ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଛି ୩ ଦିନିଆ ଜାତୀୟ ସିନିୟର ଜିମ୍ନାଷ୍ଟିକ ଚମ୍ପିୟାନସିପ୍ । ପୁରୁଷ ବର୍ଗରେ ଓଡ଼ିଶାର ରାକେଶ ପାତ୍ର ଏବଂ ମହିଳା ବର୍ଗରେ ଅଲିମ୍ପିୟାନ ଦୀପା କର୍ମାକର ଅଲରାଉଣ୍ଡ ଚାମ୍ପିୟାନ ହୋଇଛନ୍ତି ।
ଅନୁଗୁଳ ସହରର ପ୍ରଦୂଷଣ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ମାତ୍ରାକୁ ଟପିଯାଇଛି । ଗତକାଲି ଦିଲ୍ଲୀରେ AIR QUALITY INDEX- AQI ୩୪୧ ଥିବାବେଳେ ଅନୁଗୁଳର AQI ଥିଲା ୩୫୪ ।
୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡ଼ାନ୍ତ ନେଇ ଚିଠି । ମଡେଲ ମନୋନୀତ ସହ ଏ ସଂପର୍କୀତ ଗାଇଡଲାଇନ ନେଇ ଚିଠିରେ ଉଲ୍ଲେଖ ରହିଛି ।
ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବରୁ ୪ ହଜାର କୋଟି ବ୍ୟୟବରାଦ ଥିବା ବେଳେ ଏବେ ଏଥିରେ ଆଉ ୨୧୪ କୋଟି ଟଙ୍କା ବୃଦ୍ଧି କରି ୪ ହଜାର ୨୧୪ କୋଟି ଟଙ୍କା କରାଯାଇଛି।
ଦ୍ୱନ୍ଦ୍ୱ ଦୂର କଲେ ବଂଶଲ। ମେଣ୍ଟ ହେବାର କୌଣସି ସମ୍ଭାବନା ନାହିଁ। କର୍ମୀଙ୍କ ମନରେ ଦ୍ୱନ୍ଦ ଦୂର କର ସଂଗଠନକୁ ମଜଭୁତ କର। ଆଜି ପଦାଧିକାରୀ ଏବଂ ଜିଲ୍ଲା ସଭାପତିଙ୍କ ବୈଠକରେ ରାଜ୍ୟ ନେତାଙ୍କୁ ଏମିତି ରୋକଠୋକ ଶୁଣାଇଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ।
ଓଡ଼ିଶାକୁ ୫ରୁ ୬ଟି କ୍ଲଷ୍ଟରରେ ଭାଗ କରାଯିବ। ଆଉ ଏସବୁ କ୍ଲଷ୍ଟର ଦାୟିତ୍ୱରେ ରହିବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।
ରାଜ୍ୟର ୨୧ ଲୋକସଭା ସିଟ୍ ହାତେଇବାକୁ ଟଣା ଓଟରା..ଲୋକସଭା ସହ ବିଧାନସଭା ନିର୍ବାଚନ ଥିବାରୁ କ୍ଷମତା ଦଖଲ ପାଇଁ କସରତ..
ଏଣିକି ମୈଦାନକୁ ଓହ୍ଲାଇବେ ବିଜେପି-କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ । ଉତ୍ସାହିତ ଦୁଇ ଦଳ, ବିଜେଡି କହିଲା ପଡ଼ିବନି ପ୍ରଭାବ ।
୨୪'ରେ କେମିତି ଓଡ଼ିଶା ଦଖଲ କରିବ ବିଜେପି । ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ରୋଡମ୍ୟାପ୍ ।
ଓଡ଼ିଶାକୁ ପୁଣି ଫେରିଲା କରୋନା । ତା’ ସାଙ୍ଗକୁ ଫେରିଲା ମାସ୍କ ପରିଧାନ ପରାମର୍ଶ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍ ଡ୍ୟାସବୋର୍ଡରେ ଅପଲୋଡ୍ ହୋଇଛି ଡାଟା । ଏଥିରେ ରାଜ୍ୟର ଜଣେ ବ୍ୟକ୍ତି କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦର୍ଶାଯାଇଛି ।
ମାଟ୍ରିକ ଡ୍ରପ୍ ଆଉଟ୍ରେ ଓଡିଶା ନମ୍ୱର ୱାନ୍ । ୨୦୨୧-୨୨ରେ ପାଠ ଛାଡିଛନ୍ତି ୪୯.୯ ପ୍ରତିଶତ ଦଶମ ଛାତ୍ରଛାତ୍ରୀ । ଲୋକସଭାର ଏକ ତାରକା ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ତଥ୍ୟ ରଖିଛନ୍ତି ତାହା ସମସ୍ତଙ୍କୁ ଚମକାଇଲା ଭଳି ।
ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଜବରଦସ୍ତ ବିଜୟ ପରଠୁ ଉତ୍ସାହିତ ରାଜ୍ୟ ବିଜେପି । ତେଣୁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ଏବେ ପୂରା ଆଟାକିଂ ମୋଡରେ ଗେରୁଆ କ୍ୟାମ୍ପ ।
ସମଗ୍ର ଦେଶର ସାମ୍ବାଦିକଙ୍କ ଅର୍ଥନୈତିକ, ସାମାଜିକ ଓ ବୃତ୍ତିଗତ କଲ୍ୟାଣ ଉଦ୍ଦେଶ୍ୟରେ ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ।
ଓଡ଼ିଶା ସୀମାନ୍ତ ଆରପଟ ଛତିଶଗଡରେ କଂଗ୍ରେସର ପରାଜୟ ପରେ ବଘେଲ ସରକାରକୁ ହଟାଇ ବିଜେପି କ୍ଷମତାକୁ ଫେରିଛି। ଏହା ସହିତ ରାଜସ୍ଥାନକୁ ମଧ୍ୟ ଦଳ ଦଖଲକୁ ନେଇଥିବାବେଳେ ମଧ୍ୟପ୍ରଦେଶରେ ପୂର୍ବାପେକ୍ଷା ଢେର ଅଧିକ ଜନମତ ପାଇଛି। ଆଉ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିବ ବୋଲି ରାଜ୍ୟ ନେତୃତ୍ୱଙ୍କ ଦାବି।
MP, MLAଙ୍କୁ ଛାଡ଼ି ଟିକେଟ୍ ଲବିରେ ଥିବା ୧୯ ନେତା ହେଲେ ସଂଯୋଜକ ।
ରାଜ୍ୟରେ ଶହେରୁ ମାତ୍ର ୧୧.୯ ମାମଲାରେ ସଜା ପାଉଛନ୍ତି ଅଭିଯୁକ୍ତ । ଗତବର୍ଷ ସୁଦ୍ଧା ବିଚାର ନହୋଇ ପଡ଼ିରହିଥିଲା ୮ ଲକ୍ଷ ୬୪ ହଜାର ମାମଲା ।
କ୍ୟାମ୍ପସରୁ ନେତା ତିଆରି ବାଟ ବନ୍ଦ କରି ଭିନ୍ନ ଉଦ୍ୟମ । ଛାତ୍ରଙ୍କୁ ରାଜନୈତିକ ଦଳଙ୍କ ଗୋଡ଼ାଣିଆ ଉଦ୍ୟମକୁ ନେଇ ପ୍ରଶ୍ନ ।
ଆସନ୍ତା କିଛି ବର୍ଷ ମଧ୍ୟରେ ଓଡ଼ିଶା ହେବାକୁ ଯାଉଛି ବୟସ୍କଙ୍କ ରାଜ୍ୟ । କାହିଁକି ନା ଟୋଟାଲ୍ ଫର୍ଟିଲିଟି ରେଟ୍ - TFR ବା ରାଜ୍ୟର ସମୁଦାୟ ପ୍ରଜନନ ହାର ଏବେ ଜାତୀୟ ହାରଠାରୁ ଯଥେଷ୍ଟ କମ୍ ରହିଛି ।
ତେଲେଙ୍ଗାନାରେ ଦଳ ଯେଉଁ ସ୍ଥିତିରେ ଥିଲା ସେଠି ଯେଉଁଭଳି ନମ୍ବର ୱାନ୍ ହୋଇପାରିଲା, ଓଡ଼ିଶାରେ ବି ତାହା ହେବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ଏମପି ଥାଇ ଏମଏଲଏ ସିଟରେ ଲଢ଼ି ଜିତିଲେ ୧୨ ହେଭିୱେଟ୍ । ସଫଳ ହେଲା ବିଜେପିର ଏମପି ଫର୍ମୁଲା । ଓଡ଼ିଶାରେ ବି ଏମପି ଫର୍ମୁଲା ଆପଣାଇବ କି ବିଜେପି ?
ଓଡ଼ିଶାରେ ସାଧାରଣ ନିର୍ବାଚନରେ ଟିକେଟ ବାଣ୍ଟିବାକୁ ବିଜେପି ଆପଣାଇବ କି ଏମପି ଫର୍ମୂଲା ? ବିଧାନସଭାରେ ଲଢିବେ କି ସାଂସଦ ? ଚର୍ଚ୍ଚା ହେଉଛି ୩ ରାଜ୍ୟରେ ସଫଳତା ପଛରେ ଇଏ ବି ଥିଲା ଏକ ବଡ଼ ଷ୍ଟ୍ରାଟେଜୀ।
ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ।
କେଉଁଠି କଲେଜରେ ତାଲା ପକେଇଲେଣି ଛାତ୍ରଛାତ୍ରୀ ତ କେଉଁଠି ଖୋଲାଖୋଲି ବିରୋଧ କଲେଣି। ଏଭଳି ସ୍ଥିତିରେ ଏହି ଯୋଜନା ମାଧ୍ୟମରେ ବିଜେଡିର କ୍ୟାମ୍ପସ ପଲିଟିକ୍ସ ରଣନୀତି, ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଓଡ଼ିଶାରେ ବୁଲୁଛି ମହାରାଷ୍ଟ୍ରର ମହାବଳ । ଗଜପତି ଜିଲ୍ଲା ଅଁଳାବର ଜଙ୍ଗଲରେ ବୁଲୁଥିବା ଏବଂ ଗାଈଗୋରୁ ମାରି ଖାଉଥିବା ମହାବଳ ବାଘ, ମହାରାଷ୍ଟ୍ରର ଚନ୍ଦ୍ରପୁରୀ ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡ଼ିଛି ।
ସ୍କିନ୍ ବା ଚର୍ମ ଦେଇପାରେ ନୂଆ ଜୀବନ। ଅନ୍ୟ ଜଣଙ୍କ ଚର୍ମରେ ଜୀବନ ପାଇଲେ ଦୁଇ କୋମଳମତି ଶିଶୁ। ଆଲୋଗ୍ରାଫ୍ଟ ପଦ୍ଧତି ଚିକିତ୍ସାରେ ସଫଳତାକୁ ନେଇ ଚର୍ଚ୍ଚା। ଭୁବନେଶ୍ୱର ଏମ୍ସରେ ହୋଇଛି ସଫଳ ଆଲୋଗ୍ରାଫ୍ଟ ଟ୍ରାନ୍ସପ୍ଲାଣ୍ଟ।