Advertisment

U19 World Cup: ଇଂଲଣ୍ଡକୁ ହରାଇ ତାଜ୍ ପିନ୍ଧିଲେ ଭାରତର ଯୁବ ବ୍ରିଗେଡ୍

ଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତ ଅଣ୍ଡର-୧୯ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ଫାଇନାଲରେ ଭାରତ, ଇଂଲଣ୍ଡକୁ ୪ ୱିକେଟ୍‌ରେ ହରାଇ ଭାରତର ଯୁବ ବ୍ରିଗେଡ୍ ତାଜ୍ ପିନ୍ଧିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
India win historic fifth title

India win historic fifth title

ଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତ ଅଣ୍ଡର-୧୯ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ଫାଇନାଲରେ ଭାରତ, ଇଂଲଣ୍ଡକୁ ୪ ୱିକେଟ୍‌ରେ ହରାଇ ଭାରତର ଯୁବ ବ୍ରିଗେଡ୍ ତାଜ୍ ପିନ୍ଧିଛନ୍ତି। ଏହାକୁ ମିଶାଇ ୫ମ ଥର ପାଇଁ ଟିମ୍ ଇଣ୍ଡିଆ ଅଣ୍ଡର-୧୯ ୱାର୍ଲଡ୍ କପ୍ ଚାମ୍ପିଅନ୍ ହୋଇଛି। 

Advertisment

ଦୀନେଶ ବାନା ଛକା ମାରି ଭାରତକୁ ମ୍ୟାଚ୍‌ ଜିତାଇଥିଲେ। ୨୦୧୧ରେ ମହେନ୍ଦ୍ର ସିଂ ଧୋନି ଯେଭଳି ଛକା ମାରି ଭାରତକୁ ବିଶ୍ୱ ବିଜେତା କରାଇଥିଲେ, ସେହିପରି ଦୀନେଶ ବାନା ଛକା ମାରି ଭାରତକୁ ଚାମ୍ପିଅନ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୮୯ ରନ୍ କରିଥିଲା। ୧୯୦ ରନ୍ ବିଜୟ ଲକ୍ଷ୍ୟକୁ ଭାରତ ୪୭ ଓଭରରେ ୬ୱିକେଟ୍ ହରାଇ ହାସଲ କରିଥିଲା। ପୂର୍ବରୁ ଭାରତ ୨୦୦୦, ୨୦୦୮, ୨୦୧୩ ଓ ୨୦୧୮ରେ ଅଣ୍ଡର-୧୯ ୱାର୍ଲଡ୍ କପ୍ ଚାମ୍ପିଅନ୍ ଜିତିଛି। ଏଥରକୁ ମିଶାଇ ପଞ୍ଚମ ଥର ପାଇଁ ଭାରତ ଅଣ୍ଡର-୧୯ ୱାର୍ଲଡ୍ କପ୍ ଟାଇଟଲ୍ ଜିତିଛି। 

Advertisment

ଭାରତର ଏହି ଐତିହାସିକ ବିଜୟ ପରେ ଭାରତୀୟ ଦଳ ପାଇଁ BCCI ପୁରସ୍କାର ରାଶି ଘୋଷଣା କରିଛି।  ପ୍ରତି ଖେଳାଳିଙ୍କ ପାଇଁ ୪୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିବା ବେଳେ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଛି।

Team India U19 World Cup U19 World Cup 2022 India Vs England Match
Advertisment
Advertisment