• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ବିବାଦରେ ଛନ୍ଦି ହେଲେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ତାଙ୍କ ବିରୋଧରେ ଜାତୀୟ ସଙ୍ଗୀତ ଗାନ ସମୟରେ ଶାଳୀନତା ରକ୍ଷା କରିନଥିବା ଅଭିଯୋଗ ହୋଇଛି । ରବିବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ତଥା ଅନ୍ତିମ ODIରେ ତାଙ୍କର ଏହି ଗୋଟିଏ ଭୁଲ ପ୍ରଶଂସକ ଏବଂ ସମାଲୋଚକଙ୍କୁ ନାରାଜ କରି ପକାଇଛି । ଆଉ ଏନେଇ ବିରାଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିସିସିଆଇ ନିକଟରେ ଦାବି କରାଯାଇଛି ।

କେପଟାଉନରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଭାରତୀୟ ଜାତୀୟ ସଂଗୀତ ଗାନ କରାଯାଉଥିଲା । ପ୍ରତି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବା ପୂର୍ବରୁ ଜାତୀୟ ସଂଗୀତ ଗାନ କରିବାର ପ୍ରଥା ରହିଛି । ଏହି ସମୟରେ ସମସ୍ତ ଖେଳାଳି ଏକାଠି ଠିଆ ହୋଇ ଜାତୀୟ ସଂଗୀତ ଗାନ କରୁଥିବା ଦେଖିବାକୁ ମିଳିଥିଲା, ​​ଯାହା ବ୍ରଡକାଷ୍ଟରର କ୍ୟାମେରାରେ କଏଦ୍ ହୋଇଥିଲେ । ତେବେ ସେହି ସମୟରେ ବିରାଟ କୋହଲି ଚୁଇଙ୍ଗମ୍ ଚୋବାଉଥିବା ଦେଖିବାକୁ ମିଳିଥିଲା ।

କ୍ୟାମେରାର ବିଭିନ୍ନ କୋଣରୁ ନିଆଯାଇଥିବା ସଟରେ ବିରାଟ ଦୁଇଥର ନଜର ଆସିଥିଲେ ଏବଂ ଉଭୟ ଥର ସେ ସମାନ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ବିରାଟଙ୍କ ଏହି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ।

ଜାତୀୟ ସଂଗୀତକୁ ଅପମାନିତ କରିଥିବା ଅଭିଯୋଗ କରି ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରୁଛନ୍ତି । ସେପଟେ ଏହି ସିରିଜ୍ ସହିତ ବିରାଟ କୋହଲି ଖେଳର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡିଛନ୍ତି । ଏପରି ସ୍ଥିତିରେ କ୍ୟାପେଟେନ୍‌ ଦାୟିତ୍ୱରୁ ମୁକ୍ତ ହେବା ପରେ ପ୍ରଶଂସକମାନେ ବିରାଟଙ୍କ ପ୍ରତି ଏପରି ମନୋଭାବକୁ ପସନ୍ଦ କରିନାହାନ୍ତି । ବିରାଟ କୋହଲିଙ୍କ ଏହି ଭୁଲ ତାଙ୍କ ପ୍ରଶଂସକ ଏବଂ ସମାଲୋଚକଙ୍କୁ କ୍ରୋଧିତ କରିଛି । ଏହା ପରେ ଲୋକମାନେ ବିରାଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିସିସିଆଇରୁ ମଧ୍ୟ ଦାବି କରିଛନ୍ତି ।