Advertisment

Viral Video: ବଢିଗଲା ସ୍ୱାମୀ-ସ୍ତ୍ରୀଙ୍କ ଝଗଡା; ଛାତ ଉପରୁ ସ୍ୱାମୀଙ୍କୁ ଠେଲିଦେଲେ ମହିଳା, ଦେଖନ୍ତୁ ଭିଡିଓ…

ଏକ ଭାଇରାଲ ଭିଡିଓରେ ଦେଖାଯାଏ ଯେ ସ୍ତ୍ରୀ ରାଗିଯାଇ ସ୍ୱାମୀଙ୍କୁ ଏକ ଧକ୍କା ପକାଇଲେ। ସେ ଘରର ଛାତ ଉପରୁ ତଳକୁ ଖସିପଡିଲେ। ତା’ ପରେ କ’ଣ ହେଲା ଦେଖନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
Wife pushes husband off roof during argument

Wife pushes husband off roof during argument

ଆଜିକାଲି ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ୍‌ ହେଉଛି। ଏହି ଭାଇରଲ୍ ଭିଡିଓରେ ସ୍ୱାମୀ-ସ୍ତ୍ରୀ ଛାତ ଉପରେ ଝଗଡ଼ା କରୁଥିବାର ଦେଖାଯାଉଛି। ପରେ ଏହି ଦମ୍ପତିଙ୍କ ମଧ୍ୟରେ ଝଗଡା ଏମିତି ବଢ଼ିଯାଏ ଯେ ସମ୍ପର୍କ ତୁଚ୍ଛ ହୋଇଯାଏ।

Advertisment

ଏହି ଭାଇରାଲ୍ ଭିଡିଓରେ ଉଭୟଙ୍କ ଝଗଡ଼ା ଦେଖି କିଛି ଲୋକ ଏହାକୁ ଉପଭୋଗ କରୁଛନ୍ତି ତ ଆଉ କିଛି ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି। ଭିଡିଓରେ ଦେଖାଯାଉଛି ଯେ ଛାତ ଉପରେ ଝଗଡ଼ା କରୁଥିବା ଦମ୍ପତି ସେମାନଙ୍କର ବିବେକ ହରାଇ ବସିଛନ୍ତି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ କ୍ରୋଧରେ ଲାଲ ପଡି ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଛାତରୁ ତଳକୁ ପେଲି ଦେଉଛନ୍ତି।

ଏହି ଭାଇରାଲ ଭିଡିଓରେ, ସ୍ତ୍ରୀ ରାଗିଯାଇ ସ୍ୱାମୀଙ୍କୁ ଏକ ଧକ୍କା ପକାଇବାରୁ ସେ ଘରର ଛାତ ଉପରୁ ତଳକୁ ଖସିପଡିବା ଦେଖାଯାଏ। କିନ୍ତୁ ଭାଗ୍ୟ ଭଲ ଯେ ସେ ସିଧାସଳଖ ତଳେ ପଡି ନାହାନ୍ତି। ମଝିରେ ଥିବା କୁଡ଼ିଆ ତାଙ୍କୁ ରକ୍ଷା କରିଦେଲା।

Advertisment

ଅଧିକ ପଢ଼ନ୍ତୁ: ସୋସିଆଲ୍ ମିଡିଆରେ ମା-ପୁଅଙ୍କ ରୋମାଣ୍ଟିକ୍ ଭିଡିଓ; ଲୋକେ କହିଲେ ଏମିତି

ଭିଡିଓଟି ଦେଖିଲେ ବୁଝିହେବ ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ଝଗଡ଼ାକୁ କେହି ଜଣେ କ୍ୟାମେରାରେ ରେକର୍ଡ କରିଛି ଏବଂ ଏବେ ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ୍‌ ହେଉଛି।

ସୋସିଆଲ ମିଡିଆରେ ହଇଚଇ:

ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ପ୍ରଥମେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୁଏ ଏବଂ ତା’ପରେ ହଠାତ୍ ମହିଳା ଜଣଙ୍କ ସ୍ୱାମୀଙ୍କୁ ଜୋରରେ ଠେଲି ଦିଅନ୍ତି, ଯାହା ଫଳରେ ସେ ତଳେ ପଡ଼ିଯାଆନ୍ତି।

ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ @rareindianclips ନାମକ ଏକ ଆକାଉଣ୍ଟରୁ ଶେୟାର କରାଯାଇଛି। ଖବର ଲେଖାହେବା ବେଳକୁ ମାତ୍ର ୨୦ ସେକେଣ୍ଡର ଏହି ଭାଇରାଲ୍‌ ଭିଡିଓଟିକୁ ୪୧ ହଜାରରୁ ଅଧିକ ଲୋକ ଦେଖିସାରିଥିଲେ।

ଏହି ଭିଡିଓଟି ସୋସିଆଲ ମିଡିଆରେ ଲୋକମାନଙ୍କୁ ଦୁଇ ଗୋଷ୍ଠୀରେ ବିଭକ୍ତ କରିଛି। କିଛି ଲୋକ ମହିଳାଙ୍କ ଏହି କାର୍ଯ୍ୟକୁ ନିନ୍ଦା କରୁଥିବା ବେଳେ ଆଉ କିଛି ଲୋକ ଏହି ଘଟଣା ପଛରେ ଥିବା ସମ୍ପୂର୍ଣ୍ଣ ସତ୍ୟ ଜାଣିବାକୁ ଦାବି କରୁଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ଯଦି ସ୍ୱାମୀ ଜଣଙ୍କ ଏହି କାମ କରିଥାନ୍ତେ ତେବେ ମହିଳା କମିଶନ ଏପର୍ଯ୍ୟନ୍ତ କଥା ଯାଆନ୍ତାଣି। ଅନ୍ୟ ଜଣେ ଲେଖିଛନ୍ତି ଏ ଭିଡିଓଟି ତ ଭାଇରାଲ ହେଉଛି, କିନ୍ତୁ ପ୍ରକୃତ ଘଟନା କ’ଣ ତାହା ଜାଣିବା ଜରୁରୀ।

ଅଧିକ ପଢ଼ନ୍ତୁ: ଆସିଥିଲେ ଫ୍ୟାନ୍ ସଜାଡିବାକୁ; ହୋଇଗଲା ପ୍ରେମ, କରିଦେଲେ କନିଆଁ

Shocking Video Cruelty Viral Video
Advertisment
Advertisment