• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

nm
ପାଖେଇ ଆସୁଛି କାଉଣ୍ଟିଂ ଡେ ; ଜାତୀୟ ରାଜନୀତିରେ ନବୀନଙ୍କ ଭୂମିକା ଉପରେ ନଜର

ଭୁବନେଶ୍ୱର : ୩ ଦିନ ପରେ ଆସିବ ନିର୍ବାଚନ ଫଳ। ଦିଲ୍ଲୀ ଗାଦି କିଏ ଅକ୍ତିଆର କରିବ ? ରାଜ୍ୟରେ କାହାକୁ ମିଳିବ ବହୁମତ ? ଏହାକୁ ନେଇ ବିଭିନ୍ନ ଏକ୍‌ଜିଟ୍ ପୋଲ୍ ଆକଳନ ଭିତରେ ଦିଲ୍ଲୀ ସିଂହାସନ ଅକ୍ତିଆର କରିବାକୁ ଆରମ୍ଭ ହୋଇଗଲାଣି ଗୋଟି ଚାଳନା। ତେବେ ଫଳାଫଳ ଆସିବା ପରେ କଣ ହେବ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ? ୟୁପିଏ ନା ଏନ୍‌ଡିଏ, କେଉଁ ସାମ୍ମୁଖ୍ୟ ଆଡ଼କୁ ଢଳିବେ ? ଚର୍ଚ୍ଚା […]

  • Saturday, 17 July 2021
nn
ରିପବ୍ଲିକ୍ ଟିଭି- ସି-ଭୋଟର ଏକ୍‌ଜିଟ୍ ପୋଲ ; ଓଡ଼ିଶାରେ ବିଜେଡିକୁ ଶକ୍ତ ଧକ୍କା

ଭୁବନେଶ୍ୱର : ଓଡ଼ିଶାରେ ବିଜେଡିକୁ ବଡ଼ ଧକ୍କା। ରିପବ୍ଲିକ୍ ସି-ଭୋଟର ଏକ୍‌ଜିଟ୍ ପୋଲ ସର୍ଭେ ଅନୁସାରେ ବିଜେଡି ଗତଥର ୨୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଏଥର ସର୍ବାଧିକ ୧୧ଟି ଆସନରେ ଜିତିବା ସମ୍ଭାବନା ରହିଛି। ତେବେ ବିଜେପି ବୃହତ ସଫଳତା ହାସଲ କରିବ। ଦଳ ୧୦ଟି ଲୋକସଭା ଆସନରେ ଜିତିବା ପୂର୍ବାନୁମାନ କରାଯାଇଛି।  କଂଗ୍ରେସକୁ ପୁଣି ନିରାଶ ହେବାକୁ ପଡିବ। ୨୦୧୪ ଭଳି ଏଥର ମଧ୍ୟ ଦଳ ରାଜ୍ୟରେ ଖାତା ଖୋଲିପାରିବ ନାହିଁ ବୋଲି ରିପବ୍ଲିକ୍ […]

  • Saturday, 17 July 2021
jj
୧୯ରେ ୩୪ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର : ଆସନ୍ତା ୧୯ତାରିଖରେ ରାଜ୍ୟର ୧୦ଟି ଜିଲ୍ଲାର ୩୪ଟି ବୁଥରେ ସାନି ମତଦାନ ହେବ। ତୃତୀୟ ପର୍ଯ୍ୟାୟ ନିର୍ବାଚନର ୧୨ଟି ବୁଥ୍ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ୨୨ଟି ବୁଥରେ ଏହି ମତଦାନ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ଆଜି ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ୧୯ତାରିଖରେ ସାନି ମତଦାନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଟକ, ଦେବଗଡ଼, ପୁରୀ, ଅନୁଗୁଳ, କେନ୍ଦୁଝର, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, […]

  • Saturday, 17 July 2021
patkura
ଘୁଞ୍ଚିଲା ପାଟକୁରା ନିର୍ବାଚନ

ଭୁବନେଶ୍ୱର  : କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନ ଘୁଞ୍ଚିଲା। ବାତ୍ୟା ‘ଫୋନି’ ଯୋଗୁଁ ନିର୍ବାଚନ ୬୦ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇଲେ ନିର୍ବାଚନ କମିଶନ। ପୂର୍ବରୁ ନିର୍ବାଚନ ଘୁଞ୍ଚାଇବାକୁ କମିଶନଙ୍କଠାରେ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ର୍ଥ ପର୍ଯ୍ୟାୟରେ ପାଟକୁରାରେ ନିର୍ବାଚନ ହେବାକୁ ସ୍ଥିର ହୋଇଥିଲା। ମାତ୍ର ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ୍‌ଙ୍କ ଦେହାନ୍ତ ଯୋଗୁ ନିର୍ବାଚନକୁ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ। ପରେ ମେ’ ୧୯ ତାରିଖରେ ନିର୍ବାଚନ […]

  • Saturday, 17 July 2021
sarakar
ସରିଲା ଭୋଟ୍, ବଢିଲା ଦାବି ; କିଏ ଗଢ଼ିବ ସରକାର ?

ଭୁବନେଶ୍ୱର :  କିଏ ଗଢ଼ିବ ସରକାର ? କାହାର ହେବ ଭୁବନେଶ୍ୱର ଗାଦି ? ପୁଣି ନବୀନ ନା ପରିବର୍ତ୍ତନ ସପକ୍ଷରେ ରାୟ ଦେଇଛନ୍ତି ଜନତା ? କେଉଁ ଦଳରୁ ଦିଲ୍ଲୀ ଯିବେ କେତେ ସାଂସଦ ? ଗଣତନ୍ତ୍ର ମହା ମହୋତ୍ସବର ଅନ୍ତିମ ପର୍ବ-ଭୋଟ୍ ଗଣତି ପୂର୍ବରୁ ଏବେ ସବୁଠୁ ଏଇ ଚର୍ଚ୍ଚା ବିଜେଡି, ବିଜେପି, କଂଗ୍ରେସ। ନିଜ ନିଜ ପ୍ରଦର୍ଶନକୁ ନେଇ ଅଙ୍କକଷାରେ ବ୍ୟସ୍ତ ତିନିଦଳ। କିଏ ଏକ୍‌ଜିଟ୍ ପୋଲ କରିଛି ତ ଆଉ କିଏ […]

  • Saturday, 17 July 2021
sabitri--1
ପାଟକୁରା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ସାବିତ୍ରୀ ଅଗ୍ରୱାଲ୍‌

କେନ୍ଦ୍ରାପଡ଼ା : ପାଟକୁରା ବିଧାନସଭା ଆସନ ପାଇଁ ଆଜି ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ୍ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବେଦ ପ୍ରକାଶଙ୍କ ପରଲୋକ ପରେ ଗତକାଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ପାଟକୁରା ଆସନ ପାଇ ତାଙ୍କ ନାଁ ଘୋଷଣା କରିଥିଲେ। ବିଜେଡି ଏଥର ବି ଏହି ଆସନରେ ବେଦ ପ୍ରକାଶକୁ ପ୍ରାର୍ଥୀ କରିଥିଲା। ସେ ନାମାଙ୍କନପତ୍ର ବି ଦାଖଲ କରିଥିଲେ। ତେବେ ନିର୍ବାଚନ ୯ ଦିନ ପୂର୍ବରୁ ଏପ୍ରିଲ୍ ୨୦ତାରିଖରେ ଚିକିତ୍ସାଧୀନ […]

  • Saturday, 17 July 2021
bijaya
ପାଟକୁରାରୁ ଲଢ଼ିବାକୁ ନବୀନଙ୍କୁ ଆହ୍ୱାନ ଦେଲେ ବିଜୟ

ଭୁବନେଶ୍ୱର  : ପାଟକୁରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବାକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆହ୍ୱାନ ଦେଇଛନ୍ତି। କହିଛନ୍ତି,“ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଆଇନ ଅନୁସାରେ ଆଉ ଗୋଟିଏ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବାରେ ବାଧା ନାହିଁ। ପଛରେ ରହି, ହୀନ ଚକ୍ରାନ୍ତ ନ କରି ଓ ମୁଖ୍ୟମନ୍ତ୍ରୀ ନିଜର କା’କୁ ନ ପଠାଇ ପାଟକୁରାରେ ନିଜେ ଲଢ଼ିଲେ ଠିକ୍ ହୁଅନ୍ତା। ଯଦି ତାଙ୍କର ସତ ସାହସ ଥାଏ, ମୁଁ ଭାବୁଛି ଏ […]

  • Saturday, 17 July 2021
sabitri--1
ପାଟକୁରା ବିଧାନସଭା ନିର୍ବାଚନ ଲାଗି ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି। ପରଲୋକଗତ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ୱାଲ୍‌ଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲ୍‌ଙ୍କୁ ଏଠାରେ ବିଜେଡି ପ୍ରାର୍ଥୀ କରିଛି ଦଳ। ଏନେଇ ଆଜି ବିଧିବଦ୍ଧ ଘୋଷଣା କରିଛନ୍ତି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାଟକୁରାରେ ପୂର୍ବରୁ ବିଜେଡି ପ୍ରାର୍ଥୀ କରିଥିବା ବେଦ ପ୍ରକାଶ ଅଗ୍ରଓ୍ୱାଲ୍‌ଙ୍କ ଦେହାନ୍ତ ପରେ ମେ ୧୯କୁ ନିର୍ବାଚନ ଘୁଞ୍ଚାଇ ଦେଇଥିଲେ ନିର୍ବାଚନ କମିଶନ। ଏଥିପାଇଁ ନାମାଙ୍କନ ଦାଖଲର […]

  • Saturday, 17 July 2021
violence
ଶେଷ ପର୍ଯ୍ୟାୟ ଭୋଟିଂ ବେଳେ ବିଜେଡି କର୍ମୀଙ୍କ ବ୍ୟାପକ ହିଂସା

ଭୁବନେଶ୍ୱର : ବିଭ୍ରାଟ ଆଉ ବିବାଦ ଭିତରେ ସରିଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ଶେଷ ପର୍ଯ୍ୟାୟ ନିର୍ବାନରେ ମାରପିଟ୍, ବୁଥ୍ ରିଗିଂ ଓ ଭୋଟରଙ୍କୁ ପ୍ରଲୋଭନ ନ ହେଲେ ଧମକର ପୁଳା ପୁଳା ଅଭିଯୋଗ ଆସିଛି। ଖାସ୍ କରି ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ, ପୋଲିଂ ଏଜେଣ୍ଟଙ୍କୁ ମାଡ଼, ବୁଥ୍ ରିଗିଙ୍ଗ ସାଙ୍ଗକୁ  ଭୋଟରଙ୍କୁ ଖୋଲା ଧମକ ଅଭିଯୋଗ ଆସିଛି। ମାହାଙ୍ଗା ନିର୍ବାଚନମଣ୍ଡଳୀର ସୁକରପଡ଼ାରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବୁଥ୍ ପରିଦର୍ଶନରେ ଯାଇଥିବା […]

  • Saturday, 17 July 2021
6
ଦିନ ୫ଟା୩୦ ସୁଦ୍ଧା ୬୬ % ମତଦାନ

ଭୁବନେଶ୍ୱର : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାକୁ ଯାଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ମତଦାନ ଏବେଯାଏଁ କିଛି ସ୍ଥାନରେ ଜାରି ରହିଛି। ଏହି ପର୍ଯ୍ୟାୟରେ ଆଜି ରାଜ୍ୟରେ ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ରାଜ୍ୟରେ ଦିନ ୫ଟା ୩୦ ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ୬୬ ପ୍ରତିଶତ, ଯାଜପୁରରେ ୬୫ ପ୍ରତିଶତ ମତଦାନ ହୋଇଛି। କେନ୍ଦ୍ରାପଡ଼ାରେ ୬୫, […]

  • Saturday, 17 July 2021
murder
କଂଗ୍ରେସ କର୍ମୀଙ୍କୁ ବୋତଲ ଭୁସି ହତ୍ୟା

ପାରାଦୀପ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଦାନ ଚାଲିଥିବା ବେଳେ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଏକ ରାଜନୈତିକ ହତ୍ୟାକାଣ୍ଡ ଘଟିଛି। ଜଣେ କଂଗ୍ରେସ କର୍ମୀଙ୍କୁ ବୋତଲରେ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଲଛମନ ବେହେରା। ଲଛମନ ଗତକାଲି ବିଜେଡି ଛାଡ଼ି କଂଗ୍ରେସରେ ମିଶିଥିଲେ। ସେଥିପାଇଁ ଜଣେ ବିଜେଡି କର୍ମୀ ଆକ୍ରୋଶମୂଳକ ଭାବେ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ଗଡ଼କୁଜଙ୍ଗ ନୋଳିଆସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ଲଛମନ […]

  • Saturday, 17 July 2021
faint
ଅଂଶୁଘାତରେ ଆକ୍ରାନ୍ତ ହୋଇ ମହିଳା ପ୍ରିଜାଇଡିଂ ଅଫିସର ଗୁରୁତର

ସୋର ( ଶଶିକାନ୍ତ ବେହେରା) : ଡ୍ୟୁଟି କରୁଥିବା ସମୟରେ ଜଣେ ମହିଳା ପ୍ରିଜାଇଡିଂ ଅଫିସର ଗୁରୁତର।  ବାଲେଶ୍ୱର ସୋର ନିର୍ବାଚନୀ ମଣ୍ଡଳୀ ବାହାନଗା ବ୍ଲକ୍‌ର ୫୦ ନମ୍ବର ବୁଥ୍‌ରେ କାର୍ଯ୍ୟରତ ପ୍ରିଜାଇଡିଂ ଅଫିସର ସାଗରିକା ନାୟକ ଗୁରୁତର ହୋଇ ସୋର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସାଗରିକା ଅତ୍ୟଧିକ ଗରମ ସହି ନପାରି ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ସୋର ମେଡିକାଲକୁ ନିଆଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କ ଚିକିତ୍ସା ଚାଲିଛି।

  • Saturday, 17 July 2021
election
କେନ୍ଦ୍ରାପଡ଼ାରେ ଟଙ୍କା ବାଣ୍ଟୁଛନ୍ତି ବିଜେଡି ନେତା

ଭୁବନେଶ୍ୱର : ଶାସକ ବିଜେଡିର ରାଜ୍ୟସ୍ତରୀୟ ନେତାମାନେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ଟଙ୍କା ବାଣ୍ଟୁଛନ୍ତି। ଏପରି ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେପି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ କେନ୍ଦ୍ରାପଡାରୁ ରାଜ୍ୟସ୍ତରୀୟ ନେତାଙ୍କୁ ହଟାଇବା ସହ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବା ପାଇଁ ବିଜେପି ଦାବି କରିଛି। ଅଭିଯୋଗରେ କୁହାଯାଇଛି, ମହାକାଳପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ମହିଳା ସ୍ୱୟଂ ସହାୟକ […]

  • Saturday, 17 July 2021
hotel
କେନ୍ଦ୍ରାପଡ଼ାରେ ବିଭିନ୍ନ ହୋଟେଲ ଓ ଲଜରେ ଚଢ଼ଉ

କେନ୍ଦ୍ରାପଡ଼ା : ରାତି ପାହିଲେ ହେବ ମତଦାନ। ତା’ପୂର୍ବରୁ ଆଜି ରାତିରେ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ନିର୍ବାଚନମଣ୍ଡଳୀରେ ବାହାର ନେତା ଅଛନ୍ତି ନା ନାହିଁ ତାକୁ ନେଇ ଚଢ଼ଉ ଜାରି ରହିଛି। କେନ୍ଦ୍ରାପଡ଼ା ସହରର ବିଭିନ୍ନ ହୋଟେଲ ଓ ଲଜରେ ରିଟର୍ଣ୍ଣିଂ ଅଫିସରଙ୍କ ନେତୃତ୍ୱରେ ଏହି ଚଢ଼ଉ ହେଉଛି। କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର କହିଛନ୍ତି-“୧୫ରୁ ୨୦ ପ୍ରତିଶତ ରୁମ୍‌ରେ ଲୋକ ଅଛନ୍ତି। ଅଧିକାଂଶ ରୁମ୍‌ରେ ତାଲା ପଡ଼ିଛି। ସେହି ରୁମ୍‌ […]

  • Saturday, 17 July 2021
pramod mallik
ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ହିସାବ ମାଗିଲେ ଲୋକେ, ଭାଇରାଲ୍‌ ହେଲା ଭିଡିଓ

ଭୁବନେଶ୍ୱର  :  ନିଆଳି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ସେ କସର୍ଦା ଭାଲିଆକଣକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ନାନା ପ୍ରଶ୍ନ ପଚାରିଥିଲେ। ଯାହାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଗତକାଲି ବିଧାୟକ ଶ୍ରୀ ମଲ୍ଲିକ ଲୋକଙ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ଲୋକେ ତାଙ୍କୁ ଘେରିଯାଇ ଗତ ୧୦ ବର୍ଷ ଧରି କେଉଁଠି ଥିଲ ଓ ନିଆଳି ପାଇଁ କଣ କରିଛ ବୋଲି […]

  • Saturday, 17 July 2021
bjp
ଇଭିଏମ୍‌ରେ ସିଲ୍‌ ହେବ ଏହି ହେଭିୱେଟ୍‌ମାନଙ୍କ ଭାଗ୍ୟ

ଭୁବନେଶ୍ୱର : ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ଏଥିରେ ଓଡ଼ିଶାରେ ୬ଟି ଲୋକସଭା ଓ ୪୧ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ମତଦାନ। ଆଉ ସିଲ୍‌ ହେବ ହେଭିୱେଟ୍‌ଙ୍କ ଭାଗ୍ୟ। ପ୍ରାର୍ଥୀ ତାଲିକା ଘୋଷଣା ପରଠାରୁ ଚର୍ଚ୍ଚାରେ ରହିଛି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର। ଏଠାରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେଡିର ଅନୁଭବ ମହାନ୍ତି ଓ କଂଗ୍ରେସରୁ ଧରଣୀଧର ନାୟକ। ଜଗତସିଂହପୁରରେ ବିଜେପିର ବିଭୁ ପ୍ରସାଦ ତରାଇ, ବିଜେଡିର ରାଜଶ୍ରୀ […]

  • Saturday, 17 July 2021
kendrapara
ଫୋକସରେ ପଲିଟିକାଲ ଓ୍ୱାର୍ ଜୋନ୍ କେନ୍ଦ୍ରାପଡ଼ା

ଭୁବନେଶ୍ୱର : ପଲିଟିକାଲ୍ ଓ୍ୱାର୍‌ଜୋନ୍ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଭୋଟିଂ ପୂର୍ବରୁ ଚାଲିଛି ପ୍ରସ୍ତୁତି। ପୁରା ସାଜ ସରଞ୍ଜାମ ସହ ବୁଥ୍ ପ୍ରସ୍ତୁତ। ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ସୁରକ୍ଷା କର୍ମୀ ବି ତୟାର। ଲଢ଼େଇ ପାଇଁ ତିନି ଦଳର ପ୍ରାର୍ଥୀଙ୍କ ନାଁ ଘୋଷଣା ପରଠୁ ୧୯ ମହାଯୁଦ୍ଧର ଯେମିତି ଏପି ସେଣ୍ଟର ପାଲଟିଯାଇଛି କେନ୍ଦ୍ରାପଡ଼ା। ତାର କାରଣ ବିଜେଡି ଛାଡ଼ି ବିଜେପିର ପ୍ରାର୍ଥୀ ହୋଇଥିବା ବୈଜୟନ୍ତ। ବିଜେପିର ହେଭିୱେଟ୍ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କଂଗ୍ରେସ ଧରଣୀଧର […]

  • Saturday, 17 July 2021
ceo
କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଉପରେ ବିଶେଷ ଧ୍ୟାନ ଦିଆଯିବ : ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅଧୀନ ୪୧ଟି ବିଧାନସଭା ଆସନରେ ହେବ ମତଦାନ। ତେବେ ଫୋକସ୍‌ରେ ଥିବା କେନ୍ଦ୍ରାପଡ଼ା ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ାରେ ଅଧିକ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ ହେବେ। ନିର୍ବାଚନ ଅଞ୍ଚଳରେ ବାହାର ଲୋକଙ୍କ ଗତିବିଧି ଉପରେ ନଜର ରଖାଯିବ। ଏଥିସହ ରାଜନୈତିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର […]

  • Saturday, 17 July 2021
flag march
ନିର୍ବାଚନ ପୂର୍ବରୁ ବାସୁଦେବପୁରରେ ପୁଲିସର ଫ୍ଲାଗ୍‌ମାର୍ଚ୍ଚ

ବାସୁଦେବପୁର ( କିର୍ତ୍ତି ଦାସ୍‌) : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ ବାସୁଦେବପୁର ବିଧାନସଭା ମଣ୍ଡଳୀର ବିଭିନ୍ନ ଅଞ୍ଚଳ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଇଛି। ନିର୍ବାଚନ ଡ୍ୟୁଟିରେ ଜଣେ ଡିଏସ୍‌ପିଙ୍କ ସହ ୫ ଜଣ ଇନ୍ସପେକ୍ଟର, ୩୦ଜଣ ସବ-ଇନ୍ସପେକ୍ଟର ଓ ସ୍ପେଶାଲ ଆର୍ମଫୋର୍ସ ସହ ୭ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ […]

  • Saturday, 17 July 2021
duty
ନିର୍ବାଚନ ଡ୍ୟୁଟିକୁ ଯାଉଥିବା ବେଳେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ

ବାଲେଶ୍ୱର : ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ। ସେ ହେଲେ ବାରବାଟି ସ୍କୁଲର ପୂର୍ଣ୍ଣଚନ୍ଦ୍ର ପଣ୍ଡା। ନୀଳଗିରି ଅଯୋଧ୍ୟା ହାଇସ୍କୁଲରେ ତାଙ୍କର ଡ୍ୟୁଟି ପଡ଼ିଥିଲା। ଅନ୍ୟ କର୍ମଚାରୀଙ୍କ ସହ ଏକ ବସ୍‌ରେ ସେଠାକୁ ଯାଇଥିଲେ ପୂର୍ଣ୍ଣଚନ୍ଦ୍ର। ପୋଲିଂ ବୁଥ୍‌ରେ ପହଞ୍ଚିବା ପରେ ସମସ୍ତେ ବସ୍‌ରୁ ଓହ୍ଲାଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଆଉ ଓହ୍ଲାଇ ନ ଥିଲେ। ଅନ୍ୟ କର୍ମଚାରୀମାନେ ତାଙ୍କୁ ଡାକିବା ବେଳକୁ ତାଙ୍କର ଚେତା ନଥିଲା। ତୁରନ୍ତ ତାଙ୍କୁ […]

  • Friday, 16 July 2021
campaign-- copy
ଚତୁର୍ଥ ପର୍ଯ୍ୟାୟ ପ୍ରଚାର ସରିଲା ; ୨୯ରେ ଭୋଟ

ଭୁବନେଶ୍ୱର : ଚତୁର୍ଥ ପର୍ଯ୍ୟାୟ ପ୍ରଚାର ସରିଛି। ହେଭିୱେଟ ନେତା, ହାଇଭୋଲଟେଜ୍ କ୍ୟାମ୍ପେନ୍ ଓ ହାଇଟେକ୍ ପ୍ରଚାରରେ ଆଜି ଲାଗିଛି ବ୍ରେକ୍‌। ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଦେଖିବାକୁ ମିଳିଛି ଏଭଳି କ୍ୟାମ୍ପେନ୍। ଗାଁରୁ ସହର, ସବୁଠି ନିର୍ବାଚନ ମାହୋଲ ସରଗରମ ଥିବା ବେଳେ ସାରା ଓଡ଼ିଶାରେ ଶୀର୍ଷରେ ଥିଲା ପ୍ରଚାର ପାରା। ପ୍ରଥମ ଥର ପାଇଁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବା ନେଇ ଘୋଷଣା ହୋଇଥିଲା। ଆଉ ସେହି ଅନୁସାରେ ନିର୍ବାଚନ […]

  • Friday, 16 July 2021
evm
ବଢୁଛି EVM ସୁରକ୍ଷା ଓ ଟାମ୍ପରିଂ ଷଡ଼ଯନ୍ତ୍ର ଶଙ୍କା

ଭୁବନେଶ୍ୱର : ଫସର ଫାଟିଲା ଇଭିଏମ୍ ଟାମ୍ପରିଂ ଷଡ଼ଯନ୍ତ୍ର। ରାତି ଅଧରେ ଷ୍ଟ୍ରଙ୍ଗ୍‌ ରୁମ୍ ସାମ୍ନାରୁ ଧରାପଡ଼ିଲା ସନ୍ଦିଗ୍ଧ। କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଷ୍ଟ୍ରଙ୍ଗ ରୁମ୍ ଆଗରେ ବୁଲୁଥିଲା ? ତାକୁ ନେଇ ସାରା କେନ୍ଦୁଝରରେ ଚର୍ଚ୍ଚା। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ସ୍କୁଲ ଅଫ୍ ମାଇନିଂ ଇଂଜିନିୟରିଂ ସ୍ଥିତ ଷ୍ଟ୍ରଙ୍ଗରୁମ୍ ଆଗରେ  ୩ଜଣ ଅଚିହ୍ନା ବ୍ୟକ୍ତି ଏକ ଗାଡ଼ିରେ ଆସି ବୁଲୁଥିଲେ। ସେମାନଙ୍କୁ ଦେଖି ତତ୍‌କ୍ଷଣାତ୍ ଘେରି ଯାଇଥିଲେ ସ୍ଥାନୀୟ ବିଜେପି […]

  • Friday, 16 July 2021
polling party
ବୁଥ୍ ଅଭିମୁଖେ ପୋଲିଂ ପାର୍ଟି

ଭୁବନେଶ୍ୱର : ଆସନ୍ତା ୨୯ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ। ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୧ଟି ବିଧାନସଭାରେ ହେବ ମତଦାନ। ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି। ଯାଜପୁର ଜିଲ୍ଲାର ବିଭିନ୍ନ ବୁଥ୍‌କୁ ପୁଲିଂ ପାର୍ଟିଙ୍କୁ ପଠାଯାଉଛି। ସମସ୍ତ ପୁଲିଂ କର୍ମଚାରୀ ସ୍ଥାନୀୟ ଏନି କଲେଜ ପରିସରରୁ ଇଭିଏମ୍ ଓ ଭିବିପାର୍ଟ ମେସିନ୍ ସହିତ ଆବଶ୍ୟକ ସରଞ୍ଜାମ ନେଇ ନିଜ ନିଜ ବୁଥ୍‌କୁ ଯାଉଛନ୍ତି। ସେହିପରି ଭଦ୍ରକ ଜିଲ୍ଲାରେ […]

  • Friday, 16 July 2021
salim
ବୈଜୟନ୍ତଙ୍କ ସହଯୋଗୀ ଟଙ୍କା ବାଣ୍ଟିଥିବା ଅଭିଯୋଗକୁ ବିଜେପିର ଖଣ୍ଡନ

ଭୁବନେଶ୍ୱର : ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଚାରି ସହଯୋଗୀଙ୍କ ବିରୋଧରେ ଭୋଟରଙ୍କୁ ଟଙ୍କା ବଣ୍ଟନ ନେଇ ବିଜେଡି ଯେଉଁ ଅଭିଯୋଗ ଆଣିଛି, ତାକୁ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି। ବିଜେଡିର ଏହି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେପି ନେତା ସଲିମ୍ ଖାନ୍ କହିଛନ୍ତି । ଏ ସଂପର୍କରେ ଆଜି ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ […]

  • Friday, 16 July 2021
Pradeep-Maharathy
ପ୍ରଦୀପ ମହାରଥୀଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର : ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ଭୁବନେଶ୍ୱରର ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ୫୦ ହଜାର ଟଙ୍କାର୨ ଜାମିନଦାରଙ୍କ ବଦଳରେ ମହାରଥୀଙ୍କୁ ଜାମିନ ମିଳିଛି। ତଦନ୍ତରେ ସହଯୋଗ କରିବା ଏବଂ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଫ୍ଲାଇଂ ସ୍କ୍ୱାର୍ଡ ମାଜିଷ୍ଟ୍ରେଟ୍ ଓ ତାଙ୍କ ଟିମ୍‌କୁ ଆକ୍ରମଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଗତ ରବିବାର […]

  • Friday, 16 July 2021