Advertisment

ଦରଦାମ୍‌କୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଷ୍ଣୁ

ଦରଦାମ୍‌ ଉପରେ କେବଳ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ନୁହେଁ, ରାଜ୍ୟ ସରକାରଙ୍କ ଦାୟିତ୍ୱ ବି ଅଛି। ଦରଦାମ୍‌କୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
BJP Leader statement on Gas Price

BJP Leader statement on Gas Price

ଭୁବନେଶ୍ୱର: କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିବା ପରେ ରାଜ୍ୟରେ ବିଜେପି-ବିଜେଡି କଥା କଟାକଟି। ସଂସଦରେ ରାଜ୍ୟ ସରକାର ପୂର୍ବରୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲା। ସିଲେକ୍ଟ କମିଟିକୁ ନୂଆ କୃଷି ବିଲ୍‌କୁ ପଠାଇବାକୁ ବିଜେଡି କହିଥିଲା। ହେଲେ କେନ୍ଦ୍ର ଜୋରଜବରଦସ୍ତ ଏହାକୁ ଚାଷୀଙ୍କ ଉପରେ ଲଦି ଦେଇଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ନୂଆ ବିଲ୍ ଆସିଲେ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରିବା ଜରୁରୀ ବୋଲି ଦୋହରାଇଛନ୍ତି।

Advertisment

ଏହାକୁ କାଉଣ୍ଟର କରି ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି ଯେ କୃଷି ଆଇନ୍‌ ପ୍ରତ୍ୟାହାର ହେଉ ବୋଲି ବିରୋଧୀଙ୍କ ଦାବି ଥିଲା, ଆଉ ତାହାହିଁ ହେଲା। ବିରୋଧୀଙ୍କୁ କୌଣସି ମୁଦ୍ଦା ମିଳୁନି, ଗୋଟିଏ ପ୍ରସଙ୍ଗକୁ ବିଭ୍ରାନ୍ତ କରି ଭୁଲ ତଥ୍ୟ ଦେବା, ସେମାନଙ୍କ ମୂଳ ଉଦ୍ଦେଶ୍ୟ। ଦେଶର ସୁରକ୍ଷା ପାଇଁ କେନ୍ଦ୍ର ସରକାର ସଦାସର୍ବଦା ଚେଷ୍ଟିତ। ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଆମେରିକା ରାଷ୍ଟ୍ରପତିଙ୍କ ଠାରୁ ବି ଟପିଗଲାଣି। ସେକଥା ବି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦେଖନ୍ତୁ। ପ୍ରଥମେ ନିଜ ବିଭାଗରେ ହେଉଥିବା ଅଭାବୀ ଧାନ ବିକ୍ରିକୁ ନଜର ଦିଅନ୍ତୁ।

ଏହାସହ କାଳିଆ ଟଙ୍କା କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଚାଷୀ ଚିହ୍ନଟ କରିପାରିଲେନି। କେତେଟା କିସ୍ତିରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ପ୍ରଥମେ ଏହାର ହିସାବ ଦେବାପାଇଁ ବିଷ୍ଣୁ କହିଛନ୍ତି। ଫନି, ଅମ୍ପନ ଓ ତିତଲି ପରି ପ୍ରାକୃତିକ ବିପର୍ଯ୍ୟୟରେ କେନ୍ଦ୍ର ସରକାର ସହାୟତା ଦେଉଛନ୍ତି। କିନ୍ତୁ ଏହି ଖର୍ଚ୍ଚର ହିସାବ କେବେବି ଦେଉନାହାନ୍ତି। 

Advertisment

ସେହିପରି ବଢ଼ୁଥିବା ଏଲପିଜି ସିଲିଣ୍ଡରକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ରଣେନ୍ଦ୍ର। ଏଲପିଜି ସିଲିଣ୍ଡର ପିଛା ୪୦୦ ଟଙ୍କା ସବସିଡି ଦେବାକୁ ସେ ଦାବି କରିଛନ୍ତି। ସେପଟେ ମନ୍ତ୍ରୀଙ୍କ ବୟାନକୁ ସମାଲୋଚନା କରିଛନ୍ତି ବିଜେପି ନେତା ବିଷ୍ଣୁ ସେଠୀ। ରାଜ୍ୟ ସରକାର ଡବଲ ଷ୍ଟାଣ୍ଡାର୍ଡ ନୀତି ଆପଣାଉଛନ୍ତି। ସଂସଦରେ ଗୋଟେ ପ୍ରକାର ଓ ରାଜ୍ୟରେ ଆଉ ଏକ ପ୍ରକାର ଆଭିମୁଖ୍ୟ ଆପଣାଉଛନ୍ତି ରାଜ୍ୟ ସରକାର ବୋଲି ବିଷ୍ଣୁ କହିଛନ୍ତି। ତାସହ ସିଲିଣ୍ଡର ଦର ବୃଦ୍ଧିକୁ ନେଇ ଜବାବ ରଖିଛନ୍ତି।

ସେ ଆହୁରି କହିଛନ୍ତି ଯେ ଦେଶର ସାଢେ ୭ କୋଟି ଲୋକଙ୍କୁ ଉଜ୍ଜଳା ଯୋଜନା ଜରିଆରେ ଗ୍ୟାସ ଯୋଗାଇ ଦିଆଯାଉଛି। ଯେତେବେଳେ ଗ୍ୟାସ ଦର ଘୋଷଣା କରାଗଲା ସେତେବେଳେ କୋଭିଡ୍ ନଥିଲା। କୋଭିଡ୍‌ ଯୋଗୁଁ ପ୍ରଥମେ ୫୦ ହଜାର କୋଟି ଟଙ୍କା ଓ ପରେ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେ ଟଙ୍କା ଆସିବ କେଉଁଠୁ? କେନ୍ଦ୍ର ସରକାର କରୋନା ଦୁଇଟି ଯାକ ଡୋଜ୍‌କୁ ସମ୍ପୂର୍ଣ୍ଣ ମାଗଣା କରିଛନ୍ତି। ପ୍ରତିଟି ଜୀବନ ରକ୍ଷା ପାଇଁ କେନ୍ଦ୍ର ସରକାର ସବୁବେଳେ ଚେଷ୍ଟିତ ବୋଲି ସେ କହିଛନ୍ତି। 

ସେହିପରି ପେଟ୍ରୋଲ ଓ ଡିଜେଲରେ ଭ୍ୟାଟ୍‌ କାଟିବା ସେ ରାଜ୍ୟ ସରକାରଙ୍କୁ କହିଛନ୍ତି। ଦରଦାମ୍‌ ଉପରେ କେବଳ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ନୁହେଁ, ରାଜ୍ୟ ସରକାରଙ୍କ ଦାୟିତ୍ୱ ବି ଅଛି। ଦରଦାମ୍‌କୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। କେବଳ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରସଙ୍ଗକୁ ଡାଇଭର୍ଟ କରିବା ପାଇଁ ବିଜେଡି ଗ୍ୟାସ ପ୍ରସଙ୍ଗ ଉଠାଉଛି ବୋଲି ସେ କହିଛନ୍ତି। 

Bhubaneswar BJD Gas Price
Advertisment
Advertisment