Advertisment

IPL ମେଗା ଅକ୍ସନ: ୧୨.୨୫ କୋଟି ଟଙ୍କାରେ ବିକ୍ରି ହେଲେ ଶ୍ରେୟସ ଆୟର୍

ଦୁନିଆର ସବୁଠାରୁ ବ୍ୟୟବହୁଳ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌ (ଆଇପିଏଲ) ୧୫ଶ ସଂସ୍କରଣର ମେଗା ଅକ୍ସନ୍ ଆଜି ଆରମ୍ଭ ହୋଇଛି। ଅକ୍ସନର ପ୍ରଥମ ଦିନରେ ନାମୀ ଖେଳାଳିଙ୍କୁ ମୋଟା ଦାମରେ ଫ୍ରାଞ୍ଚାଇଜି କିଣିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
IPL Mega Auction

IPL Mega Auction

ବେଙ୍ଗାଲୁରୁ: ଦୁନିଆର ସବୁଠାରୁ ବ୍ୟୟବହୁଳ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌ (ଆଇପିଏଲ) ୧୫ଶ ସଂସ୍କରଣର ମେଗା ଅକ୍ସନ୍ ଆଜି ଆରମ୍ଭ ହୋଇଛି। ଅକ୍ସନର ପ୍ରଥମ ଦିନରେ ନାମୀ ଖେଳାଳିଙ୍କୁ ମୋଟା ଦାମରେ ଫ୍ରାଞ୍ଚାଇଜି କିଣିଛନ୍ତି। ଭାରତର ଷ୍ଟାର୍ ବ୍ୟାଟର୍ ଶ୍ରେୟସ ଆୟରଙ୍କୁ ବଡ଼ କୋଲକାତା ନାଇଟ୍ ରାଇଡର୍ସ ବଡ଼ ଦାମରେ କିଣିଛି। ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ ରଖିଥିବା ଆୟରଙ୍କୁ କୋଲକାତା ୧୨.୨୫ କୋଟି ଟଙ୍କାରେ କିଣି ନେଇଛି।

Advertisment

ଜାଣନ୍ତୁ, କେଉଁ ଖେଳାଳିଙ୍କୁ କେତେ ଟଙ୍କାରେ ଫ୍ରାଞ୍ଚାଇଜି କିଣିଛନ୍ତି...

  • ଭାରତର ଷ୍ଟାର୍ ବ୍ୟାଟର୍ ଶ୍ରେୟସ ଆୟରଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୨.୨୫ କୋଟି ଟଙ୍କାରେ କିଣିଛି
  • ଦକ୍ଷିଣ ଆଫ୍ରିକାର ଏକ ନମ୍ବର ପେସ୍ ବୋଲର କାଗିସୋ ରବାଡାଙ୍କୁ ୯.୨୫ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସ୍ କିଣିଛି
  • ଟିମ୍ ଇଣ୍ଡିଆର ଷ୍ଟାର୍ ଓପ୍ନର ଶିଖର ଧାୱନଙ୍କୁ ୮ କୋଟି ୨୫ ଲକ୍ଷ ଟଙ୍କାରେ ପଞ୍ଜାବ କିଙ୍ଗସ କିଣିଛି
  • ନ୍ୟୁଜିଲ୍ୟାଣ୍ଡର ବାମହାତୀ ପେସର ଟ୍ରେଣ୍ଟ ବୋଲ୍ଟଙ୍କୁ ୮ କୋଟି ଟଙ୍କାରେ ନେଲା ରାଜସ୍ଥାନ ରୟାଲ୍ସ
  • ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍ କ୍ୟାପଟେନ୍ ପ୍ୟାଟ୍ କମିନ୍ସଙ୍କୁ ୭ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ 
  • ଦକ୍ଷିଣ ଆଫ୍ରିକା ଭେଟେରାନ୍ ଓପ୍ନର ଫାଫ୍‌ ଡୁପ୍ଲେସିସଙ୍କୁ ୭ କୋଟି ଟଙ୍କାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିଣିଛି
  • ଫାଫ୍ ଡୁ ପ୍ଲେସିସଙ୍କୁ ୭ କୋଟିରେ ନେଲା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
  • ଦକ୍ଷିଣ ଆଫ୍ରିକାର ୱିକେଟ କିପର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’କକ୍ ୬.୭୫ କୋଟି ଟଙ୍କାରେ ନୂଆ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର୍ ଜାଏଣ୍ଟ ଟିମ୍ ପାଇଁ ବିକ୍ରି ହୋଇଛନ୍ତି
  • ଭାରତର ଷ୍ଟାର୍ ବୋଲର ମହମ୍ମଦ ଶାମିଙ୍କୁ ୬.୨୫ କୋଟି ଟଙ୍କାରେ ଗୁଜରାଟ ଟାଇଟନ୍ସ କିଣିଛି 
  • ଅଷ୍ଟ୍ରେଲିଆ ଟିମର ବାମହାତୀ ଓପ୍ନର ଡେଭିଡ୍ ୱାର୍ଣ୍ଣରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୬.୨୫ କୋଟି ଟଙ୍କାରେ କିଣିଛି।
  • ଟିମ୍ ଇଣ୍ଡିଆର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୫ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ 
IPL Shreyas Iyer IPL Auction
Advertisment
Advertisment