ଶେଷ ହେବାକୁ ଥିବା ୨୦୨୩ ବର୍ଷରେ ଓଡ଼ିଶାରେ ଘଟିଛି ବଡ଼ ବଡ଼ ଘଟଣା ଆଉ ଦୁର୍ଘଟଣା । ଯେଉଁ ଖବର ଜାତୀୟ ସ୍ତରରେ ମଧ୍ୟ ଆଲୋଚନା ହୋଇଛି ।
ଥମିବାର ନାଁ ନେଉନି ପାଣ୍ଡିଆନ୍-କାମିୟା ଓ ଗୋମାଂସ ବିବାଦ। ଏହା ଏତେ ତେଜିଲା ଯେ, ଶେଷରେ ଭିଡିଓ ବାର୍ତ୍ତା କରି ସ୍ପଷ୍ଟୀକରଣ ରଖିଛନ୍ତି କାମିୟା। କହିଛନ୍ତି, ମନ୍ଦିର ପ୍ରଶାସନର ନିୟମ ଭାଙ୍ଗିନି କି କେବେ ଗୋମାଂସ ଖାଇନି।
ସାମ୍ବାଦିକ ସମ୍ମିଳନୀ କରି ସିଧା ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛି କଂଗ୍ରେସ। ଦଳ କହିଛି ମୁଖ୍ୟମନ୍ତ୍ରୀ ଏଥି ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ। ବିବାଦୀୟ ମହିଳାଙ୍କୁ ମହାପ୍ରସାଦ ସେବନ ପାଇଁ କାହିଁକି ଡକାଗଲା ? ଏଥିପାଇଁ ପାଣ୍ଡିଆନଙ୍କୁ କାରଣ ଦର୍ଶାଅ ନୋଟିସ ସହ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନବୀନ। ଯାହାର ଜବାବ୍ ରଖିଛି ବିଜେଡି।
ତେଜିବାରେ ଲାଗିଛି ପାଣ୍ଡିଆନ- କାମିୟା ଜାନି ବିବାଦ । ଗୋଟେ ପଟେ ରାଜନୈତିକ ବୟାନ ବାଜି, ଅନ୍ୟ ପଟେ ବିକ୍ଷୋଭ, ପ୍ରତିବାଦ । ଘଟଣାକୁ ନେଇ ଆଜି ସିଧାସଳଖ ପାଣ୍ଡିଆନ ଆଉ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ।
ମହାପ୍ରଭୁ ଜଗନ୍ନାଥଙ୍କ ବିସର୍ଜନକୁ ନେଇ ଉଠିଥିଲା ପ୍ରଶ୍ନ। ଜଗନ୍ନାଥ ଦାରୁ ଦିଅଁ ହେଇଥିବାରୁ ତାଙ୍କ ମାଟି ପ୍ରତିମା ହୋଇନଥାଏ କି ବିସର୍ଜନ କରାଯାଇନଥାଏ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି ।
NMCର ଅଫିସିଆଲ୍ ଲୋଗୋରେ ଲାଗିଲା ହିନ୍ଦୁ ଦେବତାଙ୍କ କଲର୍ ଫଟୋ...
କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ସୋମାଲିକା ଦାସ ହାଜର ହୋଇଛନ୍ତି । ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଉପରେ ସେ ଆପତ୍ତି ଉଠାଇଥିଲେ ।
ଦିନ ଥିଲା ସାହାରା ବନିଯାଇଥିଲା ଦେଶର ସବୁଠୁ ବଡ଼ କମ୍ପାନୀ... ଭାରତୀୟ ରେଲୱେ ପରେ ସବୁଠୁ ଅଧିକ ନିଯୁକ୍ତି ଦେଉଥିଲା ସାହାରା.. କ୍ରୀଡ଼ାଠୁ ଫିଲ୍ମ, ଏୟାରଲାଇନ୍ସରୁ ବୀମା ସବୁ ସେକ୍ଟରରେ ଥିଲା ସାହାରାର ଦବଦବା..
ଚର୍ଚ୍ଚାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବୈଠକ। ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର କୁହାଯାଉଥିବା ବେଳେ କଂଗ୍ରେସ କିନ୍ତୁ ଉଠାଇଛି ସାଂଘାତିକ ଅଭିଯୋଗ। ଦଳ କହିଛି ରାଜ୍ୟପାଳ ନିଜେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରୋଟୋକଲର ଉଲ୍ଲଂଘନ।
ଖଣ୍ଡା ଓ ଭୁଜାଲି ଆକ୍ରମଣରେ ୨ ପରିବାରର ୧୨ ଆହତ ହୋଇଛନ୍ତି । ଗୋଟିଏ ପରିବାର ୮ ଜଣ ହୋଇଥିବା ବେଳେ ଅନ୍ୟ ପରିବାରର ୪ ଜଣ ରହିଛନ୍ତି l
ଓଲିଉଡ୍ କଳିରେ ମୁଣ୍ଡ ପୁରାଇ ନିରାଶ ହେଲା OFDC। ଆଜି OFDC ଅଧ୍ୟକ୍ଷ ଏକ ବୈଠକ ଡାକି ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ। ହେଲେ ଅଭିନେତା ମନୋଜ ମିଶ୍ର ଏହି ବୈଠକକୁ ଆସିନଥିଲେ।
ଓଲିଉଡ୍ କଳିରେ ପଲିଟିକାଲ ଏଣ୍ଟ୍ରିକୁ ନେଇ ତେଜିଛି ବୟାନବାଜି। ଅଭିନେତା ଶ୍ରୀତମ ଦାସ କହିଛନ୍ତି, ପଶ୍ଚିମ ଓଡିଶାରୁ ଆସି ଏଠି ବହୁ କଳାକାର ନମ୍ବର ୱାନ ହୋଇଛନ୍ତି। ଏହା ଆମ ପରିବାରର କଳି। ଏହାକୁ ନେଇ କେହି ରାଜନୀତି କରିବା ଅନୁଚିତ।
ଫିଲ୍ମ ଇଣ୍ଡଷ୍ଟ୍ରୀ କହିଲେ କଟକ, ଭୁବନେଶ୍ୱର ନୁହେଁ । ଫିଲ୍ମ ଇଣ୍ଡଷ୍ଟ୍ରୀ ସାରା ଓଡ଼ିଶାର, ମୁଁ ଜଣେ ଓଡ଼ିଆ । ମୋତେ ବ୍ୟାନ୍ କରାଯାଇଛି ବୋଲି କିଛି ଚିଠି ପାଇନି: ମନୋଜ ମିଶ୍ର
ମନୋଜ ବାବୁଙ୍କୁ ଯଦି ବ୍ୟକ୍ତିଗତ ଭାବେ ଆଘାତ ଦେଇଛି ତ ମୁଁ ନିଜେ କ୍ଷମା ମାଗୁଛି । ମୁଁ ନିଜେ ସମ୍ବଲପୁରୀଆ ଓ ମୋ ମା’ ବି ସମ୍ବଲପୁରୀଆ । ସମ୍ବଲପୁର ଆମ ଭିତରେ ଅଛି, ସବୁ ଓଡିଆଙ୍କ ଭିତରେ ଅଛି ।
ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ଚନ୍ଦ୍ର- ମୀନ ଅହୋରାତ୍ର । ତିଥି – ୧୩ଶୀ ପ୍ରାତଃ ୦୬.୫୭ ଗତେ ୧୪ଶୀ (କ୍ଷୟ) । ରାତ୍ରି ୦୪.୧୭ ଗତେ ପୂର୍ଣ୍ଣିମା । ଘାତ ଚନ୍ଦ୍ର- ଧନୁ ରାଶିର ଅହୋରାତ୍ର । ଘାତ ବାର – ବିଛା, ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ – ନାସ୍ତି ।
ଜୟଙ୍କ ସହ ସଂପର୍କରେ ତିକ୍ତତାରୁ ଅଲଗା ହୋଇଥିଲେ ମହୁଆ....ପୋଷା କୁକୁର 'ହେନରୀ'କୁ ନେଇ ସୃଷ୍ଟି ହୋଇଥିଲା ବିବାଦ...ଝଗଡ଼ାରୁ ହିଁ ମହୁଆଙ୍କ ଗୁମର ଖୋଲିଥିବା ଚର୍ଚ୍ଚା..
ଟିଏମ୍ସି ସାଂସଦ ମହୁଆ ମୈତ୍ର କ୍ୟାସ ଫର କ୍ୱେରି ବା ଟଙ୍କା ବଦଳରେ ପ୍ରଶ୍ନ ବିବାଦରେ ପୁରୀ ବିଜେଡି ସାଂସଦ ପିନାକି ମିଶ୍ରଙ୍କ ନାଁ। ମହୁଆଙ୍କ ସହ ସାଂସଦ ପିନାକି ମିଶ୍ର, ଶଶି ଥରୁର ଓ ରାହୁଲ ଗାନ୍ଧୀଙ୍କର ନିବିଡ ସଂପର୍କର ଥିବା ନିଜ ସତ୍ୟାପାଠରେ ଲେଖିଛନ୍ତି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନି..
ଓକିଲ ଜୟ ଅନନ୍ତ ଦେହାଦ୍ରଇ ଏବଂ ଟିଏମ୍ସି ସାଂସଦ ମହୁଆ ମୋଇତ୍ରାଙ୍କ ମଧ୍ୟରେ ଏକ ତିନି ବର୍ଷର କୁକୁର ବିବାଦର କାରଣ ପାଲଟିଛି। ସଂସଦରେ ପ୍ରଶ୍ନ ପଚାରିବାକୁ ନେଇ ନଗଦ ଟଙ୍କା ନେଇ ମହୁଆ ଅସୁବିଧାରେ ପଡିଛନ୍ତି।
ମଙ୍ଗଳବାର ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍। ବୁଧବାର ‘ମିଶନ ଶକ୍ତି ସ୍କୁଟର’ ଯୋଜନା ।ଗୁରୁବାର ଗାଁ ଭୋଟରଙ୍କୁ ଖୁସି କରିବାକୁ ‘ଲକ୍ଷ୍ମୀ’ ବସ୍। ପାଖେଇ ଆସୁଥିବା ନିର୍ବାଚନକୁ ଦେଖି ଓ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ଗୁଡ଼ିକର ମାରାଥନ୍ ଲଞ୍ଚ୍।
ବିବାଦରୁ ମୁକୁଳି ପାରୁ ନାହାନ୍ତି ବିଜେଡି ବିଧାୟକ ବିଜୟ ଶଙ୍କର । ପ୍ରେମ, ପ୍ରତାରଣା ଆଉ ବିବାହ ବିବାଦରେ ହରଡ଼ ଘଣାରେ ବିଜୟ ।
ବଦନାମରୁ ବର୍ତ୍ତିଲା କ୍ୟାପିଟାଲ୍ ହସ୍ପିଟାଲ୍। ହେଲେ ବିବାଦରୁ ନୁହେଁ। ଡିଏନ୍ଏ ରିପୋର୍ଟ ଧୋଇଲା ଶିଶୁବଦଳ କଳଙ୍କ । ହେଲେ ଧୋଇପାରିଲାନି ବିବାଦ । ପୁଣି ମୁହାଁମୁହିଁ ହସପିଟାଲ୍ କର୍ତ୍ତୃପକ୍ଷ, ଅଭିଯୋଗକାରୀ ପ୍ରାଣକୃଷ୍ଣ ।
ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଘନଉଛି ବିବାଦ । ବିଧାନସଭା ଭିତରେ ବିରୋଧୀଙ୍କୁ ଜନ ବିରୋଧୀ ବୋଲି କହି ସମାଲୋଚନା କରିବା ପରେ, ଗତକାଲି ବିଜେଡି ପଦଯାତ୍ରାରେ ବି ସମାନ ଶବ୍ଦବାଣରେ ଘାଇଲା କରିଥିଲେ । ଜନ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟଙ୍କ ହଙ୍ଗାମା, ହଟ୍ଟଗୋଳ ।
ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଘନଉଛି ବିବାଦ । ବିଧାନସଭା ଭିତରେ ବିରୋଧୀଙ୍କୁ ଜନ ବିରୋଧୀ ବୋଲି କହି ସମାଲୋଚନା କରିବା ପରେ, ଗତକାଲି ବିଜେଡି ପଦଯାତ୍ରାରେ ବି ସମାନ ଶବ୍ଦବାଣରେ ଘାଇଲା କରିଥିଲେ । ଜନ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟଙ୍କ ହଙ୍ଗାମା, ହଟ୍ଟଗୋଳ ।
ରାଜ୍ୟ ସରକାରଙ୍କ ନୂଆ ଯୋଜନା ଲକ୍ଷ୍ମୀ ବସ୍ ସେବାକୁ ନେଇ ଛିଣ୍ଡୁନି ବିବାଦ । ଅକ୍ଟୋବର ୨ରୁ ଏହି ଯୋଜନାରେ ପ୍ରଥମେ ମାଲକାନଗିରି ଜିଲ୍ଲାରୁ ୩୬ଟି ବସ୍ ଗଡ଼ିବାର ସମ୍ଭାବନା ଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ଧର୍ମଘଟ ଡାକରାରେ ଅଟଳ ରହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏହା ଭିତରେ ମାଲକାନଗିରି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟରୁ ଓହରି ଯାଇଥିବାରୁ ଲକ୍ଷ୍ମୀ ଯୋଜନାକୁ ବିରୋଧ କରୁଥିବା ଘରୋଇ ବସ୍ ମାଲିକ ସଂଘ ଭିତରେ ଦେଖାଦେଇଛି ଫାଟ ।
ଘରେ ନପଶଣୁ ମୁଣ୍ଡରେ ଚାଳ, ରାଜ୍ୟ ସରକାରଙ୍କ ନୂଆ ବସ୍ ଯୋଜନା ଲକ୍ଷ୍ମୀକୁ ଆରମ୍ଭରୁ ବିରୋଧ । ଅକ୍ଟୋବର ୨ରୁ ଲକ୍ଷ୍ମୀ ଯୋଜନାରେ ପ୍ରଥମେ ମାଲକାନଗିରି ଜିଲ୍ଲାରୁ ଗଡ଼ିପାରେ ଏହି ଅତ୍ୟାଧୁନିକ ବସ୍ । ଏଥିପାଇଁ ମାଲକାନଗିରିରେ ପ୍ରସ୍ତୁତ ଭାରତ ବେଞ୍ଜ୍ କମ୍ପାନୀର ୩୬ଟି ଶୀତତାପ ନିୟନ୍ତ୍ରିତ ବସ ।