• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭାରତର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ କ୍ୟାପଟେନ୍ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମ ପେଜରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଦୁହେଁ ଭାମିକାଙ୍କର ଫଟୋକୁ ଭାଇରାଲ ନ କରିବା ପାଇଁ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି ।

ଟିମ୍ ଇଣ୍ତିଆର ସାଉଥ୍ ଆଫ୍ରିକା ଗସ୍ତରେ କୋହଲିଙ୍କୁ ଚିୟର କରିବା ପାଇଁ ପତ୍ନୀ ଅନୁଷ୍କା ଶର୍ମା କେପ୍ ଟାଉନ୍ ପହଞ୍ଚିଥିଲେ । ତେବେ ଏହି ମ୍ୟାଚରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥିଲେ। ବିରାଟ୍ କୋହଲିଙ୍କ ଝିଅ ଭାମିକାଙ୍କର ପ୍ରଥମ ଝଲକ ଦେଖିବାକୁ ମିଳିଛି। ଷ୍ଟାଡିୟମ କ୍ୟାମେରାରେ ଉଭୟ ଅନୁଷ୍କା ଓ ତାଙ୍କ ଝିଅ ଭାମୁକାଙ୍କ ଫଟୋ ଓ ଭିଡିଓ କଏଦ ହୋଇଥିଲା ।

କେପ୍ ଟାଉନରେ ଖେଳାଯାଇଥିବା ତୃତୀୟ ଦିନିକିଆରେ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଷ୍ଟାଣ୍ଡରେ ନିଜ ଝିଅ ବାମିକା ସହ ଛିଡ଼ା ହୋଇଥିବା ବେଳେ ଷ୍ଟାଡିୟମ କ୍ୟାମେରା ଦୁହିଁଙ୍କର ଫଟୋକୁ କଏଦ କରିଥିଲା । ଆଉ ସେହି ସମୟରେ କ୍ୟାମେରା ତାଙ୍କ ଆଡ଼କୁ ଫୋକସ୍ ମଧ୍ୟ କରିଥିଲା। ଭାମିକା ପିଙ୍କ୍ ଡ୍ରେସ୍ ପିନ୍ଧି ନିଜ ମା’ ଅନୁଷ୍କାଙ୍କ କୋଳରେ ଥିବାର ଦେଖିବାକୁ ମିଳିଥିଲା । ଅନୁଷ୍କା ଭାମିକାଙ୍କୁ ଧରି କୋହଲିଙ୍କ ଅର୍ଦ୍ଧଶତକରେ ତାଳି ମାରି ଚିୟର କରୁଥିବାର କ୍ୟାମେରାରେ କଏଦ୍ ହୋଇଥିଲା ।

ଏନେଇ ବିରାଟ୍ ଓ ଅନୁଷ୍କା ଦୁହେଁ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଏକ ପୋଷ୍ଟ ସେୟାର କରିଥିବାର ଦେଖିବାକୁ ମିଳିଛି। ସେଥିରେ ଦୁହେଁ ଲେଖିଛନ୍ତି ଯେ, ‘ ଆମେ ଜାଣିନଥିଲୁ କି କ୍ୟାମେରା ଆମ ଉପରେ ଫୋକସ୍ ରହିଥିଲା ଏବଂ ଏହା ମଧ୍ୟରେ ଭାମିକାର ଫଟୋ ଷ୍ଟାଡିୟମ କ୍ୟାମେରାରେ କଏଦ ହୋଇଥିଲା । ଏହାକୁ ବହୁମାତ୍ରାରେ ସେୟାର ମଧ୍ୟ କରାଯାଉଛି। ଆମେ ଏହାକୁ ଗୋପନୀୟ ରଖିବାକୁ ଚାହୁଁଥିଲୁ ଓ ଖୁବଶୀଘ୍ର ଭାମିକାଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିଥାନ୍ତୁ’ ।

Virat Kohli Instagram Postବିରାଟଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ଭାମିକାଙ୍କ ଜନ୍ମ ପରଠାରୁ ହିଁ ବିରାଟ ଓ ଅନୁଷ୍କା ଝିଅର ଫଟୋକୁ ଗୋପନୀୟ ରଖିବା ପାଇଁ ନିରନ୍ତର ଉଦ୍ୟମ କରୁଥିଲେ । ନିକଟରେ ଦକ୍ଷିଣ ଆଫ୍ରିକା ଗସ୍ତ ବେଳେ ଏୟାରପୋର୍ଟ ଫାଟକରେ ବିରାଟ ପାପାରାଜିଙ୍କୁ ଭାମିକାଙ୍କ ଫଟୋ ନ ଉଠାଇବା ପାଇଁ ଅନୁରୋଧ କରିଥିଲେ ।