• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Odisha Elections Updates

Revolt in Keonjhar Congress
ଲୋକସଭା ପ୍ରାର୍ଥୀକୁ ନେଇ କେନ୍ଦୁଝର କଂଗ୍ରେସରେ ବିଦ୍ରୋହ, ଇସ୍ତଫା ଦେଲେ ଜିଲ୍ଲା ସଭାପତି

କେନ୍ଦୁଝର ଜିଲ୍ଲା କଂଗ୍ରେସକୁ ପିସିସି ସମ୍ପୂର୍ଣ୍ଣ ଅଣଦେଖା ଏବଂ ଅବହେଳା କରିଥିବା ଅଭିଯୋଗ କରି ସେମାନେ ପଦ ଛାଡିଥିବା ଇସ୍ତଫା ପତ୍ର ଉଲ୍ଲେଖ କରିଛନ୍ତି।

Prabhas Singh
ବଢ଼ୁଛି ବିଜେପି ବଳ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପ୍ରଭାସ ସିଂ

ଏପ୍ରିଲ୍‌ ୮ରେ ବିଜେଡିରୁ ଇସ୍ତଫା ଦେଇଥିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସରେ ପହଞ୍ଚି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଥିଲେ ।

Jyoti Panigrahi
ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜ୍ୟୋତି ପାଣିଗ୍ରାହୀ

ଗତ ୧୧ ତାରିଖରେ ସେ ବିଜେଡି ଛାଡ଼ିଥିଲେ। ଜ୍ୟୋତି ପାଣିଗ୍ରାହୀ ହେଉଛନ୍ତି ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା।

Potato price
ରୋଷେଇ ଘରକୁ ମହଙ୍ଗା ମାଡ଼, ଖାଉଟି କଲବଲ

ରୋଷେଇ ଘରକୁ ମହଙ୍ଗା ମାଡ଼, ଖାଉଟି କଲବଲ। ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ହୋଇ କିଲୋ ୩୦ ଟଙ୍କା ହେଲାଣି। ହରଡ଼ ଡାଲି ୮ ଟଙ୍କା ଓ ପାମୋଲିନ୍ ତେଲ 5 ଟଙ୍କା ବଢ଼ିଗଲାଣି। ବିଭିନ୍ନ ଖାଦ୍ୟ ସାମଗ୍ରୀର ଏମିତି ଉଚ୍ଚା ଦର ସାଧାରଣ ଖାଉଟିଙ୍କ ପକେଟକୁ ଢେର୍ ବାଧୁଛି।…

Ticket Tension in BJD
ବିଜେଡିରେ ଟିକେଟ୍ ପାଇଁ ହଲାପଟା ବରିଷ୍ଠ ନେତା

ବିଜେଡିରେ ଟିକେଟ୍ ପାଇଁ ହଲାପଟା ବରିଷ୍ଠ ନେତା। ଏକାଧିକ ସିଟ୍ ରେ ଦଳର ବରିଷ୍ଠ ନେତା ଥିଲେ ବି ଏଯାଏଁ ସେମାନଙ୍କ ଟିକଟ୍ ଅଙ୍କ ଛିଡ଼େଇ ପାରୁନି ଦଳ। ଆଉ ଏପଟେ କାଳେ ଭୂପିନ୍ଦରଙ୍କ ଭଳି ସେମାନଙ୍କ ଟିକଟ୍ କଟିଯିବ ସେ ଭୟରେ ଆଶାୟୀ ବରିଷ୍ଠ ନେତାଙ୍କ ରାତି ନିଦ ବି ହଜିଯାଇଛି।

Balasore Lok Sabha constituency
ଦଶ ବର୍ଷ ପରେ ପୁଣି ପ୍ରତାପ-ଶ୍ରୀକାନ୍ତ ଟକ୍କର

ଏଥର ବାଲେଶ୍ବର ଦେଖିବ ଦମଦାର ଲଢ଼େଇ। କଂଗ୍ରେସ, ସାଂସଦ ପ୍ରାର୍ଥୀଭାବେ ହେଭିୱେଟ୍ ନେତା ଶ୍ରୀକାନ୍ତ ଜେନାଙ୍କ ନାଁ ଘୋଷଣା କରିବା ପରେ ଏଠି ଏବେ ତ୍ରିମୁଖୀ ଲଢେଇ ଏକପ୍ରକାର ସ୍ପଷ୍ଟ। କାରଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ଏଠି ମୈଦାନକୁ ଛାଡ଼ି ସାରିଥିବା ବେଳେ ବିଜେଡି ନୂଆ ମୁହଁ ଭାବେ ବିଜେପିରୁ ଆମଦାନୀ ନେତ୍ରୀ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏ ତିନି ଜଣଙ୍କ ଭିତରେ ଲଢ଼େଇକୁ ଅପେକ୍ଷା କରିଛି ବାଲେଶ୍ବର।

Congress Candidate List
ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା...ଆନନ୍ଦପୁରରୁ ଜୟଦେବ, ଭଣ୍ଡାରୀପୋଖରୀରୁ ଲଢ଼ିବେ ନିରଞ୍ଜନ

ଦ୍ୱିତୀୟ ପର୍ଯ୍ୟାୟରେ ୭୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ତେବେ ଏହି ଲିଷ୍ଟରେ ବହୁ ହେଭିୱେଟ୍‌ଙ୍କ ନାଁ ମଧ୍ୟ ରହିଛି ।

Odia New Panji
ଓଡ଼ିଆ ନବବର୍ଷ ଆଣିବ କି ରାଜନୈତିକ ପରିବର୍ତ୍ତନ... କ’ଣ କହୁଛି ଓଡ଼ିଆ ପଞ୍ଜିକା ?

ଆଜି ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ । ଆଜିଠୁ ପ୍ରଚଳିତ ହୋଇଛି ନୂଆ ପଞ୍ଜିକା । ତା’ସହ ଓଡ଼ିଆ ନବବର୍ଷରେ ବି ଲାଗିଛି ନିର୍ବାଚନୀ ଛିଟା ।

Ticket Tension in BJD
ବିଜେଡିରେ ଟିକେଟ୍ ପାଇଁ ହଲାପଟା ବରିଷ୍ଠ ନେତା ! ଏବେ ବି ଝୁଲି ରହିଛି ବହୁ ସିନିୟର ଲିଡରଙ୍କ ଭାଗ୍ୟ

ବିଜେଡିରେ ଟିକେଟ୍ ପାଇଁ ହଲାପଟା ବରିଷ୍ଠ ନେତା । ଏକାଧିକ ସିଟ୍‌ରେ ଦଳର ବରିଷ୍ଠ ନେତା ଥିଲେ ବି ଏଯାଏଁ ସେମାନଙ୍କ ଟିକଟ୍ ଅଙ୍କ ଛିଡ଼େଇ ପାରୁନି ଦଳ ।

Balasore Lok Sabha constituency
ରୋଚକ ସ୍ଥିତିରେ ବାଲେଶ୍ବର ଲଢ଼େଇ; ଦଶ ବର୍ଷ ପରେ ପୁଣି ପ୍ରତାପ-ଶ୍ରୀକାନ୍ତ ଟକ୍କର...

ବାଲେଶ୍ବର ଲୋକସଭା ଆସନରେ ଏଥର ରୋଚକ ଲଢ଼େଇଦଶ ବର୍ଷ ପରେ ପୁଣି ପ୍ରତାପ- ଶ୍ରୀକାନ୍ତ ଟକ୍କରଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଶ୍ରୀକାନ୍ତ ଜେନାଙ୍କ ସହ ଭୋଟ୍ ରାଜନୀତିରେ ଖଡ଼ି ଛୁଇଁବାକୁ ଯାଉଥିବା ଲେଖାଶ୍ରୀ ସାମାନ୍ତ ସିଂହାରଙ୍କ ମଧ୍ୟରେ ଲଢ଼େଇକୁ ନେଇ ମୈଦାନ ପୂରା ଗରମ। 

 Nilgiri
ବାଲେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ

ଚରମ ସୀମାରେ ବାଲେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ। ଦଳ ଭିତରୁ ଆଶୟୀ ନେତା ଏବଂ ଆମଦାନୀ ନେତା ମୁହାଁମୁହିଁ ସ୍ଥିତିରେ ଥିବାରୁ ବିଜେଡି ଏପର୍ଯ୍ୟନ୍ତ ଜିଲ୍ଲାର ୩ ବିଧାନସଭା ସିଟ୍ ରେ ଟିକେଟ୍ ଘୋଷଣା କରିପାରୁନି। 

Mining Mafia
ବିଜେଡିରୁ ଟିକେଟ୍ ପଛରେ କାମ କରୁଛି କି ମାଇନ୍ସ ଲବି ?

ସତରେ କଣ ଖଣି ଲବିରେ କଟିଲା କୈଳାସ କୁଲେସିକାଙ୍କ ଟିକେଟ। ଗତକାଲି କୈଳାସଙ୍କ ଏମିତି ସାଂଘାତିକ ଅଭିଯୋଗ ପରଠୁ କୋରାପୁଟ ରାଜନୀତିରେ ହଟଚମଟ। କୁହାଯାଉଛି ଖାଲି ଲକ୍ଷ୍ମୀପୁର ନୁହେଁ, କୋରାପୁଟ ଲୋକସଭାର ପଟାଙ୍ଗୀ ଆଉ ରାୟଗଡ଼ାରେ ବି ସମାନ ସମୀକରଣ ଥିବା ଚର୍ଚ୍ଚା ହେଉଛି।

Kandhamal Politics
ଭୋଟ୍ ପୂର୍ବରୁ ଗୋଳିଆ କନ୍ଧମାଳ ରାଜନୀତି

ନିର୍ବାଚନ ପୂର୍ବରୁ ଗୋଳିଆ ହେଲାଣି କନ୍ଧମାଳ ରାଜନୀତି। ଏଠି ତିନି ଦଳର ପ୍ରାର୍ଥୀଙ୍କୁ ତୀବ୍ର ବିରୋଧ କରୁଛି କୁଇ ସମାଜ। ବିଶେଷ କରି ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କୁ ଅଣ-ଆଦିବାସୀ ଦର୍ଶାଇ ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ କୁହାଯାଇଛି।

Congress Ticket
ଆସିଲା କଂଗ୍ରେସର ୯ ଲୋକସଭା ପ୍ରାର୍ଥୀ ତାଲିକା

ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ୯ ଜଣ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

 Nilgiri
ବଢୁଛି ବିଜେଡିର 'ବାଲେଶ୍ବର' ଅଡୁଆ; ଚରମ ସୀମାରେ ଗୋଷ୍ଠୀ କନ୍ଦଳ !

ବାଲେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ । ଦଳ ଭିତରୁ ଆଶୟୀ ନେତା ଏବଂ ଆମଦାନୀ ନେତା ମୁହାଁମୁହିଁ ସ୍ଥିତିରେ ଥିବାରୁ ବିଜେଡି ଏପର୍ଯ୍ୟନ୍ତ ଜିଲ୍ଲାର ୩ ବିଧାନସଭା ସିଟ୍‌ରେ ଟିକେଟ୍ ଘୋଷଣା କରିପାରୁନି। 

Mining Mafia
କୈଳାସଙ୍କ ଅଭିଯୋଗ ପରେ ହଟଚମଟ; ଖଣି ମାଲିକ ନେଉଛନ୍ତି କି ବିଜେଡି ପ୍ରାର୍ଥୀ ନିଷ୍ପତ୍ତି ?

ବିଜେଡିରୁ ଟିକେଟ୍ ପଛରେ କାମ କରୁଛି କି ମାଇନ୍ସ ଲବି ? ଶାସକ ଦଳର ପ୍ରାର୍ଥୀ କିଏ ହେବ ସେ ନିଷ୍ପତ୍ତି ନେଉଛନ୍ତି କି ଖଣି ମାଲିକ ? ଖଣି ଅଞ୍ଚଳ କୋରାପୁଟ ଜିଲ୍ଲାରେ ବିଜେଡି ଟିକେଟ କିଣି ନେଲେ କି କର୍ପୋରେଟ ସଂସ୍ଥା ?

Kandhamal Politics
ଗୋଳିଆ କନ୍ଧମାଳ ରାଜନୀତି; ଅଚ୍ୟୁତଙ୍କୁ ଅଣ-ଆଦିବାସୀ କହି କୁଇ ସମାଜର ବିରୋଧ

କନ୍ଧମାଳରେ ବିଜେଡିର ସାଂସଦ ପ୍ରାର୍ଥୀଙ୍କୁ ବିରୋଧ। ଅଚ୍ୟୁତ ସାମନ୍ତ ଅଣ ଆଦିବାସୀ କହି କୁଇ ସମାଜର ପ୍ରତିବାଦ। ପ୍ରାର୍ଥୀ ପ୍ରତ୍ୟାହାର ଦାବିରେ କନ୍ଧମାଳ ବନ୍ଦ ଡାକରା। କ୍ୟାମ୍ପେନ ଆରମ୍ଭ ହେବା ପୂର୍ବରୁ କନ୍ଧମାଳ ରାଜନୀତି ସରଗରମ।

Baijayant Panda
ନିର୍ବାଚନୀ ପ୍ରଚାର ବେଳେ ଦାଦନ ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଲେ ବୈଜୟନ୍ତ

ପାଟକୁରା ତିକନପୁରରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର। ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବୈଜୟନ୍ତ।

Ajay Nayak Join BJP
ପଦ୍ମ ଧରିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁ

ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିବା ଅଜୟ ଆଜି ବିଜେଡିରୁ ଇସ୍ତଫା ଦେବା ସହ ପଦ୍ମ ଧରିଛନ୍ତି ।

Pinky Pradhan
ବିଜେଡିକୁ ବିଜେପିର କଟାକ୍ଷ, ମୁଖ୍ୟମନ୍ତ୍ରୀ କେବେ ଓଡ଼ିଆ ଫିଲ୍ମ ଦେଖିଛନ୍ତି କି ?

କରୋନା ବେଳେ ନବୀନ ବାବୁ କଳାକାରମାନଙ୍କୁ ସହାୟତା କରିନଥିଲେ, ମୋଦି କଳାକାର ମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ।

bjp assembly candidates
ଆଜି ଆସିବ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା!

ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ବିଜେପି ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଥିଲା ବେଳେ, ପ୍ରଥମ ପର୍ଯ୍ୟାୟରେ ୧୧୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି।

Arabinda Dhali
ବିଧାୟକ ପଦ ରଦ୍ଦ ଘଟଣା; କୋର୍ଟର ଦ୍ୱାରସ୍ଥ ହେବେ ଅରବିନ୍ଦ ଢାଲି !

କିଛି ଦିନ ପୂର୍ବରୁ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦକୁ ରଦ୍ଦ କରାଯାଇଛି। ତେଲକୋଇରୁ ବିଜେଡି ଟିକଟରେ ନିର୍ବାଚିତ ହୋଇଥିଲେ ପ୍ରେମାନନ୍ଦ ନାୟକ। ସେ ମଧ୍ୟ କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

  • Saturday, 13 April 2024
  • BJD
  • BJP
BJD
ପଦ୍ମ ଧରିଲେ କୈଳାସ

ବିଜେଡି ମୋତେ ଠକି ଦେଲା, ଟିକେଟ ଆଉ ଜଣଙ୍କୁ ବିକିଦେଲା। ମୋତେ କୋଟିଏ ଟଙ୍କା ଦେଇ ମ୍ୟାନେଜ କରିବାକୁ ଚେଷ୍ଟା କଲା। ଟିକେଟ ନମିଳିବା ପରେ ବିଜେଡି ବିରୋଧରେ ଏମିତି ସାଂଘାତିକ ଅଭିଯୋଗ ଆଣି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ କୁଲେସିକା।

Ollywood Celebrities
ବହୁ ସିନେ ଚେହେରା ବିଜେପି ମୁହାଁ ପରେ କୁନା-ମୁନ୍ନାଙ୍କ ଭରସାରେ ବିଜେଡି

ବିଜେଡ଼ିକୁ ବାଏ ବାଏ କହି ଦଳକୁ ଏକପ୍ରକାର ସେଲିବ୍ରିଟି ଶୂନ୍ୟ କରିଦେଲେ ଜଣଙ୍କ ପରେ ଜଣେ ଅଭିନେତା। ସେ ସିଦ୍ଧାନ୍ତ ହୁଅନ୍ତୁ ଅବା ଆକାଶ, ଅନୁଭବ ହୁଅନ୍ତୁ ଅବା ଅରିନ୍ଦମ। ଫଳରେ ବିଜେଡିକୁ ଘାରିଛି କ୍ରାଉଡ୍ ପୁଲର୍ ଚିନ୍ତା।

BJD
ଲଢିବାକୁ ଅନିଛୁକ କି ବିଜେଡିର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟ ?

ଆଗେ ଲୋକସଭା ପାଇଁ ଯାଜପୁରରୁ ନେତା ଆଣି ଥୋପିଲେ, ଆଉ ଏବେ ବିଧାନସଭା ପାଇଁ ଜଣେ ଅନିଛୁକ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ବିଜେଡି। ଆମେ କହୁଛୁ ସମ୍ବଲପୁର କଥା। କାଲି ଏ ସିଟ୍ ରେ ଭେଟେରାନ୍ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ସେ କୁଆଡ଼େ ଖୁସିନଥିବା ଚର୍ଚ୍ଚା ହେଉଛି।