• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଜୁନ୍‌ରେ ବାଟବାଟୀରେ ମ୍ୟାଚ୍‌

ଆସନ୍ତା ଜୁନରେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ। ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ। ଟି-ଟ୍ବେଣ୍ଟି ମ୍ୟାଚ୍‌ ନେଇ OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି। ଏନେଇ BCCI ସଭାପତି ସୌରଭ ଗାଙ୍ଗୁଲୀଙ୍କ ସହ ଆଲୋଚନା ମଧ୍ୟ ହୋଇଛି। ଫେବ୍ରୁଆରୀ ୧୫ରେ ହେବାକୁ ଥିବା ଟି-ଟ୍ୱେଣ୍ଟିଂ ବାତିଲ ହୋଇଛି।

ଚଳିତ ମାସ ଫେବୃଆରୀ ୧୫ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟି-୨୦ ସିରିଜକୁ ଗୋଟିଏ ଭେନ୍ୟୁରେ କରାଯିବାକୁ ସ୍ଥିର ହୋଇଥିଲା। ଯେଉଁ କାରଣରୁ ବାରବାଟୀରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚକୁ ବାତିଲ କରାଯାଇଥିଲା। ଯେହେତୁ ବାରବାଟୀ ଏହି ଟି-୨୦ ମ୍ୟାଚ୍ ପାଇଁ ସ୍ଥିର ହୋଇଥିଲା। ତେଣୁ ବାରବାଟୀରେ ଜୁନ୍ ମାସରେ ଟି-୨୦ ମ୍ୟାଚ୍ କରାଯିବ ବୋଲି ଓସିଏ ସମ୍ପାଦକ ଦୃଢ଼ତାର ସହ କହିଛନ୍ତି।

ସେପଟେ, ବାରବାଟୀରେ ଟି-୨୦ ମ୍ୟାଚ୍ ଖେଳାଯିବା ନେଇ ଓସିଏ ସମ୍ପାଦକ ଶ୍ରୀ ବେହେରା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରିଛନ୍ତି। ଗାଙ୍ଗୁଲି ମଧ୍ୟ ମୌଖିକ ଭାବେ ବାରବାଟୀରେ ମ୍ୟାଚ୍ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ବେହେରା କହିଛନ୍ତି। ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ, ଯେତେବେଳେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚ୍ ବାତିଲ କରାଗଲା, ସେତେବେଳେ ବିସିସିଆଇ ସଭାପତି ମାର୍ଚ୍ଚରେ ଭାରତ ଓ ଶ୍ରୀଲଙ୍କା ଟି-୨୦ ମ୍ୟାଚ୍ ବାରବାଟୀରେ କରାଇବା ଲାଗି ପ୍ରସ୍ତାବ ଦେଇଥିଲେ। ହେଲେ ଓସିଏ ସମ୍ପାଦକ ମାର୍ଚ୍ଚରେ ମ୍ୟାଚ୍ କରାଇବାକୁ ମନା କରିଥିଲେ। ଏହା ବଦଳରେ ଜୁନରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ବାରବାଟୀରେ କରାଇବାକୁ ଶ୍ରୀ ବେହେରା ଅନୁରୋଧ କରିଥିଲେ। ବିସିସିଆଇ ସଭାପତି ମଧ୍ୟ ଅନୁରୋଧ ରକ୍ଷା କରି ଜୁନ୍ ମାସରେ ବାରବାଟୀରେ ଟି-୨୦ ମ୍ୟାଚ୍ ଆୟୋଜନ ପାଇଁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ବେହେରା କହିଛନ୍ତି।