Advertisment

ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା, ୪ ପ୍ରମୁଖ ଖେଳାଳିଙ୍କୁ କରୋନା

ୱେଷ୍ଟ୍‌ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା। ଭାରତୀୟ ଦଳର ପ୍ରମୁଖ ୪ ଖେଳାଳିଙ୍କ ସମେତ କିଛି ସପୋର୍ଟ ଷ୍ଟାଫ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Team India

Team India

ୱେଷ୍ଟ୍‌ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା। ଭାରତୀୟ ଦଳର ପ୍ରମୁଖ ୪ ଖେଳାଳିଙ୍କ ସମେତ କିଛି ସପୋର୍ଟ ଷ୍ଟାଫ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶିଖର ଧୱନ୍, ଋତୁରାଜ ଗାଏକଓ୍ୱାଡ୍‌, ଶ୍ରେୟସ ଆୟର, ନବଦୀପ ସଇନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ୩-୪ ଜଣ ନନ୍‌ କୋଚିଂ ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ସପୋର୍ଟ ଷ୍ଟାଫ୍‌ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। 

Advertisment

କରୋନା ପଜିଟିଭ୍‌ ଚିହ୍ନଟ ପରେ ଖେଳାଳି ଓ ଟିମ୍ ଷ୍ଟାଫ୍‌ଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ସମସ୍ତଙ୍କ ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଆଜି ପୁଣି ଥରେ ସେମାନଙ୍କର କୋଭିଡ୍ ଟେଷ୍ଟ ପରେ ପରବର୍ତ୍ତୀ ପଦକ୍ଷେପ ନେଇ BCCI ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। 

ସୂଚନାଥାଉ କି, ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ଘରେ ଥିଲେ। ତେବେ ୱେଷ୍ଟ୍‌ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ପୂର୍ବରୁ ସମସ୍ତ ଖେଳାଳି ଅହମଦାବାଦ ଗସ୍ତ କରିଥିଲେ। ସେଠାରେ କରୋନା ଟେଷ୍ଟ ପରେ କିଛି ଖେଳାଳିଙ୍କ ସମେତ ସପୋର୍ଟ ଷ୍ଟାଫ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। 

Advertisment

ଆସନ୍ତା ଫେବୃଆରୀ ୬ ତାରିଖରେ ଅହମଦାବାଦରେ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ହେଲେ ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍‌କା ଲାଗିଛି। ଶିଖର ଧୱନ୍ କରୋନାରେ ଆକ୍ରାନ୍ତ ହେବା ପରେ ଟି୨୦ ସ୍କ୍ୱାଡ୍‌ରୁ ଭେଙ୍କେଟେଶ ଆୟାର ରୋହିତ ଶର୍ମାଙ୍କ ସହ ଓପନିଂ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି।

IND Vs WI...

ଦିନିକିଆ ସିରିଜ୍‌ ସିଡ୍ୟୁଲ....
ଫେବୃଆରୀ ୬: ପ୍ରଥମ ଦିନିକିଆ, ଅହମଦାବାଦ
ଫେବୃଆରୀ ୯: ଦ୍ୱିତୀୟ ଦିନିକିଆ, ଅହମଦାବାଦ
ଫେବୃଆରୀ ୧୧: ତୃତୀୟ ଦିନିକିଆ, ଅହମଦାବାଦ

ଟି-୨୦ ସିରିଜ୍‌ ସିଡ୍ୟୁଲ୍‌....
ଫେବୃଆରୀ ୧୬: ପ୍ରଥମ ଟି-୨୦, କୋଲକାତା
ଫେବୃଆରୀ ୧୮: ଦ୍ୱିତୀୟ ଟି-୨୦, କୋଲକାତା
ଫେବୃଆରୀ ୨୦: ତୃତୀୟ ଟି-୨୦, କୋଲକାତା

Team India India Vs West Indies India Vs West Indies Series
Advertisment
Advertisment