/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644666778.jpg)
IPL Auction 2022
ଆଇପିଏଲ୍ ୨୦୨୨ ରେ ଭାରତୀୟ ଯୁବ ଖେଳାଳୀଙ୍କ ଉପରେ ସବୁ ଟିମ୍ର କଡା ନଜର ଥିବାର ଦେଖିବାକୁ ମିଳୁଛି । ଅକ୍ସନ୍ର ଆରମ୍ଭରେ ଶ୍ରେୟସ୍ ଅୟର୍ ୧୨.୨୫ କୋଟି ଟଙ୍କାରେ ନିଲାମ ହେବା ପରେ ଏବେ ଇଶାନ୍ କିଶନଙ୍କ ଉପରେ ଟଙ୍କା ବର୍ଷା ହେଉଥିବାର ଦେଖିବାକୁ ମିଳିଛି । ଇଶାନ୍ଙ୍କ ବେସ୍ ପ୍ରାଇସ୍ ୨ କୋଟି ଥିବା ବେଳେ ମୁମ୍ବାଇ ଇଣ୍ତିଆନ୍ସ ୭ ଗୁଣା ଅଧିକ ଦରରେ କିଣିଥିବାର ଦେଖିବାକୁ ମିଳିଲା ।
ଅକ୍ସନ ଆରମ୍ଭରୁ ହିଁ ଉଦୀୟମାନ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନ୍ଙ୍କ ନିଲାମି ଉପରେ ସବୁ ଟିମ୍ର କଡା ନଜର ରହିଥିଲା । ପୂର୍ବରୁ ଶ୍ରେୟସ୍ ଅୟରଙ୍କ ଉପରେ କେକେଆର୍ ଟଙ୍କା ବର୍ଷା କରିଥିବା ବେଳେ ଏବେ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟ ଇଶାନ୍ଙ୍କ ଉପରେ ୭ ଗୁଣା ଅଧିକ ଟଙ୍କା ଦେଇଥିବାର ଦେଖିବାକୁ ମିଳିଛି ।
ଇଶାନ୍ଙ୍କ ନିଲାମି ଆରମ୍ଭରୁ ପଞ୍ଜାବ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । କିନ୍ତୁ ମୁମ୍ବାଇ ଇଣ୍ତିଆନ୍ସ ନିଜ ପୁରୁଣା ଖେଳାଳୀଙ୍କୁ କିଣିବା ପାଇଁ ଅଡି ବସିଥିଲା ।
ଆଇପିଏଲ୍ ଇତିହାସରେ ମୁମ୍ବାଇ କୌଣସି ଖେଳାଳିଙ୍କ ଲାଗି ୧୦ କୋଟିରୁ ଅଧିକ ଟଙ୍କାର ନିଲାମ ଡାକିନାହିଁ। ହେଲେ ଈଶାନଙ୍କୁ ନେବା ପାଇଁ ମୁମ୍ବାଇ ସବୁ କରିବାକୁ ପ୍ରସ୍ତୁତ ଥିଲା।
𝐓𝐡𝐞 𝐏𝐨𝐜𝐤𝐞𝐭 𝐃𝐲𝐧𝐚𝐦𝐨 shares a message for the Paltan after coming ℍ𝕆𝕄𝔼 💙#AalaRe#MumbaiIndians#AalaRe#IPLAuction@ishankishan51pic.twitter.com/Q9QcTQ34gL
— Mumbai Indians (@mipaltan) February 12, 2022
ଅକ୍ସନରେ ଶ୍ରୀଲଙ୍କ ସ୍ପିନର ଅଲରାଉଣ୍ତର ୱାନିନ୍ଦୁ ହରସଙ୍ଗାକୁ ନିଲାମ ଡକା ଚାଲିଥିବା ବେଳେ ଏକ ଅଘଟଣ ଘଟିଥିଲା । ହସରଙ୍ଗାଙ୍କୁ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିଲାମି ଚାଲିଥିବା ବେଳେ ହ୍ୟୁଜ୍ ହଠାତ୍ ଅଚେତ୍ ହୋଇ ପଡିଯାଇଥିଲେ । ତେବେ ସେ କେଉଁ କାରଣରୁ ହଠାତ୍ ଗଳି ପଡିଲେ, ତାହା ଏବେଯାଏଁ ଜଣାପଡିନାହିଁ । ବିସିସିଆଇ ମେଡିକାଲ ଟିମ୍ ପକ୍ଷରୁ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବାର ଶୁଣିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)