BWF event will kick off at the Jawaharlal Nehru Indoor Stadium in Cuttack from Today
ଖେଳାଳି ପ୍ରସ୍ତୁତ ଷ୍ଟାଡିୟମ ବି ପ୍ରସ୍ତୁତ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହେଉଛି BWF ଓ୍ୱାଲର୍ଡ ଟୁର୍ ବ୍ୟାଡମିଣ୍ଟନ ‘ଓଡିଶା ଓପନ’ ୨୦୨୨। ମ୍ୟାଚ୍ ପାଇଁ ବ୍ୟାଡମିଣ୍ଟନ ସଜେଇ ହୋଇ ରହିଛି ଷ୍ଟାଡିୟମ୍ର ୪ଟି କୋର୍ଟ। ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ସଟଲର ମାନେ ମଧ୍ୟ ଷ୍ଟାଡିୟମରେ ପହଞ୍ଚି ଅଭ୍ୟାସ ଚଳାଇଛନ୍ତି । ଓଡିଶା ଓପନରେ ୧୮ଟି ଦେଶର ପ୍ରାୟ ୩ ଶହ ଖେଳାଳି ଭାଗ ନେଉଥିବା ବେଳେ ଓଡ଼ଇା ସଟ୍ଲର ରୁତପର୍ଣ୍ଣା ପଣ୍ଡାଙ୍କ ସମେତ ସିକି ରେଡ୍ଡୀ, ଅଶ୍ୱିନୀ ପୋନାପାଙ୍କ ଭଳି ଭାରତୀୟ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ । ହେଲେ କୋଭିଡ ଗାଇଡଲାଇନ୍ ଯୋଗୁଁ ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ରହିଛି ।
ସୂଚନା ଅନୁସାରେ, ମହିଳା ସିଙ୍ଗଲ୍ସ ଓ ଡ଼ବଲ୍ସ, ପୁରୁଷ ସିଙ୍ଗଲ୍ସ ଓ ଡ଼ବଲ୍ସ ଏବଂ ମିକ୍ସ ଡ଼ବଲ୍ସ ଆଦି ଇଭେଣ୍ଟରେ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିବେ । ଓଡ଼ିଶା ଆସୁଥିବା ସମସ୍ତ ଖେଳାଳି ଓ ଅଫିସିଆଲମାନଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ ମୂଳକ ରହିଛି । ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଓଡିଶା ଓପନ ପାଇଁ କମିଶନରେଟ ପୋଲିସ ଖେଳାଳି ଓ ଷ୍ଟାଡିୟମର ସୁରକ୍ଷା ଦାୟିତ୍ୱ ନେଇଛି । ତେବେ କୋଭିଡ କଟକଣା ଯୋଗୁଁ ତାଳି ମାରିବାକୁ ଦର୍ଶକମାନେ ଗ୍ୟାଲେରୀରେ ଉପସ୍ଥିତ ରହିବେନି ।
ଓଡ଼ିଶା ଓପନକୁ ସାଇନା ନେହେଓ୍ୱାଲ, ପିଭି ସିନ୍ଧୁଙ୍କ ସମେତ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାମାନେ ଅଂଶ ଗ୍ରହଣ କରିବେ ବୋଲି ଆଶା କରାଯାଉଥିଲା ହେଲେ କୋଭିଡ ଯୋଗୁଁ ଅନେକ ଖେଳାଳି ଶେଷ ମୁହୂର୍ତ୍ତରେ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି । ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆ, ଓଡ଼ିଶା ବ୍ୟାଡମିଣ୍ଟନ ଆସୋସିଏସନ ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜିତ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)