• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

BJD & BJP
କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼, ରାଜ୍ୟ ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ ଉଦ୍ୟମ

ଗୋଟିଏ ପଟେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡ଼ି ଉପରକୁ ଛାତ୍ର ବିଜେଡି ପକ୍ଷରୁ ଅଣ୍ଡା ମାଡ଼ କରାଯାଇଥିବା ବେଳେ ଅନ୍ୟପଟେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କଳା ପତାକା ପ୍ରଦର୍ଶନ ଉଦ୍ୟମ କରିଛନ୍ତି ବିଜେପି କର୍ମୀ।

BJD To Hold 3-Day Long Protest
ରନ୍ଧନ ଗ୍ୟାସ୍ ଦାମ୍ ବୃଦ୍ଧିର ପ୍ରତିବାଦ କରିବ ବିଜେଡି, କାଲିଠୁ ୩ ଦିନ ଯାଏ ଆନ୍ଦୋଳନ

ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲିଠାରୁ ବିଜେଡି ୩ ଦିନ ଧରି ଆନ୍ଦୋଳନ କରିବ। କେନ୍ଦ୍ର ସରକାର ଦାମ୍ କମ୍ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି।

Farm Bill
ଫାଇଲ୍ ଭିତରେ ରହିଯିବ କି କୃଷି ସଂପର୍କିତ ଦୁଇ ବିଲ୍?

ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହର ନେଇ କେନ୍ଦ୍ରର ଘୋଷଣା ପରେ ରାଜ୍ୟରେ ପ୍ରସ୍ତାବିତ କୃଷି ବିଲ୍‌ଗୁଡ଼ିକର ଚାପ୍ଟର କ୍ଳୋଜ୍। ବିଭିନ୍ନ ସମୟରେ ରାଜ୍ୟ ସରକାର ଆଣିଥିବା ଅଧ୍ୟାଦେଶ ଓ ବିଲ୍ ଆଉ କାର୍ଯ୍ୟକାରୀ ହେବନାହିଁ।

BJP Leader statement on Gas Price
ଦରଦାମ୍‌କୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଷ୍ଣୁ

ଦରଦାମ୍‌ ଉପରେ କେବଳ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ନୁହେଁ, ରାଜ୍ୟ ସରକାରଙ୍କ ଦାୟିତ୍ୱ ବି ଅଛି। ଦରଦାମ୍‌କୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି।

BJD-BJP Members Scuffle
ବିଜେଡି ବିଜେପି ମୁହାଁମୁହିଁ

ମୁଖ୍ୟମନ୍ତ୍ରୀଙ୍କ ଢ଼େଙ୍କାନାଳ ଗସ୍ତରେ ବିଜେଡି-ବିଜେପି ମୁହାଁମୁହିଁ । ମଝି ରାସ୍ତାରେ କର୍ମୀ ପିଟାପିଟି । କିଛି ବିଜେଡ଼ି କର୍ମୀ ଗୋଡାଇ ଗୋଡାଇ ମାଡ଼ ମାରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି ।

Police take BJP leaders to forest!
‘ଆଜ୍ଞା ଆମକୁ ଟିକେ ରକ୍ଷା କରନ୍ତୁ, ପୋଲିସ୍‌ ଜଙ୍ଗଲରେ ବୁଲାଉଛି’

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଢେଙ୍କାନାଳ ଜିଲ୍ଲା କଲେଜ ଛକରୁ କିଛି ବିଜେପି କର୍ମୀଙ୍କୁ ପୋଲିସ୍‌ ଉଠାଇ ନେଇଛି। ପୋଲିସ ଉଠାଇ ନେଇ ଜଙ୍ଗଲରେ ଏହି ବିଜେପି କର୍ମୀଙ୍କୁ ବୁଲାଉଥିବା ସୂଚନା ମିଳିଛି।

Congress Workers Wave Black Flag Ahead Of CM Naveen Patnaik’s Angul Visit
ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର କଳାପତାକା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜିର ଅନୁଗୋଳ ଗସ୍ତ ପୂର୍ବରୁ କଂଗ୍ରେସ ପକ୍ଷରୁ କଳାପତାକା ପ୍ରତିବାଦ କରାଯାଇଛି.. ସିମିଳିପଡା ଛକରେ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ନଗର କଂଗ୍ରେସ ପକ୍ଷରୁ ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ ସହ ମମିତା ମେହେରଙ୍କୁ ନ୍ୟାୟ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ପାଇଁ ଦାବି କରିଛନ୍ତି..

BJD-BJP Clash
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ, ବିଜେଡି-ବିଜେପି ମୁହାଁମୁହିଁ

ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତକୁ BJP ଓ କଂଗ୍ରେସ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉଭୟ ଦଳର ନେତା ମାନଙ୍କୁ ଉଠାଇନେଇଛି ପୋଲିସ ।

Dharmendra's Jibe At CM Naveen
ଅହଙ୍କାର ବେଶିଦିନ ରହିବନି !

ନବୀନଙ୍କୁ ଧର୍ମେନ୍ଦ୍ର ମାରିଲେ ପ୍ରଶ୍ନ ବାଣ। ଅହଙ୍କାର ବେଶି ଦିନ ରହିବନି !

Dharmendra Pradhan
ଧମେନ୍ଦ୍ରଙ୍କୁ ଭାଇ ଭାଇ କହି, କାଉଣ୍ଟର ଆଟକ୍‌ କଲେ ପ୍ରଣବ !

ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍‌ କରି ସେ ସିଧା ସଳଖ ଲେଖିଛନ୍ତି ଯେ, ‘ଦମ୍ ଅଛି ତ ଠୋସ୍ ପ୍ରମାଣ ଦିଅନ୍ତୁ; ମୁଖ୍ୟମନ୍ତ୍ରୀ ବାନ୍ଧିକି ଜେଲ୍ ପଠାଇବେ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ୭ ଚାଷୀଙ୍କୁ ଗାଡ଼ି ମଡ଼ାଇ ମାରି ଜେଲରେ ଅଛନ୍ତି ।

Mamita Murder Case
ମମିତାଙ୍କ ପରିବାର ଉପରେ ଚାପ ପକାଇ ମାମଲା କରାଯାଇଛି: ଧର୍ମେନ୍ଦ୍ର

ତ୍ୱରିତ ଶୁଣାଣି ପାଇଁ କେସ୍ କରାଯାଇଛି। ମାମଲାର ଚାର୍ଜସିଟ୍ ଦାଖଲ ହୋଇନି ହେଲେ ତ୍ୱରିତ ଶୁଣାଣି ଲାଗି ଅପିଲ ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି।

Sanjeeb Sahoo
ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ସଂଜୀବ ସାହୁ

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ। ସେ ନିକଟରେ ବିଜେଡ଼ିରୁ ଦେଇଥିଲେ ଇସ୍ତଫା

Lady Voters Focus
ପଞ୍ଚାୟତ ନିର୍ବାଚନରେ ମହିଳା ଭୋଟରଙ୍କ ଗୁରୁତ୍ୱ

ଫୋକସ୍‌ରେ ମହିଳା ଭୋଟ୍ ବ୍ୟାଙ୍କ। ନିର୍ବାଚନ ବାଜିରେ ବଢୁଛି ମହିଳା ଭୋଟରଙ୍କ ଗୁରୁତ୍ୱ । ସାଇଲେଣ୍ଟ ଭୋଟ୍ ବ୍ୟାଙ୍କ ହାତେଇବାକୁ ସବୁ ଦଳର ପ୍ରୟାସ । ନାରୀ ନିର୍ଯାତନା ପ୍ରସଙ୍ଗରେ କାଉଣ୍ଟର ଲାଗି ବିରୋଧୀଙ୍କ ପ୍ରୟାସ

Lekhashree
ମନ୍ତ୍ରୀ ଯଦି ଦୋଷୀ ନୁହନ୍ତି ତେବେ ୨୧ ଦିନ କାହିଁକି ଆତ୍ମଗୋପନ କରିଥିଲେ?

ମମିତା ମେହେର ହତ୍ୟା ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଆଜି ଦିବ୍ୟଶଙ୍କର ଉପରେ ପୁଣି ବର୍ଷିଲେ ଲେଖାଶ୍ରୀ

Throwing Egg At Odisha Minister's Carcade
ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼

ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼ ହୋଇଛି.. କେନ୍ଦୁଝର ଟାଉନ ଥାନା କାଶୀପୁର ନିକଟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼ କରାଯାଇଥିବା ସୂଚନା ମିଳିଛି.. ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଅଣ୍ଡାମାଡ଼ କରାଯାଇଛି.. ଘଟଣାରେ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତିଙ୍କୁ ଥାନାରେ ଅଟକ ରଖିଛି ପୋଲିସ..

OBC Reservation
ପଞ୍ଚାୟତ ନିର୍ବାଚନ: ପଛୁଆ ବର୍ଗଙ୍କୁ ଅଣଦେଖା, ସରକାରଙ୍କ ବିରୋଧରେ କୁହୁଳୁଛି ଅସନ୍ତୋଷ

୧୪ଟି ଜିଲ୍ଲାରେ ପଛୁଆ ବର୍ଗଙ୍କୁ ଆଦୌ ସଂରକ୍ଷଣ ମିଳିନାହିଁ । ୨୦୧୭ରେ ପଛୁଆ ବର୍ଗଙ୍କ ଲାଗି ୨୩୬ ଆସନ ସଂରକ୍ଷିତ ଥିବା ବେଳେ ଏଥର ଏହା ୧୦୪କୁ ଖସି ଆସିଛି ।

Former MLA Suresh Swain
ବିଜୁବାବୁଙ୍କୁ ଟକ୍କର ଦେଇ, ବିଶ୍ୱସ୍ତ ହୋଇଥିଲେ ଉମେଶ ସ୍ୱାଇଁ

ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକରେ ରାଜ୍ୟ ଜଣେ ବରିଷ୍ଠ ରାଜନେତାଙ୍କୁ ହରାଇଛି । ଜଗତସିଂହପୁର ଜିଲ୍ଲାର ଏଇ ବର୍ଷୀୟାନ ରାଜନେତା ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛନ୍ତି । ବିଜୁବାବୁଙ୍କୁ ଟକ୍କର ଦେଇ ସେ ପରେ ତାଙ୍କର ଅତି ବିଶ୍ୱସ୍ତ ହୋଇପାରିଥିଲେ । ରାଜନୀତିର ଅଙ୍କାବଙ୍କା ରାସ୍ତାରେ ଏମିତି ଥିଲା ଉମେଶଙ୍କ ଯାତ୍ରା ।

 Signature Campaign
ବଢିଲା ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଅଡୁଆ; ବିଜେପି ପକ୍ଷରୁ ଆରମ୍ଭ ହେଲା ଦସ୍ତଖତ ଅଭିଯାନ

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ବିଜେପିର ଦସ୍ତଖତ ଅଭିଯାନ । ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ ଓ ତୁରନ୍ତ ଗିରଫ ଦାବିରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି ।

Mamita Murder Case
"ମମିତା ହତ୍ୟା ମାମଲାରେ ମୋର କୌଣସି ସମ୍ପର୍କ ନାହିଁ"

ମମିତା ହତ୍ୟା ମାମଲାରେ ମୋର କୌଣସି ସମ୍ପର୍କ ନାହିଁ : ଦିବ୍ୟଶଙ୍କର ମିଶ୍ର…

Electoral Roll
ଅନଲାଇନରେ କରନ୍ତୁ ଭୋଟର୍‌ ତାଲିକା ସଂଶୋଧନ

ଫେବ୍ରୁଆରିରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି.. ନିର୍ଭୁଲ ଭୋଟର ତାଲିକା ବା ନିଜର ଭୋଟ୍ ପରିଚୟ ପତ୍ର କରିବା ଲାଗି ଅନଲାଇନ୍ ଆବେଦନ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି.

MP Prasanna Patasani
ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଦଳରେ ଅସନ୍ତୁଷ୍ଟ ଅଛନ୍ତି କି ?

ରାଜ୍ୟସଭା ଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାହା ପୁରା ହୋଇନାହିଁ । କିନ୍ତୁ ସେଥିପାଇଁ ମୋ ମନରେ ଦୁଃଖ ନାହିଁ । କିନ୍ତୁ ଏଥିପାଇଁ ମୁଁ ଖୋସାମତ କରିବି ନାହିଁ ଏପରି ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ।

Dibya shankar Mishra
ମମିତା ହତ୍ୟା ମାମଲା: ପୁରୁଣା କଥାକୁ ଦୋହରାଇଲେ ମନ୍ତ୍ରୀ, ବାଢ଼ିଲେ ଅଜବ ଯୁକ୍ତି..

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ସେ ପୂର୍ବ ଭଳି କେବଳ ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି ହତ୍ୟା ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ । କାରଣ ସେ ଭାରତୀୟ ବାୟୁସେନାର ଜଣେ ପାଇଲଟ୍‌, ଦେଶ ପାଇଁ ଲଢ଼ିଛନ୍ତି ।

panchayat election
ଭୋଟର ତାଲିକାରେ ତ୍ରୁଟି ଥିଲେ ସଂଶୋଧନ ପାଇଁ ଆବେଦନ କରିବାକୁ ପରାମର୍ଶ

କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକାଶିତ ଭୋଟର ତାଲିକାରେ କୌଣସି ତ୍ରୁଟି ଥିଲେ ସଂଶୋଧନ ପାଇଁ ଆବେଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

BJD leader Prasanna Pattsani
ରାଜ୍ୟସଭା ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ ନେତା, କିନ୍ତୁ...

ଦଳରେ ଅସନ୍ତୁଷ୍ଟ ଅଛନ୍ତି କି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ? ଦଳୀୟ କାର୍ଯ୍ୟକଳାପରେ ସେ ଅସନ୍ତୁଷ୍ଟ ନେଇ ଆଭାସ ମିଳିଛି।

BJP Leader Minati Barik’s Vehicle Set On Fire
ବ୍ରେକିଂ ନ୍ୟୁଜ୍‌: ପେଟ୍ରୋଲ ବୋମା ପକାଇ ଜାଳିଦେଲେ ବିଜେପି ନେତ୍ରୀଙ୍କ ଗାଡ଼ି

ଭୁବନେଶ୍ୱର ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରକୁ ପେଟ୍ରୋଲ ବୋମା ପକାଇ କିଛି ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି।