• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଘାଟିରୁ ଖସିଲା ଯାତ୍ରୀବାହୀ ବସ । ୧୫ ଫୁଟ ତଳକୁ ବସ ଖସିବା ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ମର୍ମଦୁନ୍ତ ଦୁର୍ଘଟଣା କନ୍ଧମାଳ ଜିଲ୍ଲା ଋତୁଙ୍ଗିଆ ନିକଟ ଗଣ୍ଡମୁଣ୍ଡା ଘାଟିରେ ଘଟିଛି । ସମସ୍ତ ଆହତଙ୍କୁ ବର୍ତ୍ତମାନ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସ ଓ ଯାତ୍ରୀବାହୀ ଅଟୋ ଯୋଗେ ଆହତ ମାନଙ୍କୁ ହସ୍ପିଟାଲ ଅଣାଯାଉଛି ।

ଆହତଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ରହିଛନ୍ତି । ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ଅନୁମାନ କରାଯାଉଛି । ତେବେ କେଉଁ ପରିସ୍ଥିତିରେ ଓ କିଭଳି ବସଟି ଓଲଟି ପଡିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ବର୍ତ୍ତମାନ ଆହତଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନେଇ ପ୍ରୟାସ ଜାରି ରହିଛି । ଓଁମ ଭବାନୀ ନାମକ ଯାତ୍ରୀବାହୀ ବସଟି ବାଲିଗୁଡାରୁ ବୁଡ଼ାଗୁଡା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।