Advertisment

କ୍ରିକେଟ୍ ପାଇଁ ଲତାଙ୍କ ଅହେତୁକ ଦୁର୍ବଳତା: ବିସିସିଆଇର ସମ୍ମାନ ବଞ୍ଚାଇଥିଲେ ସୁର ସମ୍ରାଜ୍ଞୀ

କ୍ରିକେଟ ପାଇଁ ଲତାଙ୍କ ଅବଦାନ ଅତୁଳନୀୟ । ଭାରତୀୟ କ୍ରିକେଟର ବଡ଼ ପ୍ରଶଂସକ ଥିଲେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍କର । ଦିନେ ବିସିସିଆଇ ଦୁର୍ଦ୍ଦିନରେ ଥିବା ବେଳେ ବିସିସିଆଇର ସମ୍ମାନ ରଖିଥିଲେ ଲତା ମଙ୍ଗେସ୍କର ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Lata Mangeskar Love for Cricket

Lata Mangeskar Love for Cricket

କ୍ରିକେଟ ପାଇଁ ଲତାଙ୍କ ଅବଦାନ ଅତୁଳନୀୟ । ଭାରତୀୟ କ୍ରିକେଟର ବଡ଼ ପ୍ରଶଂସକ ଥିଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କର । ଦିନେ ବିସିସିଆଇ ଦୁର୍ଦ୍ଦିନରେ ଛିଡ଼ା ହୋଇଥିବା ବେଳେ ବିସିସିଆଇର ସମ୍ମାନ ରଖିଥିଲେ ଲତା ମଙ୍ଗେସ୍କର । ୧୯୮୩ ବିଶ୍ୱକପ୍ ବିଜୟୀ ଦଳ ପାଇଁ ଏକ ସ୍ୱତନ୍ତ୍ର ଶୋ କରିଥିଲେ ସୁରସମ୍ରାଜ୍ଞୀ। ଏଥିରେ ଭାରତୀୟ କ୍ରିକେଟ ଟିମ୍‌ଙ୍କୁ ସମର୍ପିତ କରି ଲତା ଗାଇଥିଲେ ଭାରତ ବିଶ୍ୱବିଜେତାର ଗୀତ। ଏହି କନ୍‌ସର୍ଟରେ ଲତାଙ୍କ ବ୍ୟତୀତ ସୁରେଶ ୱାଡେକର ଏବଂ ଅନ୍ୟ ସିଙ୍ଗରମାନେ ମଧ୍ୟ ଭାଗ ନେଇଥିଲେ। ଶୋ’ ସରିବା ପରେ ଏଥିରୁ ୨୦ ଲକ୍ଷ ଟଙ୍କା ମିଳିଥିଲା। ଲତାଙ୍କ ଶୋରୁ ଅର୍ଥ ମିଳିବାରୁ BCCIର ସମ୍ମାନ ବଞ୍ଚିଥିଲା। ଏହି ଟଙ୍କାରୁ ଚାମ୍ପିଅନ୍ ଦଳର ସଦସ୍ୟଙ୍କୁ ଲକ୍ଷେ ଲେଖାଏଁ ପୁରସ୍କାର ଦିଆଯାଇଥିଲା। ତେବେ ଲତା ମଙ୍ଗେସକର ଏହି ଶୋ’ କରିବା ପାଇଁ ଟଙ୍କା ଟିଏ ବି ଫି’ ନେଇନଥିଲେ।

Advertisment

ୱାର୍ଲ୍ଡ କପ୍‌ ଖେଳିଥିବା ଭାରତର ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦଙ୍କୁ ମନେ ପକାଇ ଏହି ସ୍ମୃତି ପୁଣି ଥରେ ତାଜା କରିଛନ୍ତି। ତାଙ୍କ କହିବା ମୁତାବକ, ‘ସେତେବେଳେ ବିସିସିଆଇ ଉପରେ ୨ରୁ ୩ କୋଟି ଟଙ୍କାର ଋଣ ବୋଝ ଥିଲା। ଏଭଳି ସ୍ଥିତିରେ ବିଶ୍ୱ ବିଜୟୀ ଖେଳାଳିଙ୍କୁ ପୁରସ୍କାର ଦେବା ପାଇଁ ବିସିସିଆଇ ପାଖରେ ଟଙ୍କା ନଥିଲା। ପରେ ଏନେଇ ବିସିସିଆଇର ତତ୍କାଳୀନ ଅଧ୍ୟକ୍ଷ ରାଜ ସିଂହ ଡୁଙ୍ଗରପୁର ଲତା ମଙ୍ଗେସକରଙ୍କ ସହ କଥା ହୋଇଥିଲେ। ପରେ ଲତାଜୀ ଶୋ’ କରିବା ପାଇଁ ରାଜି ହୋଇଯାଇଥିଲେ।

ସେପ୍ଟେମ୍ବରରେ ଲତା ମଙ୍ଗେସକର ଶୋ’ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ପରେ ଲତାଜୀ ଆସି ତାଜ ପ୍ୟାଲେସ ହୋଟେଲରେ ରହିଥିଲେ। ଭାରତୀୟ କ୍ରିକେଟ ଟିମକ୍‌ ମଧ୍ୟ ସେଠାରେ ରହିଥିଲେ। ଏହି କନ୍ସର୍ଟରେ ଲକ୍ଷ୍ମୀ କାନ୍ତ ପ୍ୟାରେଲାଲ, ନୀତିନ ମୁକେଶ, କବିତା କୃଷ୍ଣମୂର୍ତ୍ତିଙ୍କ ପରି ଭେଟେରାନ ଗାୟକମାନେ ମଧ୍ୟ ସାମିଲ ହୋଇଥିଲେ। କନ୍ସର୍ଟ ପୂର୍ବରୁ, ଅଭ୍ୟାସ ସମୟରେ ଲତାଜୀ ଆମ ସମସ୍ତଙ୍କୁ ଭେଟିଥିଲେ। ଆମ ସମସ୍ତଙ୍କୁ ନିଜ ନିଜ ପ୍ରିୟ ଗୀତ ବିଷୟରେ ପଚାରିଥିଲେ ଏବଂ କହିଥିଲେ ଯେ ସେ ଏହାକୁ ମଞ୍ଚରେ ଗାଇବେ।’

Advertisment

ସୁର ସମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୮ଟାରେ ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୯ ଦିନ ହେବ ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।

Lata Mangeshkar Death Love For Cricket
Advertisment
Advertisment