ବଜାରରେ ପିଆଜ ଦର କେଜି ପିଛା ୭୦ ଟପିଲାଣି । ମହାରାଷ୍ଟ୍ର ନାସିକରୁ ପର୍ଯ୍ୟାପ୍ତ ପିଆଜ ଆସୁନି ବୋଲି ଏପରି ଅବସ୍ଥା । ହେଲେ ଓଡ଼ିଶାରେ କ'ଣ ପିଆଜ ହେଉନି ? ଉତ୍ପାଦିତ ପିଆଜ ଯାଉଛି କୁଆଡ଼େ ?
ମହିଳାଟିଏ ଗର୍ଭବତୀ ହେବା ପରଠୁ ତାର ସମସ୍ତ ଦାୟିତ୍ୱ ସ୍ୱାସ୍ଥ୍ୟ କର୍ମୀ ନେବେ ବୋଲି ସରକାର ଡିଣ୍ତିମ ପିଟୁଛନ୍ତି ।
ଧାଡ଼ିକୁ ଧାଡ଼ି ହୋଇ ଲାଗିଛି ଡ୍ରାଗନ୍ ଫ୍ରୁଟ୍ ଗଛ I ଗଛ ଗୁଡ଼ିକ ବେଶ୍ ସୁନ୍ଦର ହେବା ସହ ଫଳ ବି ଧରିଛି । ଏହି ଫଳ ସବୁ ପାଚିଲେ ବଜାରକୁ ବିକ୍ରି ପାଇଁ ଯିବ । ଏ ଦୃଶ୍ୟ କେଉଁ ବିଦେଶରେ ନୁହେଁ ବରଂ ଆମ ଓଡ଼ିଶାର । ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଳକ ରାଇଛାପଲ ଗାଁରେ ହୋଇଛି ଏହି ସୁନ୍ଦର ଡ୍ରାଗନ ଚାଷ ।
ମହାବାତ୍ୟାର ଲୋମଟାଙ୍କୁରା ଘଟଣାବଳୀକୁ କିଏ ବା ଭୁଲିବ। ଆଜକୁ ୨୪ ବର୍ଷ ତଳେ ଭୟଙ୍କର ତାଣ୍ଡବ ରଚିଥିଲା ମହାବାତ୍ୟା। ଏବେବି ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଛାତି ଥରିଉଠେ। ସେଦିନ ଢୁ ଢୁ ବର୍ଷା ସାଙ୍ଗକୁ ପବନର ଧ୍ୱଂସଲୀଳା ଆଉ ତା’ ସହିତ ସମୁଦ୍ରର କରାଳ ରୂପ ଯିଏ ଦେଖିଛି ସିଏ ଜାଣିଛି।
ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । ମୃତ୍ୟୁ ବେଳକୁ ଅନନ୍ତ କିଶୋରଙ୍କୁ ୫୨ ବର୍ଷ ହୋଇଥିଲା । ଫୁସଫୁସ ଜନିତ ସଂକ୍ରମଣରେ ପୀଡିତ ଥିଲେ ଅନନ୍ତ କିଶୋର ।
ଓଡ଼ିଶାରେ ପଛୁଆ ବର୍ଗଙ୍କ ଗଣନା ଓ ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ଜାଣିବାକୁ ଓବିସି ସର୍ଭେ ଲାଗି ବହୁ ବାଦ ବିବାଦ ପରେ ଚଳିତ ବର୍ଷ ଆରମ୍ଭରୁ ପ୍ରକ୍ରିୟା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଏଥିପାଇଁ ଜଷ୍ଟିସ ରଘୁନାଥ ବିଶ୍ୱାଳ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ସର୍ଭେରେ ରାଜ୍ୟର ମୋଟ ୨୧୦ଟି ଜାତିର ଲୋକଙ୍କୁ ସାମିଲ କରାଯାଇ, ସେମାନଙ୍କ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରାଯାଇଛି ।
ଓଡ଼ିଶାରେ ପଛୁଆ ବର୍ଗଙ୍କ ଗଣନା ଓ ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ଜାଣିବାକୁ ଓବିସି ସର୍ଭେ ଲାଗି ବହୁ ବାଦ ବିବାଦ ପରେ ଚଳିତ ବର୍ଷ ଆରମ୍ଭରୁ ପ୍ରକ୍ରିୟା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଏଥିପାଇଁ ଜଷ୍ଟିସ ରଘୁନାଥ ବିଶ୍ୱାଳ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ସର୍ଭେରେ ରାଜ୍ୟର ମୋଟ ୨୧୦ଟି ଜାତିର ଲୋକଙ୍କୁ ସାମିଲ କରାଯାଇ, ସେମାନଙ୍କ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରାଯାଇଛି ।
ପୁରୀ- ରାଉରକେଲା ବନ୍ଦେ ଭାରତକୁ ମିଶାଇ ସାରା ଦେଶରେ ଆଜି ଏକକାଳୀନ ୧୧ଟି ରାଜ୍ୟକୁ ସଂଯୋଗ କରୁଥିବା ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ଭାରତକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ବଢ଼ୁଛି ।
ପୁରୀ- ରାଉରକେଲା ବନ୍ଦେ ଭାରତକୁ ମିଶାଇ ସାରା ଦେଶରେ ଆଜି ଏକକାଳୀନ ୧୧ଟି ରାଜ୍ୟକୁ ସଂଯୋଗ କରୁଥିବା ୯ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବନ୍ଦେ ଭାରତକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ବଢ଼ୁଛି ।
ନୂଆଁ ଧାନ୍ କେ ନୂଆ ମନ୍ । ଗଣପର୍ବ ନୂଆଁଖାଇରେ ଝୁମିଛି ପଶ୍ଚିମ ଓଡ଼ିଶା । ଇଷ୍ଟଦେବୀଙ୍କ ପାଖେ ନବାନ୍ନ ଲାଗି ପରେ ଘରେ ଘରେ ନୂଆଖିଆ
ଆମ ଓଡିଶା ନବୀନ ଓଡିଶା ଯୋଜନାକୁ ଅଦାଲତି ଛାଟ । ଯୋଜନାର କାର୍ଯ୍ୟକାରିତାରେ ପଞ୍ଚାୟତର ସ୍ୱାର୍ଥ ଏବଂ ଗ୍ରାମସଭାକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ଉପରେ ସରକାରଙ୍କୁ ରିପୋର୍ଟ ତଲବ୍ କରିଛନ୍ତି ହାଇକୋର୍ଟ । ଏଥିସହ ଯେଉଁ ଢଙ୍ଗରେ ଯୋଜନା କାର୍ଯ୍ୟକାରୀ ହେଉଛି ତାହା ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ପରିପନ୍ଥୀ ବୋଲି କୋର୍ଟ ମତ ଦେଇଛନ୍ତି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ଗାଇଡଲାଇନ ଉଲ୍ଲଂଘନ କରୁଛନ୍ତି କି ସରକାରୀ ଅଧିକାରୀ ? ଦଳୀୟ ଭିତ୍ତିରେ ହେଉଛି କି ପ୍ରକଳ୍ପ ଚୟନ ?
ଏନେଇ ଘୋଷଣା କଲା ଓଡ଼ିଶା ଲୋକସେବା ଆୟୋଗ ।
ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ କସରତ ..ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖୋରାକ ଦେଲା ଇସିଆଇ ଅଧିକାରୀଙ୍କ ଗସ୍ତ । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ନିର୍ବାଚନ ସଂପର୍କୀତ ସମୀକ୍ଷା କରିବେ ।
୩ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିଥାରମନଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେବେ । ସମ୍ମିଳନୀରେ ୧୪ଶହରୁ ୧୫ ଶହ ଚାଟାର୍ଡ ଆକାଉଣ୍ଟାଣ୍ଟ, ACCOUNTING କମ୍ପାନୀ ସେକ୍ରେଟାରୀ ଏବଂ କର୍ପୋରେଟ ଅଫିସିଆଲ୍ ମାନେ ରହିବେ ।
ଯୁବ ଭୋଟ ହାତେଇବାକୁ ଶାସକ ଦଳର ଭରପୁର ପ୍ରୟାସ। ନୂଆ ଓଡ଼ିଶା ସ୍କିମରେ ଖର୍ଚ୍ଚ ହେବ ୩୮୫ କୋଟି । ସ୍ପୋର୍ଟ୍ସ ପରେ ଏବେ ଦକ୍ଷତା ବିକାଶକୁ ଗୁରୁତ୍ୱ..
କଣ ଏଇ ନୂଆ ଓଡ଼ିଶାର ଲକ୍ଷ୍ୟ, ଯୁବ ବର୍ଗଙ୍କ ନିଯୁକ୍ତି ନା କେବଳ ଭୋଟ୍ ଗୋଟେଇବାର ଚାଲ୍। କୁହାଯାଉଛି ମୋଦିଙ୍କ ଆଡ଼କୁ ଯୁବ ଭୋଟ୍ ଢଳୁଥିବାରୁ ସେମାନଙ୍କୁ ନବୀନ ମୁହାଁ କରି କାଉଣ୍ଟର ପ୍ରସ୍ତୁତିକୁ ମଜଭୁତ କରିବାକୁ ଏ ଯୋଜନା। ଯାହାକୁ ନେଇ ତେଜିଛି ରାଜନୀତି।
କଂଗ୍ରେସ ପ୍ରତି ଅନାସ୍ଥା ନେଇ ବିଭିନ୍ନ ରାଜ୍ୟର ଉଦାହରଣ ଦେଲେ ମୋଦି । ଓଡ଼ିଶାରେ ୨୮ ବର୍ଷ ହେଲା କଂଗ୍ରେସ କ୍ଷମତାଚ୍ୟୁତ ହୋଇଛି କହିଲେ । ୧୯୯୫ ପରେ ଓଡ଼ିଶାରେ ଆଉ କଂଗ୍ରେସ କ୍ଷମତାକୁ ଆସିପାରିନାହିଁ ।
ଟେଣ୍ଡର ବାତିଲ ପରେ ବଢିଲା ଅନିଶ୍ଚିତତା। ତେବେ କାହିଁକି ବାତିଲ ହେଲା ଟେଣ୍ଡର? ବାରମ୍ବାର ଡିଜାଇନରେ ପରିବର୍ତ୍ତନ ପଡ଼ିଲା କି ମହଙ୍ଗା?
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଚାନକ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା। କାଲିଠାରୁ ଶାହ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଷ୍ଟେଜ୍ ସେୟାର କରିବେ। ତେବେ ନିକଟରେ କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଓ ଦିଲ୍ଲୀ ସେବା ବିଲ୍ କୁ ସମର୍ଥନ ପରେ, ରାଜନୈତିକ ଦିଗରେ କୌଣସି ଆଲୋଚନା ହେବ ନାହିଁ ତ, ତାକୁ ନେଇ ଚର୍ଚ୍ଚା ହେଉଛି। ସେପଟେ ପାର୍ଟି ମୁଖ୍ୟାଳୟରେ ବି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ୨୪ ନିର୍ବାଚନ ଲାଗି ଶାହ ଦେବେ ଗୁରୁମନ୍ତ୍ର।
୨୦୨୪ ସାଧାରଣ ନିର୍ବାଚନ ଉପରେ ଫୋକସ୍ କରି ଆଗାମୀ ଦିନରେ ବିଜେପିର ରୋଡମ୍ୟାପ୍ ନେଇ ବି ମାନସ ମନ୍ଥନ ହେବ। ଯାହାକୁ ନେଇ ଉତ୍ସାହିତ ପଦ୍ମ ଶିବିର।
ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି ଶାହ
ସେପଟେ ନୂଆପଡ଼ା ସୁନାବେଡ଼ାରେ ବାଘଙ୍କ ସୁରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।
ଫେରିଯିବା ପୂର୍ବରୁ ରାଷ୍ଟ୍ରପତି ନିଜ ପାଇଁ କିଛି ଶାଢ଼ି ଓ ସୁଟ୍ ପିସ୍ କିଣିଥିଲେ। ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ବସ୍ତ୍ରାଳୟରୁ ରାଜଭବନକୁ ଯାଇଥିଲା ୩୫ଟି ଶାଢ଼ି ଓ ଚୁଡ଼ିଦାର । ସେଥିରୁ ଖଣ୍ଡୁଆ, କୋଟ୍ଟପାଡ୍, ସମ୍ବଲପୁରୀ ଭଳି ୬ଟି ଶାଢ଼ି ଓ ୬ଟି ସୁଟପିସ୍ ରାଷ୍ଟ୍ରପତି ଓ ତାଙ୍କ ଝିଅ କିଣିଥିଲେ ।