accident In Binika

ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ରାମପୁର ଥାନା ଅନ୍ତର୍ଗତ ବଡକର୍ଲେ ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ  ବିରଞ୍ଚି ମଲ୍ଲିକ(୬୦) ଓ ଜିତେନ୍ଦ୍ର ବାଗ(୨୫)। ଏମାନଙ୍କ ଘର ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ଗ୍ରୀନଡୋଲା ଗାଁରେ ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଗତକାଲି ବରଗଡ଼ ଜିଲ୍ଲା ବରପାଲି ଥାନା ଗଣ୍ଠିଆପାଲି ଗାଁରୁ ବରଯାତ୍ରୀ ବାହାରି ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଗାଁକୁ ଯାଇଥିଲେ। ସେଠାରେ ବାହାଘରରେ ଯୋଗଦେଇ ଘରକୁ ଫେରୁ ଥିବାବେଳେ ବଡକର୍ଲେ ଗାଁ ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଭାରସାମ୍ୟ ହରାଇ ଗାଡ଼ି ଗଛରେ ପିଟି ହେବା ଯୋଗୁ ଦୁର୍ଘଟଣା ଘଟିଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ରାମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Advertisment
Road Accident Accident
Advertisment
Advertisment