• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Unique Football Tournament In Koraput
ଟ୍ରଫି କିମ୍ବା ସାଟିଫିକେଟ ନୁହେଁ : ଫୁଟବଲ୍ ମ୍ୟାଚରେ ଜିତିଲେ ଛେଳି ଉପହାର, ହାରିଲେ କୁକୁଡ଼ା

ନିଆରା ଫୁଟବଲ୍ ମ୍ୟାଚ୍ , ଜିତିଲେ ଛେଳି, ହାରିଲେ କୁକୁଡ଼ା । ପଡ଼ିଆ ଭିତରେ ଚାଲିଥାଏ ଫୁଟବଲ୍ ଲଢ଼େଇ ଆଉ ସେପାଖେ ପଡ଼ିଆ ବାହାରେ ବନ୍ଧା ହୋଇଛି ଛେଳି ଆଉ କୁକଡ଼ା । କୋରାପୁଟ ସହର ନିକଟସ୍ଥ ରେଲିକୁମ୍ଭାରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ଏପରି ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା

  • Thursday, 02 September 2021
tokyo-paralympics
ପାରାଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟଙ୍କ ଜବରଦସ୍ତ ପ୍ରଦର୍ଶନ

ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି । ମଙ୍ଗଳବାର ଭାରତକୁ ଶୁଟିଂରେ ବ୍ରୋଞ୍ଜ ପଦକ ଦେଇଛନ୍ତି ସିଂହରାଜ ଅଧାନା । ସିଂହରାଜ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲରେ ସିଂହରାଜ ୨୧୬.୮ ସ୍କୋର ସହ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି ।

Sumit Antil
Tokyo Olympics: ଭାରତକୁ ଆଉ ଏକ ସ୍ୱର୍ଣ୍ଣ, ଜାଭେଲିନ୍ ଥ୍ରୋରେ ସୁମିତ ଅନ୍ତିଲ ଦେଲେ ଉପହାର

ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ଜାଭେଲିନ୍ ଥ୍ରୋରେ ସୁମିତ ଅନ୍ତିଲଙ୍କୁ ସ୍ୱର୍ଣ୍ଣ ପଦକ । ବିଶ୍ୱ ରେକର୍ଡ ସହ ସୁମିତ ଜିତିଲେ ସ୍ୱର୍ଣ୍ଣ ପଦକ । ୬୮.୫୫ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଜିତିଲେ ସ୍ୱର୍ଣ୍ଣ ।

Shooter Avani Lekhara Becomes First Indian Woman To Win Gold At Paralympics
ପାରା ଅଲିମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣ

ଟୋକିଓ ପାରାଅଲିମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣ । ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଅବନୀ ଲେଖରା । ୧୦ ମିଟର ଏୟାର ରାଇଫଲରେ ସେ ଏହି ସଫଳତା ପାଇଛନ୍ତି ।

sundar Singh Gurjar, Devendra Jhajharia
ଜାଭଲିନ୍‌ ଥ୍ରୋରେ ଭାରତକୁ ୨ଟି ପଦକ : ଦେବେନ୍ଦ୍ର ଝାଝାରିଆଙ୍କୁ ରୌପ୍ୟ ଓ ସୁନ୍ଦର ସିଂ ଗୁର୍ଜରଙ୍କୁ ବ୍ରୋଞ୍ଜ ପଦକ

ଜାଭଲିନ୍‌ ଥ୍ରୋରେ ଦେବେନ୍ଦ୍ର ଓ ସୁନ୍ଦରଙ୍କ କମାଲ୍ । ଟୋକିଓ ପାରାଲିମ୍ପିକ୍ସରେ ଦେବେନ୍ଦ୍ର ଝାଝାରିଆ ଏବଂ ସୁନ୍ଦର ସିଂ ଗୁର୍ଜର ଜାଭେଲିନ୍ ଥ୍ରୋ (F46 ବର୍ଗ)ରେ ଭଲ ପ୍ରଦର୍ଶନ କରି ଭାରତ ଝୋଲିରେ ଦେଇଛନ୍ତି ଆଉ ଦୁଇଟି ପଦକ ।

Para shooter Avani Lekhara
ଟୋକିଓ ପାରାଲିମ୍ପିକ୍ସରେ ଅବନୀ ଲେଖରାଙ୍କୁ ଐତିହାସିକ ସ୍ୱର୍ଣ୍ଣ

ଟୋକିଓ ପାରାଲିମ୍ପିକ୍ସରେ ଭାରତର ଅବନୀ ଲେଖରା ସୁଟିରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୧୦ ମିଟର ଏୟାର ରାଇଫଲର କ୍ଲାସ୍ SH1 ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅବନୀ ୨୪୯.୬ ସ୍କୋର କରି ଶୀର୍ଷରେ ରହିଛନ୍ତି । ପାରାଲିମ୍ପିକ୍ସ ଇତିହାସରେ ଭାରତକୁ ସୁଟିରେ ସ୍ୱର୍ଣ୍ଣ ପଦକ ମିଳିବାରେ ଏହା ପ୍ରଥମ ।

Bhavina Patel
ପାରାଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଆଣିଲେ ଭାବିନା

ଶନିବାର ସେମିଫାଇନାଲରେ ଭାବିନା ବିଶ୍ୱର ୩ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ଚୀନ୍‌ର ମିଆଓ ଝାଙ୍ଗଙ୍କୁ ୩-୨ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ। ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା। ଭାବିନାଙ୍କ ବ୍ୟାକହେଣ୍ଡ, ସ୍ପେନ୍ ଓ ଷ୍ଟ୍ରୋତ୍‌ର ଚତ୍ମକାର ଖେଳ ଆଜି ଦେଖିବାକୁ ମିଳିଛି। 

Cheteswar Pujara
Ind vs Eng: ୨୦୧୨ ଇତିହାସ ରିପିଟ୍‌ କରିବେ ଚେତେଶ୍ୱର ପୂଜାରା !

କିଛ ଦିନ ହେବ ଭାରତୀୟ ବ୍ୟାଟ୍ସ ମ୍ୟାନ୍‌ ଚେତେଶ୍ୱର ପୂଜାରା ଭଲ ଫର୍ମରେ ନଥିଲେ । ହେଲେ ଲିଡ୍‌ସରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିବାର ସମ୍ବାବନା ରହିଛି ।

Olympic gold medallist Neeraj Chopra
ପ୍ରତିଯୋଗିତାକୁ ଯିବା ପୂର୍ବରୁ ଜାଭେଲିନ ହଜିଯିବା ଘଟଣାରେ ଏମିତି ପ୍ରତିକ୍ରିୟା ରଖିଲେ ଗୋଲ୍‌ଡେନ ବୟ ନୀରଜ

ଟୋକିଓ ଅଲିମ୍ପିକ୍ସରେ ଜାଭେଲିନରେ ସ୍ୱର୍ଣ୍ଣ ପଦକ ଜିତିଥିବା ଗୋଲଡେନ ବୟ ନୀରଜ ଚୋପ୍ରାଙ୍କୁ ନେଇ ଏବେ ବି ଚର୍ଚ୍ଚା ଥମିନି।   ପ୍ରଥମ ଜାଭେଲିନ୍ ଥ୍ରୋ ପୂର୍ବରୁ ତାଙ୍କର ଜାଭେଲିନ୍ କିଏ ନେଇଯାଇଥିଲା ? ପାକିସ୍ତାନୀ ଆଥଲେଟ୍ ଅର୍ସଦ ନଦୀମ ନେଇଯାଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ପରେ ଏହାକୁ ନିଜେ ଖଣ୍ଡନ କରିଛିନ୍ତି  ନୀରଜ ।  ତାଙ୍କ ମତକୁ ଭିନ୍ନ ଅର୍ଥ କରାଯାଇ ଏଭଳି ରିପୋର୍ଟ ପ୍ରକାଶ ପାଇଥିବା ସେ କହିଛନ୍ତି  

Para Olympics
ଦିବ୍ୟାଙ୍ଗ ଆଥ୍‌ଲେଟ୍‌ଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ କାହିଁକି?

ସରକାରଙ୍କ ଆଖି ଆଢୁଆଳରେ ରହିଯାଇଛି ଏମାନଙ୍କ ସଫଳତା ୧୨ ଜଣ ପାରା ଆଥଲେଟ୍ ଆନ୍ତର୍ଜାତୀୟ ଓ ୨୧ ଜଣ ଜାତୀୟସ୍ତରରେ ପଦକ ଜିତିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣକି ବି ଏଯାଏଁ ଚାକିରି ଦେଇନାହାନ୍ତି। ରାଜ୍ୟ ସରକାର ପ୍ରତିବାଦ ସ୍ୱରୂପ ଓଡ଼ିଶା ପାରା ପ୍ଲେୟାର୍ସ ଫୋରମ ଜାତୀୟ କ୍ରୀଡା ଦିବସକୁ କଳା ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନେବା ସହ  ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛି।

Tokyo 2020 Paralympic Debendra
ଟୋକିଓ ପାରାଲିମ୍ପିକ୍ସରେ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ଦେବେ ରାଜସ୍ଥାନ ଖେଳାଳି !

ଟୋକିଓ ଅଲିମ୍ପିକ୍ସ -୨୦୨୦ ପରେ, ଏବେ ପାରାଲିମ୍ପିକ୍ସ ଉପରେ ସମସ୍ତଙ୍କ ନଜର । ଆଜିଠାରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଟୋକିଓରେ ଆୟୋଜିତ ହେବ ପାରାଲିମ୍ପିକ୍ସ ।

India at Tokyo Paralympics 2021
ଆଜିଠୁ ପାରା ଅଲିମ୍ପିକ୍ସ; ୯ଟି କ୍ରୀଡାରେ ଭାରତର ୫୪ ଆଥଲେଟ୍

ଟୋକିଓ ଅଲିମ୍ପିକ୍ସରେ ସଫଳ ଆୟୋଜନ ପରେ ଆଜିଠାରୁ ଆରମ୍ଭ ହେଉଛି ପାରା ଅଲିମ୍ପିକ୍ସ । ଏଥର ୯ଟି କ୍ରୀଡାରେ ଭାରତର ୫୪ଜଣ ଆଥଲେଟ୍ ଭାଗ ନେଉଛନ୍ତି ।

Award Ceremony of Indian Hockey Team
୧୦ ବର୍ଷ ପାଇଁ ଭାରତୀୟ ହକି ଦଳର ପ୍ରାୟୋଜକ ହେବ ଓଡିଶା

ମୁଖ୍ୟମନ୍ତ୍ରୀ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଅବସରରେ ଓଡିଆ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ଦିଆଯାଇଛି ତାଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Virat Kohli
IND vs ENG: ଲର୍ଡସ ଟେଷ୍ଟ ବିଜୟ ପରେ ବିରାଟଙ୍କ ନାଁରେ ନୂଆ ରେକର୍ଡ

ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି, ଏବେ ଆଉ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି । ବିଶ୍ୱରେ ସୁବଠାରୁ ଅଧିକ ଟେଷ୍ଟ ମ୍ୟାଚ୍‌ ଜିତିଥିବା ଅଧିନାୟକଙ୍କ ତାଲିକାର ସେ ଚତୁର୍ଥ ନମ୍ବରରେ ପହଞ୍ଚିଛନ୍ତି ।

India Won
ଲର୍ଡସ୍‌ରେ ଇଂଲଣ୍ଡ ବିପକ୍ଷରେ ଭାରତର ଦମଦାର ବିଜୟ

ପଞ୍ଚମ ଦିନରେ ଦ୍ୱିତୀୟ ପାଳିରେ ଘରୋଇ ଦଳ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା। ଟିମ୍ ଇଣ୍ଡିଆ ଲଞ୍ଚ ବ୍ରେକ୍ ସୁଦ୍ଧା ୮ ଓ୍ୱିକେଟ ବିନିମୟରେ ୨୯୮ ରନ୍ କରି ପାଳି ସମାପ୍ତ ଘୋଷଣା କରିଥିଲା। ଜବାବରେ ବ୍ରିଟିଶ ବାହିନୀ ଦ୍ୱିତୀୟ ପାଳି ଆରମ୍ଭରୁ ହିଁ ବିପର୍ଯ୍ୟୟର ସାମ୍ନା କରିଥିଲା।

ଅନ୍ତର୍ଜାତୀୟ ଖେଳାଳି
ଦାଦନ ଖଟୁଛନ୍ତି ଅନ୍ତର୍ଜାତୀୟ ଖେଳାଳି

ଦିନେ ହାତରେ ହକିଷ୍ଟିକ୍ ଧରି ନିଜର ପଡ଼ିଆରେ ନିଜର ଯାଦୁ ଦେଖାଉଥିବା ସନ୍ତୋଷ ଏବେ ଘରେ ଚାଷବାସ କରୁଛନ୍ତି। ଚାଷ କାମ ସରିଲେ ଗୋଆ ଯାଇ ଦାଦନ ଖଟୁଛନ୍ତି। ବଡ଼ କଥା ହେଉଛି ଇଗ୍ନେଶ, ପ୍ରବୋଧ ଓ ଦୀପଗ୍ରେସଙ୍କ ଭଳି ୧୦ରୁ ଅଧିକ ହକି ଖେଳାଳି ସନ୍ତୋଷଙ୍କ ଗାଁରୁ ବାହାରିଛନ୍ତି। ମାତ୍ର ସନ୍ତୋଷ ସରକାରଙ୍କ ନଜର ଆଢୁଆଳରେ ରହିଯାଇଛନ୍ତି।

tokyo olympics art
ଟୋକିଓ ଅଲିମ୍ପିକ୍ସରେ ଓଡିଆ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶିତ

ଅନ୍ତର୍ଜାତୀୟ ସ୍ତରରେ ଓଡିଆଙ୍କ କମାଲ। ଟୋକିଓ ଅଲିମ୍ପିକ୍ସରେ ଓଡିଆ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ଦେଖିବାକୁ ମିଳିଛି। କ୍ରୀଡ଼ାର ଏହି ମହାକୁମ୍ଭରେ ସାରା ବିଶ୍ୱର ଚିତ୍ରଶିଳ୍ପୀ ସେମାନଙ୍କର ଯାଦୁ ଦେଖାଇଥିବା ବେଳେ ଓଡିଆ ଚିତ୍ରଶିଳ୍ପୀଙ୍କ ଦ୍ୱାରା ମଧ୍ୟ ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା। 

PV Sindhu
ତିରୁମାଳା ମନ୍ଦିରରେ ପିଭି ସିନ୍ଧୁ, ଖୁବ୍‌ଶୀଘ୍ର ଆରମ୍ଭ କରିବେ ବ୍ୟାଡ୍‌ମିଣ୍ଟନ ଏକାଡେମୀ

ତିରୁପତି ତିରୁମାଳା ମନ୍ଦିର ଦର୍ଶନ କଲେ ଅଲିମ୍ପିକ୍ ମେଡାଲ ବିଜେତା ପିଭି ସିନ୍ଧୁ ।  ଆଜି ସକାଳେ  ନିଜ ବାପା ମା ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ତିରୁମାଳା ମନ୍ଦିରକୁ ଯାଇ ଭଗବାନ ଭେଙ୍କଟେଶ୍ୱରଙ୍କ ଆର୍ଶୀବାଦ ଲୋଡିଛନ୍ତି ଏହି ଷ୍ଟାର ସଟଲର୍ ।

Hockey team
୧୭ରେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ହକି ଖେଳାଳିଙ୍କୁ କରାଯିବ ସମ୍ବର୍ଦ୍ଧନା, ଏବେଠୁ ସଜେଇ ହେଲାଣି ରାଜଧାନୀ

ସେହିଭଳି ପଦକ ଜିତି ନଥିଲେ ବି ଦମଦାର ପ୍ରଦର୍ଶନ ବଳରେ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିଥିବା ମହିଳା ଦଳର ଦୁଇ ସଦସ୍ୟ ଦୀପଗ୍ରେସ ଏକ୍କା ଓ ନମିତା ଟପୋଙ୍କୁ ବି ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେମାନଙ୍କ ଶ୍ରମ, ନିଷ୍ଠା ଓ ତ୍ୟାଗକୁ ମୁଖ୍ୟମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଥିଲେ।

odisha
୪ ଓଡ଼ିଆ ହକି ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର : ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରାଙ୍କୁ ଅଢ଼େଇ କୋଟି ପୁରସ୍କାର ରାଶି

ବ୍ରୋଞ୍ଜ ପଦକ ଜିତିଥିବା ଅମିତ ଓ ବୀରେନ୍ଦ୍ରଙ୍କୁ ଅଢେଇ କୋଟି ଲେଖାଏଁ ପୁରସ୍କାର ରାଶି ଦିଆଯାଇଥିବା ବେଳେ ନମିତା ଟପ୍ପୋ ଓ ଦୀପଗ୍ରେସଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆ ଯାଇଛି । ଏଥିସହ ଓଡ଼ିଶା ପୋଲିସରେ ଡିଏସପି ପଦବୀରେ ଅବସ୍ଥାପିତ ପାଇଁ ଆପଏଣ୍ଟମେଣ୍ଟ ଲେଟର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Indian wrestler Vinesh Phogat
ବିଶୃଙ୍ଖଳିତ ଆଚରଣ ପାଇଁ ଅସ୍ଥାୟୀ ଭାବେ ନିଲମ୍ବିତ ହେଲେ ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗାଟୋ

ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଭାରତୀୟ ରେସଲିଂ ମହାସଂଘ ପକ୍ଷରୁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି । ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ ମଙ୍ଗଳବାର ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

hockey
ଅଲିମ୍ପିକ୍ସରେ ଇତିହାସ ରଚି ଓଡ଼ିଶା ଫେରିଲେ ଓଡ଼ିଆ ହକି ଖେଳାଳି : ବିମାନ ବନ୍ଦରରେ ଦିଆଗଲା ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଶା ଫେରିଲେ ଟୋକିଓ ଅଲିମ୍ପିକ୍ ପଦକ ବିଜେତା । ବ୍ରୋଞ୍ଜ ବିଜୟୀ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଓଡ଼ିଶା ଫେରିଛନ୍ତି । ମହିଳା ହକି ଦଳର ଦୀପଗ୍ରେସ ଏକ୍କା ଓ ନମିତା ଟପୋ ବି ଫେରିଛନ୍ତି । ଭୁବନେଶ୍ୱର ବିମାନ-ବନ୍ଦରରେ ଖେଳାଳିମାନେ ପହଞ୍ଚିବା ପରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।

hocky
ହକିକୁ ନେଇ ସୁନ୍ଦରଗଡ଼ରେ ବଢୁଛି କ୍ରେଜ୍ : ହକିର ଉନ୍ନତି ପାଇଁ ରାଉରକେଲାରେ ଚାଲିଛି ଉନ୍ନୟନ କାମ

ଟୋକିଓ ଅଲିମ୍ପିକ୍ସରେ ଓଡ଼ିଆ ଖେଳାଳିଙ୍କର ଦମଦାର ପ୍ରଦର୍ଶନ ପରେ ଅସୁନ୍ଦରଗଡ଼ ଜିଲ୍ଲାର ହକି ଖେଳାଳିଙ୍କ ମଧ୍ୟରେ ଉତ୍ସାହ ବଢ଼ି ଯାଇଛି । ତେବେ ଏଭଳି ଉତ୍ସାହ ଆଜିୁର ନୁହେଁ କାହିଁ କେଉଁ ସମୟରୁ ସୁନ୍ଦରଗଡ଼ ଜିଲ୍ଲାର ଗାଁଠାରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ସ୍ତର ଯାଏ ହକି ଖେଳ ଖେଳାଯାଉଛି । ଯେତେବେଳେ ଗାଁରେ ଖେଳ ପଡ଼ିଆ ନ ଥିଲାକି ଖେଳାଳିଙ୍କ ପାଖରେ ପଇସା ନଥିଲା । ସେତେବେଳେ ଦିଲୀପ ତିର୍କୀ ଯାଇ ଅନ୍ତର୍ଜାତୀୟସ୍ତରରେ ନାଁ କରିଥିଲେ ।

 Tokyo Olympics
ଗୋଲ୍ଡେନ ବୟଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ : ନୀରଜ ଚୋପ୍ରାଙ୍କ ସହ ସେଲଫି ନେବାକୁ ଭିଡ଼ ଜମିଲା

ଟୋକିଓରୁ ସ୍ୱଦେଶ ଫେରିଲେ ଅଲିମ୍ପିକ ପଦକ ବିଜେତା । ଦିଲ୍ଲୀ ବିମାନ ବନ୍ଦର ବାହାରେ ଉତ୍ସବର ମାହୋଲ । ଦେଶରେ ପହଞ୍ଚିବା ପରେ ଗୋଲ୍ଡେନ ବୟ୍ ନୀରଜ ଚୋପ୍ରାଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି । ସେଲଫି ନେବାକୁ ଭିଡ଼ ଜମିଲା । ପଦକ ବିଜେତାଙ୍କୁ ଦିଲ୍ଲୀରେ ଭବ୍ୟ ସ୍ୱାଗତ କରାଯିବ

Niraj Chopra
ନୀରଜଙ୍କ ପାଖକୁ ଛୁଟିଲା ପୁରସ୍କାରର ସୁଅ

ଟୋକିଏ ଅଲିମ୍ପିକ୍ସରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜଙ୍କ ସଫଳତାରେ ତାଙ୍କ ନିକଟକୁ ଅଜସ୍ର ଶୁଭେଚ୍ଛା ସହ ପୁରସ୍କାର ଅଜାଡ଼ି ହୋଇ ପଡିଛି।