/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648870946.jpg)
Stone Blasting
ବୌଦ୍ଧ ପୁରୁଣାକଟକ ଥାନା ରତନପୁର ଗାଁରେ କୂଅ ଖନନ ପାଇଁ ପଥର ବ୍ଲାଷ୍ଟିଂ ବେଳେ ଯୁବକ ମୃତ । ମୃତକ ହେଲେ ହରଭଙ୍ଗା ଥାନା ଖରଭୁଇଁ ଗାଁର ସୁରେନ୍ଦ୍ର ବଗର୍ତ୍ତି । ସୂଚନା ଅନୁଯାୟୀ ରତନପୁର ଗାଁର ବିଶିକେଶନ ପ୍ରଧାନ ।
Advertisment
ନିଜ ଘରେ କୂଅ ଖୋଳିବା ପାଇଁ ଚାରିଛକର ସୁମନ୍ତ ସାହୁଙ୍କୁ ଠିକା ଦେଇଥିଲେ । ସୁମନ୍ତ କିଛି ଶ୍ରମିକଙ୍କ ସହାୟତାରେ ବ୍ଲାଷ୍ଟିଂରେ ବ୍ୟବହୃତ ସାମଗ୍ରୀ ସହ କୂଅ ଖୋଳୁଥିଲେ । ଏକ ବିସ୍ଫୋରକ ସାମଗ୍ରୀ କୂଅରେ ପକାଇ ଥିଲେ । ମାତ୍ର ବିସ୍ଫୋରକ ସାମଗ୍ରୀ ନଫୁଟିବା କାରଣ ଜାଣିବାକୁ ସୁରେନ୍ଦ୍ର କୂଅ ଭିତରକୁ ଯାଇଥିଲେ ।
ସୁରେନ୍ଦ୍ର କୂଅ ଭିତରକୁ ପଶିଲା ପରେ ବିସ୍ଫୋରଣ ହୋଇଥିଲା । ଫଳରେ କୂଅ ଭିତରେ ହିଁ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ମୃତକଙ୍କ ପରିବାର ଲୋକେ ଓ ଘର ମାଲିକ ବିଶିକେଶନ ପ୍ରଧାନ ପୁରୁଣାକଟକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)