• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ମେଗା ପ୍ରାଇସ୍ ବାଜି ମାରିନେଲେ ଓ୍ୱିକେଟ୍ କିପର୍ - ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍

  • ନିଲାମ ହେଲେନି ରାଇନା ଓ ସ୍ମିଥ୍

କିଏ ୧୨ କୋଟି ତ କିଏ ୧୪ କୋଟି ତ ପୁଣି କିଏ ୧୫ କୋଟିରୁ ଅଧିକ, ବେଙ୍ଗଳୁରୁରେ ଜାରି ରହିଛି ଆଇପିଏଲ୍ ମେଗା ଅକସନ୍ । ନିଜ ପସନ୍ଦର ଖେଳାଳିଙ୍କୁ ଟିମ୍‌ରେ ସାମିଲ କରିବା ପାଇଁ ଟଙ୍କାକୁ ଖାତିର ନକରି ବୋଲି ଲଗାଉଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜ । କାହାର ଫୋକସ୍‌ରେ ନିଜ ପୁରୁଣା ସିଜିନ୍‌ର ଷ୍ଟାର୍, ତ ଆଉ କିଏ କିଣୁଛି ଭଲ ପ୍ରଦର୍ଶନ କରୁଥିବା ନୂଆ ପ୍ଲେୟରଙ୍କୁ । ତେବେ ଏ ପର୍ଯ୍ୟନ୍ତ ନିଲାମୀରେ ସବୁଠାରୁ ଦାମୀ ଖେଳାଳି ହେବାର ସୁଯୋଗ ପାଇଛନ୍ତି ଓ୍ୱିକେଟକିପର୍‌ ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ ।

ଆଇପିଏଲ୍ ମେଗା ଅକ୍ସନରେ ମେଗା ପ୍ରାଇସ୍ ବାଜି ମାରିନେଲେ ଓ୍ୱିକେଟ୍ କିପର୍ - ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ । ଏବେ ସୁଦ୍ଧା ଚଳିତ ସିଜିନ୍‌ର ରେକର୍ଡ ୧୫ କୋଟି ୨୫ ଲକ୍ଷ ଟଙ୍କାରେ ଈଶାନ୍‌ଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିବାର ଦେଖିବାକୁ ମିଳିଛି । ୨୦୨୦ ଆଇପିଏଲ୍‌ରେ ଦଳ ପାଇଁ ରନ୍ ମେସିନ୍ ସାଜିଥିବା ଈଶାନ୍‌ଙ୍କୁ ମୁମ୍ବାଇ କୌଣସି ପରିସ୍ଥିତିରେ ହାତଛଡ଼ା କରିବାକୁ ଚାହୁଁନଥିଲା ।

ତେଣୁ ୨ କୋଟି ବେସ୍ ପ୍ରାଇସ୍ ଥିବା ଈଶାନଙ୍କୁ ପଞ୍ଜାବ, ଗୁଜରାଟ ଓ ହାଇଦ୍ରାବାଦ୍ ସହ ପ୍ରତିଦ୍ୱନ୍ଦିତା କରି ନିଲାମୀ ଡାକିଥିଲା ମୁମ୍ବାଇ ଇଣ୍ତିଆନ୍ସ । ବେଙ୍ଗଳୁରୁରେ ଆରମ୍ଭ ହୋଇଥିବା ୨ ଦିନିଆ ଆଇପିଏଲ୍ ମେଗା ନିଲାମୀରେ, ବୋଲିଂ ଅଲରାଉଣ୍ଡର୍ ଦୀପକ ଚହର ବି ବନିଥିଲେ ଅନ୍ୟତମ ଦାମୀ ଖେଳାଳି । ତାଙ୍କୁ ୧୪ କୋଟି ଟଙ୍କାରେ କିଣିଛି ତାଙ୍କ ପୁରୁଣା ଦଳ ଚେନ୍ନାଇ ସୁପର୍ କିଙ୍ଗ୍ସ ।

 

ଈଶାନ୍ ଓ ଚହରଙ୍କ ବ୍ୟତୀତ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି ଆଉ କିଛି ପ୍ରମୁଖ ଖେଳାଳି । ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍‌ର ନେତୃତ୍ୱ ନେଉଥିବା ବ୍ୟାଟ୍ସମ୍ୟାନ୍ ଶ୍ରେୟାସ୍ ଆୟାର୍‌ଙ୍କୁ ଏଥର ୧୨ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି କୋଲକାତା ନାଇଟ୍ ରାଇଡର୍ସ୍ । ପେସ୍ ବୋଲର୍ ହର୍ଷଲ ପଟେଲ ଓ ଶ୍ରୀଲଙ୍କାର ଅଲ୍ ରାଉଣ୍ଡର୍ ଓ୍ୱାନିନ୍ଦୁ ହସରଙ୍ଗାଙ୍କୁ ଆରସିବି ଏବଂ ୱେଷ୍ଟ୍ ଇଣ୍ଡିଜ୍ ଖେଳାଳି ନିକୋଲାସ୍ ପୁରନ୍‌ଙ୍କୁ ହାଇଦ୍ରାବାଦ ୧୦ କୋଟି ୭୫ ଲକ୍ଷରେ କିଣିବାକୁ ସ୍ପର୍ଦ୍ଧା ଦେଖାଇଛନ୍ତି ।

ସେହିପରି ବୋଲର୍ ପ୍ରସିଦ୍ଧ କ୍ରିଷ୍ନାଙ୍କୁ ରାଜସ୍ଥାନ ରୟାଲ୍ସ ଏବଂ ନ୍ୟୁଜିଲ୍ୟାଣ୍ଡ୍ ବୋଲର୍ ଲୋକି ଫର୍ଗୁସନ୍‌ଙ୍କୁ ଗୁଜରାଟ୍ ଟାଇଟନ୍ସ ୧୦ କୋଟି ଟଙ୍କାରେ କିଣିଛନ୍ତି । ହେଲେ ଆଶ୍ଚଯର୍ୟଜନକ କଥା, ଆଇପିଏଲ୍ ଭେଟେରାନ୍ ସୁରେଶ ରାଇନାଙ୍କୁ ନେବା ପାଇଁ କୌଣସି ଫ୍ରାଞ୍ଚାଇଜି ଆଗ୍ରହ ଦେଖାଇ ନାହାନ୍ତି । ସେହି ଅବସ୍ଥା ଭୋଗିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟସମ୍ୟାନ୍ ଷ୍ଟିଭ୍ ସ୍ମିଥ୍, ସାଉଥ୍ ଆଫ୍ରିକାର ଡେଭିଡ ମିଲର ଏବଂ ବାଂଲାଦେଶ ଅଲରାଉଣ୍ଡର ସାକିବୁଲ୍ ହାସନ ମଧ୍ୟ ଆଜି ଅନସୋଲ୍ଡ ରହିଛନ୍ତି ।

ବିଦେଶୀ ଖେଳାଳି ଭାବେ ହସରଙ୍ଗା ଓ ନିକୋଲସ୍ ପୁରନ୍‌କୁ ପରେ ସାଉଥ୍ ଆଫ୍ରିକାର ପେସ୍ ବୋଲର କାଗିସୋ ରବାଡାଙ୍କୁ ୯ କୋଟି ୨୫ ଲକ୍ଷରେ ନେଇଛି ପଞ୍ଜାବ କିଙ୍ଗ୍ସ । ୱେଷ୍ଟଇଣ୍ଡିଜ ଖେଳାଳି ଜାସନ ହୋଲଡରଙ୍କୁ ଲକ୍ଷ୍ମୌ ଟିମ୍ ୮ କୋଟି ୭୫ ଲକ୍ଷ, ଶ୍ରୀମୋନ୍ ହେଟମାୟାରଙ୍କୁ ରାଜସ୍ଥାନ ରୟାଲ୍ସ ୮ କୋଟି ୫୦ ଲକ୍ଷରେ କିଣିଛି । ଅନ୍ୟ ଭାରତୀୟ ଖେଳଳୀ ଭାବେ ଓ୍ୱାଶିଂଟନ୍ ସୁନ୍ଦର ଏସ୍ଆର୍‌ଏଚ୍ ୮ କୋଟି ୭୫ ଲକ୍ଷରେ ଏବଂ ଶିଖର ଧାଓ୍ୱନ ପଞ୍ଜାବ କିଙ୍ଗ୍ସକୁ ୮କୋଟି ୨୫ ଲକ୍ଷରେ ବିକ୍ରି ହୋଇଛନ୍ତି ।

ଆଇପିଏଲ୍ ଅକ୍ସନ ଚାଲିଥିବା ବେଳେ ନିଲାମ ଡାକୁଥିବା ହ୍ୟୁଜ୍ ଏଡମେଡାସ୍ ନିମ୍ନ ରକ୍ତଚାପ ଯୋଗୁଁ ହଠାତ୍ ପଡ଼ିଯାଇଥିଲେ । ତେଣୁ କିଛି ସମୟ ନିଲାମୀ ବନ୍ଦ ରହିବା ପରେ ଏହାକୁ ପରିଚାଳନା କରିଥିଲେ ବିଶିଷ୍ଟ କମେଣ୍ଟଟେଟର୍ ଚାରୁ ଶର୍ମା । ସେପଟେ ଏହି ଇଭେଣ୍ଟରେ କେକେଆର୍ ଟିମ୍‌ରେ ଶାହରୁଖଙ୍କ ପୁଅ ଆର୍ୟନ୍ ଖାନ୍, ଝିଅ ସୁହାନା ଖାନ୍ ଓ ଜୁହି ଚାଓ୍ୱଲାଙ୍କ ଝିଅ ଜାହ୍ନବୀଙ୍କୁ ଦେଖିବାକୁ ମିଳିଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now