ଯେଉଁଥିରେ ସାମିଲ ହୋଇଥିଲେ ପୁରୀ ବିଜେଡିର ଛାମୁଆ ନେତା ଓ କର୍ମୀ, ସାସଂଦ ପ୍ରାର୍ଥୀ ବି ଆସିଥିଲେ।
ବିଧାୟକ ପ୍ରାର୍ଥୀ ସୁନୀଲଙ୍କୁ ସପୋର୍ଟ କରୁନାହିଁ ଶୁଭାଶିଷଙ୍କ ଗୋଷ୍ଠୀ । ଉଭୟଙ୍କୁ ଶଙ୍ଖ ଭବନରେ ଟ୍ୟୁସନ, ଏକାଠି କାମ କରିବାକୁ ତାଗିଦ୍ ।
ମୋକିମ୍ଙ୍କୁ ହାଇକୋର୍ଟଙ୍କ ଝଟ୍କା । ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମ୍ଙ୍କ ଉପରେ ବାଜିଲା ହାଇକୋର୍ଟଙ୍କ ଛାଟ ।
ବିଜେଡି ଘୋଷଣା କଲା ୭୨ ବିଧାନସଭା ପ୍ରାର୍ଥୀ। ଯେଉଁଥିରେ ୧୬ ନୂଆ ମୁହଁ ଥିବା ବେଳେ ପ୍ରାୟ ୮୦ ପ୍ରତିଶତ ନେତା ରିପିଟ୍ ହୋଇଛନ୍ତି। ଆଉ ମାତ୍ର ୧୨ ମହିଳା ଚେହେରା, ଯାହା ପାଖାପାଖି ୧୬ ପ୍ରତିଶତ।
ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ତାଙ୍କ ବିବୃତ୍ତି ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନକୁ ନେଇ ସେ ଏକ ବଡ଼ ମତ ଦେଇଛନ୍ତି, ଯେଉଁଥିପାଇଁ ସେ ପୁଣି ଥରେ ଆଲୋଚ୍ୟର ବିଷୟ ହୋଇଛନ୍ତି। ରାମ ମନ୍ଦିରକୁ ନେଇ ସେ ବିବାଦୀୟ ମତ ଦେଇଛନ୍ତି।
ନିର୍ବାଚନକୁ ହାତ ଗଣତି ଆଉ କିଛି ଦିନ । ଖୁବ ଶୀଘ୍ର ଲାଗିପାରେ ନିର୍ବାଚନ ଆଚରଣ ବିଧି । ତା ପୂର୍ବରୁ ବଦଳୁଛି ନେତାଙ୍କ ଆଚରଣ ଓ ଉଚ୍ଚାରଣ । ଆରମ୍ଭ ହେଲାଣି ଦଳ ଡିଆଁ ପର୍ବ । ସୁବିଧା ସୁଯୋଗ ଦେଖି, ଦଳ ଡେଉଁଛନ୍ତି ନେତା । ବାସ୍, ନୂଆପଡା ଜିଲ୍ଳା ଖଡିଆଲ ରାଜନୀତିରେ ବି ସେମିତି ଏବେ ଘଡିକେ ଘୋଡା ଛୁଟୁଛି...
ମହଙ୍ଗା ପଡିଲା କି କୁଲାଙ୍ଗେଙ୍କ ଘୋଷଣା! ସକାଳେ ଗଣମାଧ୍ୟମକୁ ସୂଚନା ଦେଲେ ଆଉ ସନ୍ଧ୍ୟାରେ ପ୍ରତ୍ୟାହାର କଲେ। ଆଜି ହଠାତ୍ କୁଲାଙ୍ଗେଙ୍କୁ ବଦଳି କରିଦିଆଗଲା।
ମାଟ୍ରିକ୍ ପରୀକ୍ଷା ପିଛା ଛାଡୁନି ବିବାଦ। ଇଂରାଜୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ହଇଚଇ। ଅଭିଭାବକଙ୍କ ଉଦବେଗ, ବୋର୍ଡ କର୍ତ୍ତୃପକ୍ଷଙ୍କ ଖଣ୍ଡନ। ସମୟ ଆଗରୁ ପ୍ରଶ୍ନପତ୍ର ଖୋଲାଯାଇଥିବା ଧରିଲା AI ।
ଥମୁନି ଛତ୍ରବଜାର ପିଣ୍ଡି ବିବାଦ । ଖାଲି ପଡ଼ିଛି ପିଣ୍ଡି, ରାସ୍ତାରେ ବ୍ୟବସାୟୀ । ଛତ୍ରବଜାର ପିଣ୍ଡି ବଣ୍ଟନ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି।
ଗତ କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା କି କୋଟାରୁ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ । ଆଜି ଆଉ ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ଖବର ମିଳିଛି । ଛାତ୍ର ଜଣକ ମେଡ଼ିକାଲ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।
ମାଆଙ୍କୁ ଅପମାନ । ଗତକାଲି ସରସ୍ୱତୀ ପୂଜା ଥିଲା । ପୂଜା ଆରମ୍ଭ ହେବା ପରେ ମୂର୍ତ୍ତିକୁ ଦେଖି ସମସ୍ତେ ହତବାକ ହୋଇଯାଇଥିଲେ । ପାଲଟି ଯାଇଥିଲେ ନିର୍ବାକ । ଭାରତୀୟ ପୋଷାକରେ ନଥିଲେ ଦେବୀ ।
ପୁନମ୍ ପାଣ୍ଡେ ତାଙ୍କର ଭିନ୍ନ ଷ୍ଟାଇଲ୍ ପାଇଁ ଜଣାଶୁଣା। ବିବାଦ କାରଣରୁ ପୁନମ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। କେବଳ ଖବରରେ ରହିବାକୁ ଚାହାନ୍ତି ବୋଲି ସେ କୁହନ୍ତି।
ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ଅର୍ପଣ ରଥ ଗାଁ ଗାଁ ବୁଲି ପ୍ରାୟ ୧୨ ହଜାର କୁଇଣ୍ଟାଲ ଚାଉଳ ସଂଗ୍ରହ କରିଛି ।
କୋରାପୁଟ ସହରରେ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ପୁଣି ଦେଖାଦେଇଛି କେଁ । ପୂର୍ବରୁ ଜାଗା ଚିହ୍ନଟ ଓ ଜମି ଅଧିଗ୍ରହଣ ପାଇଁ ପ୍ରକଳ୍ପ ଆରମ୍ଭରେ ବିଳମ୍ବ ହୋଇଥିଲା । ଏବେ ପୁଣି ଜମିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏହି ପ୍ରକଳ୍ପର ଭାଗ୍ୟ ଅନଶ୍ଚିତତା ଭିତରକୁ ଠେଲି ହୋଇ ଯାଉଛି ।
ପ୍ରଭୁ ରାମ ଭାରତର ଆସ୍ଥା, ଭାରତର ବିଚାର, ଭାରତର ଚେତନା। ରାମ ଅଗ୍ନି ନୁହଁନ୍ତି ଉର୍ଜା, ବିବାଦ ନୁହଁନ୍ତି ସମାଧାନ। ରାମଙ୍କ ପ୍ରତିଷ୍ଠା, ବସୁଧୈବ କୁଟୁମ୍ବକମର ନିଦର୍ଶନ। ଯାହା ସାରା ବିଶ୍ୱକୁ ଦେଉଛି ସର୍ବେ ଭବନ୍ତୁ ସୁଖୀନଃର ବାର୍ତ୍ତା ।
ଏହା ସହିତ ସେ ଆହୁରି କହିଛନ୍ତି ଯେ, କିଛି ବନ୍ଧୁ ଭାରତ ସରକାରଙ୍କ ଏକ PSU ଏହି ପରୀକ୍ଷା କରିଛି କହୁଛନ୍ତି । ମୁଁ ସ୍ପଷ୍ଟ କରୁଛି, ଭାରତ ସରକାରଙ୍କ ପରୀକ୍ଷା ଏଜେନ୍ସି ହେଲା NTA ।
ଶ୍ରୀରାମଙ୍କୁ ନେଇ ଚାରିଆଡେ ଉତ୍ସବ ଦେଖାଦେଇଥିବା ବେଳେ ଦକ୍ଷିଣ ସୁନ୍ଦରୀ ନୟନତାରା ତାଙ୍କର ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଅନ୍ନପୂର୍ଣ୍ଣାନୀ’କୁ ନେଇ ବିବାଦରେ ରହିଛନ୍ତି। ଏଥିରେ ଶ୍ରୀରାମଙ୍କୁ ଅପମାନ କରାଯାଇଥିବାରୁ ତାଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ପଡିଛି।
ଭକ୍ତଙ୍କୁ ଭଣ୍ଡେଇବା ପରେ ତେଜିଲାଣି ଅସନ୍ତୋଷ । ଏ କ୍ଷୋଭ ଅର୍ପଣ ରଥର ଗୁଆ ଚାଉଳକୁ ନେଇ । କୁଆଡେ ଗଲା ଭକ୍ତଙ୍କ ଗୁଆ-ଚାଉଳ । କାହିଁକି ପୁରୀରେ ପହଞ୍ଚିଲାନି ଭକ୍ତ ଶ୍ରଦ୍ଧାରେ ଦେଇଥିବା ଚାଉଳ ଆଉ ଗୁଆ ?
ବାସଗୃହ କ୍ରେତାଙ୍କ ପାଇଁ ଖୁସି ଖବର। ଏଣିକି ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ ବା ରେରା କୋର୍ଟର ବିନା ହସ୍ତକ୍ଷେପରେ ଆପୋଷ ବୁଝାମଣାରେ ବି ସେମାନଙ୍କ ମାମଲା ସମାଧାନ ହୋଇପାରିବ। ଏଥିପାଇଁ କନସିଲିଏସନ୍ ଆଣ୍ଡ ଡିସ୍ପ୍ୟୁଟ୍ ରିଜୋଲ୍ୟୁସନ ସେଲ ଗଠନ କରିଛି ରେରା..
ଅର୍ପଣ ରଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଫଟୋକୁ ନେଇ ତେଜୁଛି ବିବାଦ। ଉପକୂଳରୁ ଉପାନ୍ତ ସବୁଠି ବିରୋଧ।
ତେଜିଲା ସ୍ୱରୂପ ଦାସ ଓ ରବୀନ୍ଦ୍ର ଜେନାଙ୍କ ମଧ୍ୟରେ ବିବାଦ ।
ଆଉ କେତେ ମରିବେ ଜଟଣୀ ବଅଙ୍ଗ ଗାଁର ଦିଲୀପ ସାମନ୍ତରାୟ ? ଆଉ କେତେଥର ସେ ଉଠିବେ ମରଣ ଶେଯରୁ ? ଆଉ କେତେ ଶବ ଦାହ କରିବେ ଦିଲୀପଙ୍କ ସଂପର୍କୀୟ ?
ଶ୍ରୀରାମଙ୍କୁ ନେଇ ସେ ଅନେକ କିଛି ଖରାପ ମନ୍ତବ୍ୟ ଦେଇଥିଲେ । ଯାହାଫଳରେ ବିବାଦ ଆରମ୍ଭ ହୋଇଥିଲା ।
ଥମୁନି କାମିୟା ଜାନି ଶ୍ରୀମନ୍ଦିର ପ୍ରବେଶ ବିବାଦ । ୟୁଟୁବର କାମିୟା ଜାନି ହିନ୍ଦୁ ନା ମୁସଲମାନ୍ ? କାମିୟା ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ପରେ ତାଙ୍କର ଧର୍ମକୁ ନେଇ ଏବେ ନାନା ଚର୍ଚ୍ଚା । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ବିଷୟରେ ପୋଷ୍ଟ କରିବା ପରେ ଚର୍ଚ୍ଚାରେ ୟୁଟୁବର କାମିୟା ଜାନି ।
ଥମିବାର ନାଁ ନେଉନି ପାଣ୍ଡିଆନ୍-କାମିୟା ଓ ଗୋମାଂସ ବିବାଦ। ଏହା ଏତେ ତେଜିଲା ଯେ, ଶେଷରେ ଭିଡିଓ ବାର୍ତ୍ତା କରି ସ୍ପଷ୍ଟୀକରଣ ରଖିଛନ୍ତି କାମିୟା। କହିଛନ୍ତି, ମନ୍ଦିର ପ୍ରଶାସନର ନିୟମ ଭାଙ୍ଗିନି କି କେବେ ଗୋମାଂସ ଖାଇନି।