• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁଣି କ୍ରିକେଟ ମଇଦାନରେ ଚମକିବେ ଓଡିଆ କ୍ରିକେଟର । ପୂର୍ବରୁ ଅନେକ ଓଡିଆ କ୍ରିକେଟର ଉଭୟ ଭାରତୀୟ ଦଳ ଓ ଆଇପିଏଲ ଦଳରେ ସାମିଲ ହୋଇଥିଲେ । ତେବେ ଦୀର୍ଘଦିନ ଧରି ଟିମ୍‌ରେ ସ୍ଥାନ ନ ପାଇଥିଲେ ମଧ୍ୟ ସେମାନଙ୍କ ପ୍ରଦର୍ଶନ ଖୁବ୍ ଭଲ ରହିଥିଲା । ଠିକ୍ ସେହିପରି ଆଉ ଜଣେ ଓଡିଆ କ୍ରିକେଟର ଆଇପିଏଲ୍‌ରେ ସାମିଲ ହେବାକୁ ଯାଉଛନ୍ତି । ଆଇପିଏଲର ଆଗାମୀ ସିଜନ୍‌ରେ ୫ ଜଣ ଓଡିଆ କ୍ରିକେଟରଙ୍କୁ ସିଲେକ୍ସନ ପାଇଁ ଚୟନ କରାଯାଇଛି । ତେବେ ତାଙ୍କ ମଧ୍ୟରେ ରହିଛନ୍ତି ଓଡିଆ କ୍ରିକେଟର ବିକାଶ କୁମାର ରାଉତ, ଯାହାଙ୍କର ଏହି ଆଇପିଏଲ ଖେଳିବା ନେଇ ଆଶା କରାଯାଉଛି ।

୨୦୨୨ରେ ଖେଳାଯିବାକୁ ଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଛନ୍ତି ପାଞ୍ଚ ଜଣ ଓଡିଆ ଯୁବ ଖେଳାଳି । ଏହି ପାଞ୍ଚ ଖେଳାଳୀଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳର ଯୁବ ଅଲରାଉଣ୍ଡର ବିକାଶ କୁମାର ରାଉତ । ସେ ପୂର୍ବରୁ ସୟେଦ୍ ମୁସ୍ତାକ ଅଲ୍ଲୀ ଟି-୨୦ ,ବିଜୟ ହଜାରେ ଏକ ଦିବସୀୟରେ ଭଲ ପ୍ରଦର୍ଶନ କରି ସାରିଛନ୍ତି । ଏହାସହ ଆଇପିଏଲ ଟ୍ରାଏଲ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ ସହ ଖେଳି ବ୍ୟାଟିଂ ଓ ବୋଲିଂ ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।

ଡିସେମ୍ବର ୨୨ ତାରିଖରେ ବିସିସିଆଇ ଓ ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆଇପିଏଲ୍ ନିଲାମ ପ୍ରକ୍ରିୟାରେ ସାମିଲ ହେବା ପାଇଁ ସୂଚନା ପାଇଥିଲେ ବିକାଶ । ପ୍ରକ୍ରିୟାରେ ଯଦି କୌଣସି ଦଳରେ ସେ ସାମିଲ ହୁଅନ୍ତି ତେବେ ତାହାର ସୁବିନିଯୋଗ କରିବେ ବୋଲି କହିଛନ୍ତି ବିକାଶ କହିଛନ୍ତି । ବିକାଶ ଏନେଇ କୋଚ୍ ୱାସିମ୍ ଜାଫର ଓ ଓଡିଶା କ୍ରିକେଟ୍ ଆସୋସିଏସନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡିଶା ପାଇଁ ଖେଳି ଏତେ ବଡ ପ୍ଲାଟଫର୍ମରେ ଖେଳିବା ତାଙ୍କ ପାଇଁ ଏବଂ ତାଙ୍କ ପରିବାର ପାଇଁ ଏକ ଗର୍ବର କଥା ବୋଲି କହିଛନ୍ତି ।

ପୂର୍ବରୁ ଓଡିଆ କ୍ରିକେଟର ବିପ୍ଲବ ସାମନ୍ତରାୟ ମଧ୍ୟ ଆଇପିଏଲ ଖେଳିବାକୁ ସୁଯୋଗ ପାଇଥିଲେ । ସେ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପଡିଆକୁ ଓହ୍ଲାଇଥିଲେ । ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଆଗାମୀ ଆଇପିଏଲ ସିଜନରେ ଖେଳିବାକୁ ସୁଯୋଗ ପାଇନଥିଲେ ।