IPL 2022 Auction
୨୦୨୨ ଆଇପିଏଲ୍ ନିଲାମୀ ଉପରେ ରହିଛି ସଭିଙ୍କ ନଜର । ଏଥିଲାଗି ତାଲିକା ଚୂଡ଼ାନ୍ତ ହୋଇସାରିଥିବା ବେଳେ ଟପ ଟେନରେ ରହିଛନ୍ତି ୪ ଭାରତୀୟ ଖେଳାଳି । ଭାରତର ଅଶ୍ୱୀନ, ଶ୍ରେୟସ ଆୟର, ମହମ୍ମଦ ଶାମି ଏବଂ ଶିଖର ଧାଓ୍ୱନଙ୍କ ସହ ୬ ବିଦେଶୀ ଖେଳାଳି ମଧ୍ୟରେ ଟପ୍ ଟେନ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି । ଟପ୍ ଟେନ୍ ଲିଷ୍ଟରେ ଥିବା ବିଦେଶୀ ଖେଳାଳିମାନେ ହେଲେ ଡେଭିଡ୍ ଓ୍ୱାର୍ଣ୍ଣର, ଫାଫ୍ ଡୁ ପ୍ଲେସି, କେ. ରାବାଡା, ଟ୍ରେଣ୍ଟ ବୋଲ୍ଡ, ପାଟ୍ କମିନ୍ସ ଏବଂ କ୍ୱିଣ୍ଟନ ଡିକକ୍ । ଏମାନଙ୍କ ବେସ୍ ପ୍ରାଇସ୍ ରହିଛି ୨ କୋଟି ଟଙ୍କା ।
୨୦୨୨ ଆଇପିଏଲରେ ମୋଟ ୫୯୦ ଖେଳାଳିଙ୍କ ନିମାଲୀ ପାଇଁ ହେବ ଅକ୍ସନ । ଏଥିରେ ୩୭୦ ଭାରତୀୟ ଖେଳାଳି ଥିବା ବେଳେ ୨୨୦ ବିଦେଶୀ ଖେଳାଳି ରହିଛନ୍ତି । ଆଇପିଏଲରେ ମେଗା ଅକ୍ସନ ଫେବୃଆରୀ ୧୨ ଏବଂ ୧୩ରେ ବେଙ୍ଗାଳୁରୁରେ ହେବାକୁ ଯାଉଛି । ତେବେ ମେଗା ଅକ୍ସନ ପାଇଁ ଖେଳାଳିଙ୍କ ଫାଇନାଲ୍ ଲିଷ୍ଟ ପ୍ରସ୍ତୁତ ହୋଇସାରିଛି । ଚଳିତ ଥର ନିମାଲୀ ଲିଷ୍ଟରେ ୪୪ ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି । ବଛାବଛା ଟପ୍ ଟେନ୍ ପ୍ଲେୟାର ଲିଷ୍ଟରୁ ଅକ୍ସନ ଆରମ୍ଭ ହେବ ।
ଚଳିତ ବର୍ଷ ଆଇପିଏଲ ନିଲାମୀରେ ଓଡିଶାର ଦୁଇଜଣ ଖେଳାଳି ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ ସାମିଲ ହେବେ । ଓସିଏ ପକ୍ଷରୁ ୫ଜଣ ଖେଳାଳିଙ୍କ ନାଁ ଆଇପିଏଲରେ ସାମିଲ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ନିଲାମୀ ପ୍ରକ୍ରିୟାରେ ସାମିଲ ହେବା ପାଇଁ ୨ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏବର୍ଷ ଆଇପିଏଲରେ ଆଉ ଦୁଇଟି ନୂଆ ଟିମ୍ ସାମିଲ ହେବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)