• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

BJD
ଟଳିଗଲେ ରଥି ମହାରଥୀ, ଧରାଶାୟୀ ନିଜେ ଛତ୍ରପତି

ଗେରୁଆ ସୁନାମୀରେ ନିଶ୍ଚିହ୍ନ ହୋଇଗଲା ବିଜେଡି ଗଡ଼, ମୁହଁମାଡ଼ି ପଡ଼ିଲେ ୪ ଡଜନରୁ ଅଧିକ ମନ୍ତ୍ରୀ ଓ ବିଧାୟକ। ସ୍ଥିତି ଏତେ ଦୟନୀୟ ଯେ, ଖୋଦ୍ ନବୀନଙ୍କୁ ବି ପ୍ରଥମ ଥର ପରାଜୟ ବରଣ କରିବାକୁ ପଡ଼ିଲା।

Naveen Patnaik
ଗୋଟିଏ ଝଟକାରେ ବଦଳିଗଲା ରାଜ୍ୟ ରାଜନୀତି

ଶେଷହେଲା ମୁଖ୍ୟମନ୍ତ୍ରୀ ଭାବେ 24 ବର୍ଷର ନିରଙ୍କୁଶ ଯାତ୍ରା। ମୋଦି ଗ୍ୟାରେଣ୍ଟିରେ ଭାଙ୍ଗି ଗଡ଼ ଗଡ଼ ହେଇଗଲା ବିଜେଡି ଗଡ଼।

VK Pandian
କୁଆଡ଼େ ଗଲେ ପାଣ୍ଡିଆନ୍ ? BJD ର ବିପର୍ଯ୍ୟୟ ପରେ ଗାଏବ୍ ଦ୍ୱିତୀୟ ସର୍ବଶକ୍ତିମାନ୍ ନେତା

ଭୁଶୁଡିଲା ବିଜେଡି। ବଦଳିଲା ସତ୍ତା। ତେବେ ୨୪ ବର୍ଷର ବିଜେଡି ଦୁର୍ଗ କାହିଁକି ଭୁଶୁଡିଲା? ସାଧାରଣରେ ଚର୍ଚ୍ଚା ଯେ, ଭିକେ ପାଣ୍ଡିଆନ୍‌ଙ୍କ ଅଭ୍ୟୁଦୟ ବିଜେଡି ପାଇଁ କାଳ ହେଲା।

Naveen Patnaik
 ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ; ଇତିହାସ ପାଲଟିଗଲେ ନବୀନ...

୫ ମାର୍ଚ୍ଚ ୨୦୦୦ରୁ ଆରମ୍ଭ, ୨୪ ଜୁନ୍ ୨୦୨୪ରେ ଶେଷ । ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ । ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ନବୀନଙ୍କ ଇସ୍ତଫା ।

Ratna Bhandar
ମୋଦି ଗ୍ୟାରେଣ୍ଟିକୁ ନେଇ ବଢୁଛି ଭକ୍ତଙ୍କ ଆଶା; ଖୋଲିବ କି ଶ୍ରୀମନ୍ଦିର ୪ ଦ୍ବାର ?

ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ବାର। ଫିଟିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର ରହସ୍ୟ। ରାଜ୍ୟରେ ବିଜେଡି ସରକାରର ପତ୍ତନ ଆଉ ବିଜେପି ସରକାରର ଅଭୁତ୍ଥାନ ପରେ ଶ୍ରୀଜଗନ୍ନାଥ ଭକ୍ତଙ୍କ ମନରେ ସଂଚାର ହୋଇଛି ଏମିତି ଆଶା।

Baijayant Panda
କେନ୍ଦ୍ରାପଡ଼ା ଲୋକସଭାରୁ ବିପୁଳ ବିଜୟ ପରେ ବୈଜୟନ୍ତଙ୍କ ବିଶାଳ ଶୋଭାଯାତ୍ରା

୬୬ ହଜାରରୁ ଅଧିକ ଭୋଟରେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ହରାଇବା ପରେ ଜୟ ପଣ୍ଡା ଏହି ବିଜୟ ଶୋଭାଯାତ୍ରା କରୁଛନ୍ତି।

Manmohan Samal
‘ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା, ବିଜେପି ଯାହା କହିଥିଲା ତାହା କରିବ’

ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବିଜେପି ସରକାର ଶପଥ ନେବା ପରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ।

Naveen Patnaik
ବିଜେଡି ହାତରୁ ଖସିଲା ଶାସନ ଡୋରି, ନବୀନ ପାଲଟିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଇତିହାସ ରଚିବା ବଦଳରେ ଇତିହାସ ପାଲଟିଲେ ନବୀନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହାବାତ୍ୟାରେ ଧରାଶାୟୀ ନବୀନ ମ୍ୟାଜିକ୍ ।

Naveen Patnaik
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ

ରାଜଭବନ ଆସି ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ ।

Pradeep Panigrahi
‘ଲେଖା ଛିଡ଼ିଲା, କ୍ରୀତଦାସ ମାନସିକତାରୁ ଓଡ଼ିଶାବାସୀ ମୁକ୍ତି ପାଇଲେ’

ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇ ଓଡ଼ିଶାବାସୀ ଜଣାଇଦେଲେ । ଯେଉଁଠି ନୀତି ନାହିଁ, ନେତା ଠିକ୍ ନାହାନ୍ତି ସେ ଦଳ ତିଷ୍ଠିବନି ।

president-of bjd, bjp and congress defeated
ନିର୍ବାଚନୀ ବୈତରଣୀ ପାର୍ କରି ପାରିଲେନି ୩ଦଳ ମୁଖିଆ: ହାରିଲେ ନବୀନ-ମନମୋହନ-ଶରତ

କେବଳ ମନମୋହନ ନୁହନ୍ତି, ବିଜେଡି ଓ କଂଗ୍ରେସ ସଭାପତିଙ୍କ ଋଣକୌଶଳ ମଧ୍ୟ ଏହି ନିର୍ବାଚନରେ ଫେଲ୍‌ ମାରିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଆସନ ହିଞ୍ଜିଳି ଏବଂ କଣ୍ଟାବାଞ୍ଜିରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ତାଙ୍କୁ କଣ୍ଟାବାଞ୍ଜି ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

In historic upset in Odisha
କାମ କଲାନି ନବୀନ ଯାଦୁ; ଓଡ଼ିଶାରେ ଫୁଟିଲା ପଦ୍ମ

ସବୁଠୁ ବଡ଼ କଥା ହେଲା ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ନେଇ ବିଜେଡି ଯେତେ ପ୍ରଚାର କରିବାକୁ ଚେଷ୍ଟା କରିଥିଲେ ବି ତାହା ଆଉ କାମ ଦେଲାନି। ଚଳିତ ନିର୍ବାଚନରେ ସବୁଠାରୁ ବଡ଼ ବିପର୍ଯ୍ୟୟର ସାମ୍ନା କରିଛି ଦଳ। ଭୁଶୁଡିଯାଇଛି ବିଜେଡି ଗଡ଼।

BJP
ଓଡ଼ିଶାରେ ସରକାର ବିରୋଧୀ ସୁନାମୀ; ଲୋକସଭାରେ ଖାତା ଖୋଲି ପାରିଲାନି ବିଜେଡି

ପଦ୍ମନାଭ ବେହେରା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଉମା ସାମନ୍ତରାୟ, ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ହେଭିୱେଟ ଓ ସେଲିବ୍ରିଟି ବିଜେଡି ପ୍ରାର୍ଥୀଙ୍କୁ ବି ପ୍ରତ୍ୟାଖ୍ୟାନ କରିଛନ୍ତି ଜନତା।

Naveen Patnaik
ପଦ୍ମ ପୋଖରୀରେ ହଜିଗଲା ବିଜେଡି; ଓଡ଼ିଶାରେ ନବୀନ ଯୁଗର ଅବସାନ, ସରକାର କରିବ ବିଜେପି

ଓଡ଼ିଶାରେ ନବୀନ ଯୁଗର ଅନ୍ତ। ଐତିହାସିକ ବିଜୟ ସହ ଓଡ଼ିଶାରେ ସରକାର କରିବ ବିଜେପି। ଚାରିଆଡ଼ ଅରେଞ୍ଜ ସୁନାମୀ।

BJD
ବିଜେଡ଼ି ପରାଜୟ ପଛର ୧୦ ପ୍ରମୁଖ କାରଣ..ଜାଣନ୍ତୁ

ବିଜେଡିର ଏଭଳି ବିପର୍ଯ୍ୟୟର କ’ଣ ରହିଛି ୧୦ ପ୍ରମୁଖ କାରଣ ଆସନ୍ତୁ ଜାଣିବା...

Naveen Patnaik
ପ୍ରଥମଥର ପାଇଁ ନିର୍ବାଚନ ହାରିଲେ ନବୀନ..

୨୦୨୪ ନିର୍ବାଚନରେ ବିଜେପି ଏକପ୍ରକାର ବାଜିମାତ କରିଛି। ଭୁଶୁଡୁଛି ବିଜେଡ଼ି ଗଡ଼। ରେକର୍ଡରୁ ଅଳ୍ପକେ ବର୍ତ୍ତିଲେ ନବୀନ। ଏହି ନିର୍ବାଚନ ଜିତିଥିଲେ ମୋଟ ୬ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇ ସାରା ଦେଶରେ ରେକର୍ଡ କରିଥାନ୍ତେ।

Odisha Election
ବାଜି ଜିତିଲେ ବୈଜୟନ୍ତ, ୫୩ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ..

ଜିତିବା ଉପରେ ବୈଜୟନ୍ତ ପଣ୍ତା । ୫୩ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି ବୈଜୟନ୍ତ ପଣ୍ତା ।

Pranab Prakash Das
ବବିଙ୍କ ଖେଳ ଖତମ ! ସମ୍ବଲପୁରରୁ ହାରିଲେ..କୋରେଇରୁ ହାରିଲେ ମାଆ

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନରୁ ପରାଜିତ ହୋଇଥିବାବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ଦାସ କୋରେଇ ବିଧାନସଭା ଆସନରୁ ହାରିଯାଇଛନ୍ତି।

Odisha Election
ଝାରସୁଗୁଡ଼ାରେ ଚିତ୍‌ପଟାଙ୍ଗ ବିଜେଡ଼ି, ଦୀପାଳିଙ୍କୁ ହରାଇ ଜିତିଲେ ଟଙ୍କଧର

ଝାରସୁଗୁଡ଼ା ବିଧାନସଭାରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହେଲେ । ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିଲେ ନବ ଦାସଙ୍କ ଝିଅ ଦୀପାଳି ।

First phase counting
ପ୍ରଥମ ପର୍ଯ୍ୟାୟ କାଉଣ୍ଟିଂ ଜାରି; ଭୁବନେଶ୍ୱରରେ ଅପରାଜିତା, ବରଗଡ଼ରେ ପ୍ରଦୀପ ଆଗୁଆ

ପୁରୀ ବିଧାନସଭାରେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଆଗୁଆ ଥିବା ବେଳେ ବରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ଅଛନ୍ତି। ଭୋଗରାଇ ବିଧାନସଭାରେ କଂଗ୍ରେସ ଆଗୁଆ ରହିଛି।

Counting
ଆରମ୍ଭ ହେଲା ଗଣତି; କାହା ସପକ୍ଷରେ ଯିବ ଜନାଦେଶ...ହଟିବ ସସ୍‌ପେନ୍ସ

ପ୍ରତି ରାଉଣ୍ଡ ଗଣତି ପରେ ଫଳାଫଳକୁ ଡିସପ୍ଳେ ବୋର୍ଡରେ ପ୍ରଦର୍ଶନ ସହ ମାଇକ୍ ଯୋଗେ ସୂଚନା ଦିଆଯିବ । କାଉଣ୍ଟିଂ ପାଇଁ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Election Result
ଆଜି ଆସିବ ଜନାଦେଶ, ଏହି ୮ ଲୋକସଭା ଆସନ ଉପରେ ନଜର

ଭୁବନେଶ୍ୱର ଲୋକସଭା ଆସନରେ ହେବ ଦ୍ୱିମୁଖୀ ଲଢ଼େଇ। ଏଠି ଠିଆ ହୋଇଛନ୍ତି ବିଜେପିର ଚର୍ଚ୍ଚିତ ମହିଳା ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ସିଏ ଗତଥର ଜିତିଥିଲେ।

Odisha Election Result Day
Odisha Election Result 2024 Live Updates: ଓଡ଼ିଶାରେ କିଏ ଗଢ଼ିବ ସରକାର ?

ନେତାଙ୍କ ଛାତି ଧଡ଼ଧଡ଼। ଧିରେ ଧିରେ ଖୋଲୁଛି ଇଭିଏମ୍ ପେଡି। ଫଇସଲା

Election Results
ଆଉ କିଛି ସମୟ ପରେ ଖୋଲିବ ଇଭିଏମ୍ ପେଡି, ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟଫଳ

ରାଜ୍ୟର ବିଧାନସଭାରେ ୧୪ ଶହ ୯୨ ପ୍ରାର୍ଥୀଙ୍କ ମଧ୍ୟରୁ କାହାକୁ ଭରସା କରିଛନ୍ତି ଭୋଟର ଜଣାପଡ଼ିବ । ଏଥିପାଇଁ ରାଜ୍ୟରେ ମୋଟ୍ ୭୦ଟି କାଉଣ୍ଟିଂ ସେଣ୍ଟରରେ ହେବ ମତଗଣନା ।

Vote Counting
ରାତି ପାହିଲେ ଭୋଟ୍ ଗଣତି

ରାତିକ ପରେ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ। ଜନମତ କାହା ସପକ୍ଷରେ ଯାଇଛି ତା ଉପରୁ ଉଠିବ ପରଦା। ଏଥିପାଇଁ ଜିଲ୍ଲାସ୍ତରରୁ ରାଜଧାନୀ ଯାଏ ସବୁଠି ପ୍ରସ୍ତୁତି କରାଯାଇଛି।