/odishatv-khabar/media/post_attachments/uploadimage/library/16_9/16_9_0/s_1650605720.jpg)
Five members of a family burnt alive in Chhattisgarh
ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଗଲା କାର୍। ଆଉ ଗାଡ଼ି ଭିତରେ ଥିବା ଗୋଟିଏ ପରିବାରର ୫ ଜଣ ଜୀଅନ୍ତା ଜଳିଗଲେ। ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ଖଇରାଗଡ଼ର ସୁବାସ କୋଚର, ପତ୍ନୀ ଓ ୩ ଝିଅଙ୍କ ସହ ବାଲୋଡରୁ ଖଇରାଗଡ଼ କାର୍ରେ ଫେରୁଥିଲେ। ଗାଡ଼ିଟି ଭାରସାମ୍ୟ ହରାଇ ସିଙ୍ଗାରପୁର ନିକଟରେ ଗଣେଶ ମନ୍ଦିର ନିକଟରେ କଲର୍ଭଟରେ ପିଟି ହୋଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଗାଡ଼ି ଜଳି ଯାଇଥିଲା। ଫଳରେ ଗାଡ଼ି ଭିତରେ ପରିବାରର ୫ ଜଣ ସଦସ୍ୟ ଜୀଅନ୍ତା ଜଳି ଯାଇଥିଲେ। ରାତି ୨ଟାରେ ଏହି ଦୁର୍ଘଟଣା ଘଟିଥିଲା।
ଖବରପାଇ ପୋଲିସ୍ ଓ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୋଲିସ୍ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡ଼ିଛି।
Chhattisgarh | Five members, including 3 children of a family, burnt alive in a fire that broke out in their car after an accident in Rajnandgaon district, police said pic.twitter.com/smlnl01sYn
— ANI MP/CG/Rajasthan (@ANI_MP_CG_RJ) April 22, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)