/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644164143.jpg)
Ind vs WI ODI
ହଜାରେ ତମ ଦିନିକିଆରେ ଜିତିଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍ରେ ଭାରତ ୬ ୱିକେଟ୍ରେ ବିଜୟୀ ହେବା ସହ ଦିନିକିଆ ଇତିହାସରେ ରେକର୍ଡ କରିଛି । ମ୍ୟାଚ୍ ଜିତିବା ସହ ତିନି ମ୍ୟାଚ ବିଶିଷ୍ଟ ସିରିଜ୍ରେ ଭାରତ ୧-୦ରେ ଅଗ୍ରଣୀ ହୋଇଛି । ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ କରି ୪୩ ଓଭର ୫ ବଲ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ।
ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୨୮ ଓଭରରେ ୪ ଓ୍ୱିକେଟ୍ ବିନିମୟରେ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୬୦ ରନ୍ କରିଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ୩୪, ଇଶାନ କିଶାନ ୨୮, ଦୀପକ ହୁଡା ୨୬ ରନ୍ କରିଥିଲେ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୧୭୬ ରନ୍ରେ ଅଲଆଉଟ୍ ହୋଇଛି । ଭାରତ ପକ୍ଷରୁ ଚହଳଙ୍କୁ ୪, ୱାଶିଙ୍ଗଟନଙ୍କୁ ୩, ପ୍ରସିଦ୍ଧଙ୍କୁ ୨, ସିରାଜଙ୍କୁ ୧ ୱିକେଟ୍ ମିଳିଛି। ୱେଷ୍ଟ ଇଣ୍ତିଜ୍ ଟିମ୍ ପକ୍ଷରୁ ଜେସନ୍ ହୋଲ୍ଡର ସର୍ବାଧିକ ୫୭ ରନ୍ କରିଛନ୍ତି।
ଆଜି ଭାରତ ପାଇଁ ଏହା ଏକ ଐତିହାସିକ ଦିନିକିଆ ମ୍ୟାଚ ଥିଲା । ଅହମ୍ମଦାବାଦର ମୋଟେରାରେ ଏହି ମ୍ୟାଚ୍ ଖେଳାଯାଉଥିଲା । ଆଜିର ଐତିହାସିକ ମ୍ୟାଚ୍ ଜିତି ବିଜୟରୁ ସିରିଜ ଆରମ୍ଭ କରିଛନ୍ତି କ୍ୟାପ୍ଟେନ୍ ରୋହିତ ଶର୍ମା । ତେବେ ଆଜି ମ୍ୟାଚ୍ରେ ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କୁ ସମ୍ମାନ ଜଣାଇ ବାହୁରେ କଳାଫିତା ପିନ୍ଧିଛନ୍ତି ଟିମ୍ ଇଣ୍ଡିଆର ସମସ୍ତ ସଦସ୍ୟ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତର ନୂଆ ଦିନିକିଆ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।
ୱେଷ୍ଟ ଇଣ୍ଡିଜ୍ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦୁଇ ଓପ୍ନର ଶାଇ ହୋପ୍ (୮) ଓ ବ୍ରାଣ୍ଡନ୍ କିଙ୍ଗ୍ (୧୩) ନିରାଶ କରିଥିଲେ। ଡାରେନ୍ ବ୍ରାଭୋ (୧୮) ଓ ଶାମରା ବ୍ରୁକ୍ସ (୧୨) ମଧ୍ୟ କିଛି ଖାସ୍ କରିପାରିନଥିଲେ। ଯୁବ ବ୍ୟାଟ୍ସମ୍ୟାନ୍ ନିକୋଲାସ୍ ପୁରନ୍ ୧୮ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। କ୍ୟାପଟେନ୍ କାଇରନ୍ ପୋଲାର୍ଡ କ୍ରିଜକୁ ଆସିବା ମାତ୍ରକେ ପ୍ୟାଭିଲିୟନ୍ ଫେରିଥିଲେ। ଚହଲଙ୍କ ଗୁଗଲୀଙ୍କୁ ବୁଝି ନପାରି ପୋଲାର୍ଡ କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ପରେ ଅକିଲ୍ ହୋସେନ୍ ମଧ୍ୟ ଖାତା ଖୋଲି ପାରିନଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)