• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗତ କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା କି କୋଟାରୁ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ । ଆଜି ଆଉ ଜଣେ ଛାତ୍ର ନିଖୋଜ ହୋଇଯାଇଥିବା ଖବର ମିଳିଛି । ଛାତ୍ର ଜଣକ ମେଡ଼ିକାଲ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ତାଙ୍କର ବୟସ ୧୮ ବର୍ଷ । ଯୁବରାଜ ନାମକ ଏହି ଛାତ୍ର ସିକର ଜିଲ୍ଲାର ବାସିନ୍ଦା ।

ସେ ଏକ ଘରୋଇ କୋଚିଂ ସେଣ୍ଟରରେ NEET ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଗତ ଶନିବାର ଦିନ ଯୁବରାଜ କୋଟା ଟ୍ରାନ୍ସପୋର୍ଟ ନଗର ଅଞ୍ଚଳର ହଷ୍ଟେଲରୁ ସକାଳ ପ୍ରାୟ ୭ ଟାରେ କୋଚିଂ ପାଇଁ ଯାଇଥିଲେ । ସେବେଠାରୁ ସେ ନିଖୋଜ ଥିବା ଜଣା ପଡ଼ିଛି । ଅନ୍ୟପଟେ ସେ ନିଜ ମୋବାଇଲ ଫୋନ ମଧ୍ୟ ହଷ୍ଟେଲରେ ଛାଡ଼ି ଯାଇଛନ୍ତି ।

ତାଙ୍କ ମୋବାଇଲ୍‌ ଲୋକେସନ୍‌ ଟ୍ରେନ୍‌ରୁ ହଷ୍ଟେଲ ଆଖପାଖ ଅଞ୍ଚଳରେ ଥିବା ସୂଚନା ମିଳିବା ପରେ ପୁଲିସ ପୂରା ଅଞ୍ଚଳକୁ ସର୍ଚ୍ଚ କରିଛି । ତାଙ୍କ ହେଷ୍ଟେଲ ରୁମ୍‌ ଯାଞ୍ଚ ପରେ ସେଠାରୁ ମୋବାଇଲ ଫୋନ୍‌ ଓ ଦୁଇଟି ସିମ୍‌ କାର୍ଡ ମିଳିଥିବା ପୁଲିସ କହିଛି ।

ଏହି ଘଟଣା କୋଟାରୁ ଅନ୍ୟ ଜଣେ ଛାତ୍ର ରାନଚିତ୍ ସୋଣ୍ଡ୍ୟା ନିଖୋଜ ହେବାର ପ୍ରାୟ ଏକ ସପ୍ତାହ ପରେ ଘଟିଛି । JEE ପାଇଁ କୋଚିଂ ନେଉଥିବା ଏହି ଛାତ୍ର ଜଣକ ମଧ୍ୟ ହଷ୍ଟେଲ ଛାଡିବା ପରେ ନିଖୋଜ ହୋଇ ଯାଇଥିଲେ । ସିସିଟିଭିରେ କଏଦ ହୋଇଥିବା ଭିଡ଼ିଓରେ ସେ ଏକ ଜଙ୍ଗଲ ମଧ୍ୟରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି । ଏପର୍ଯ୍ୟନ୍ତ ଉକ୍ତ ଛାତ୍ରଙ୍କ କୌଣସି ଖୋଜ ଖବର ମିଳିନଥିବା ବେଳେ ଉଭୟ ଛାତ୍ରଙ୍କୁ ପୁଲିସ ଖୋଜିଛି ପୂରା ମାମଲାର ତଦନ୍ତ ଜାରି ରହିଛି ।