/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637332212.jpg)
Dharmendra Pradhan
ଭୁବନେଶ୍ୱର: ଜବାବ ରଖିଲା ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ସମାଲୋଚନା କରିଥିଲେ ତାର ଜବାବ ରଖିଛି ବିଜେଡି । ବିଜେଡି ସଂଗଠନ ସମ୍ପାଦକ ତଥା ପାୱାର କରିଡରର ପାୱାରଫୁଲ୍ ନେତା ପ୍ରଣବ ପ୍ରକାଶ ଦାଶ ଦେଇଛନ୍ତି ଜବାବ । ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଧର୍ମେନ୍ଦ୍ରଙ୍କ ସମାଲୋଚନାକୁ କାଉଣ୍ଟର କରିଛନ୍ତି ପ୍ରଣବ ।
ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରି ସେ ସିଧା ସଳଖ ଲେଖିଛନ୍ତି ଯେ, ‘ଦମ୍ ଅଛି ତ ଠୋସ୍ ପ୍ରମାଣ ଦିଅନ୍ତୁ; ମୁଖ୍ୟମନ୍ତ୍ରୀ ବାନ୍ଧିକି ଜେଲ୍ ପଠାଇବେ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ୭ ଚାଷୀଙ୍କୁ ଗାଡ଼ି ମଡ଼ାଇ ମାରି ଜେଲରେ ଅଛନ୍ତି । ଆପଣ ସମୟ କାଢ଼ି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନୈତିକତା ପଢ଼ାଇଲେ ଭଲ ହୁଅନ୍ତା । ରେଳ ଦୁର୍ଘଟଣା ପରେ ନୈତିକତା ଦୃଷ୍ଟିରୁ ଶାସ୍ତ୍ରୀଜୀ ଇସ୍ତଫା ଦେଇଥିଲେ । ଆପଣଙ୍କ ସରକାରର କେତେ ମନ୍ତ୍ରୀ ରେଳ ଦୁର୍ଘଟଣା ପରେ ଇସ୍ତଫା ଦେଇଛନ୍ତି ?’ ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ । ତେବେ ପ୍ରଣବଙ୍କ ଏଭଳି ଟ୍ୱିଟ୍ ପାରେ ରାଜନୀତି ମହଲରେ ଏବେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ।
ଖାଲି ସେତିକି ନୁହେଁ, ସେ ନିଜର ପ୍ରତ୍ୟେକ ଟ୍ୱିଟ୍ରେ ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଆଉ ତାଙ୍କର ସବୁ ସମାଲୋଚନାକୁ କାଉଣ୍ଟର କରିବା ସହ ପାଲଟା ପ୍ରଶ୍ନ ମଧ୍ୟ କରିଛନ୍ତି । ସେ ଲେଖିଛନ୍ତି, ‘ଧର୍ମେନ୍ଦ୍ର ଭାଇ ଆପଣ ବି ସ୍ୱୀକାର କରିଛନ୍ତି ଯେ ଅତୀତରେ, ଯେତେବଡ଼ ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ ଏବେ ବି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ସାରା ଓଡ଼ିଶାବାସୀ ଜାଣିଛନ୍ତି ।’
ସେ ଆହୁରି କହିଛନ୍ତି, ‘ଯଦି ଦମ ଅଛି ଆପଣ ଓ ଆପଣଙ୍କ ଦଳ ଆସି ପୋଲିସ କିମ୍ବା ମାନ୍ୟବର ଉଚ୍ଚନ୍ୟାୟାଳୟରେ ଠୋସ ପ୍ରମାଣ ଦିଅନ୍ତୁ I ଇସ୍ତଫା ଛାଡ଼ନ୍ତୁ ମୁଖ୍ୟମନ୍ତ୍ରୀ ବାନ୍ଧିକି ଜେଲରେ ଭର୍ତ୍ତି କରିବେ ।’
ଏହାପରେ ସେ ଧର୍ମେନ୍ଦ୍ର ପାଲଟା ପ୍ରଶ୍ନ କରିଛନ୍ତି ଯେ, ‘ଟ୍ରେନ ଦୁର୍ଘଟଣାରେ ଶାସ୍ତ୍ରୀଜୀ ନୈତିକତା ଦୃଷ୍ଟିରୁ ସ୍ୱତଃପ୍ରବୃତ୍ତ ଭାବରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଆପଣଙ୍କ ସରକାର ଶାସନ କାଳରେ ଅନେକ ଟ୍ରେନ ଦୁର୍ଘଟଣା ଘଟିଛି ଏବଂ ଅନେକ ନିରୀହ ଲୋକ ପ୍ରାଣ ହରେଇଛନ୍ତି I ଆପଣଙ୍କ ମନ୍ତ୍ରୀ ମଣ୍ଡଳର କେତେ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି ?’
ଖାଲି ସେତିକି ନୁହେଁ, ‘ମାନ୍ୟବର ଗୃହରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ ୭ ଜଣ ନିରୀହ ଚାଷୀ ଭାଇଙ୍କୁ ମାରି ଜେଲରେ ଅଛନ୍ତି । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ତାଙ୍କ ଉପରେ ମୋକଦ୍ଦମା ହେଲା । ଆପଣଙ୍କ ମୂଲ୍ୟବାନ ସମୟରୁ କିଛି ସମୟ ବାହାର କରି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ନୈତିକତାର ପାଠ ପଢ଼େଇଲେ ଭଲ ହୁଅନ୍ତ ।’ ଏହା ପ୍ରଣବ ଆହୁରି ଟ୍ୱିଟ୍ କରି କହିଛନ୍ତି ଯେ, ‘ଆପଣଙ୍କ ସରକାର ଚାଷୀ ଆଇନ ପ୍ରତ୍ୟାହାର କରିଛନ୍ତି, କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଭାରତ ବର୍ଷର ଯେଉଁ ୭୫୦ ଜଣ ନିରୀହ ଚାଷୀ ପ୍ରାଣ ହରାଇଲେ, ତାର ନୈତିକ ଦାୟିତ୍ୱ କାହା ଉପରେ?
ସୂଚନା ଯୋଗ୍ୟ, ଆଜି ମମିତା ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସିଧା ନିଶାନା କରିଥିଲେ । ସେ କହିଥିଲେ, ପୀଡ଼ିତାଙ୍କ ବାପା-ମା’ଙ୍କୁ ଆଣି ହାଇକୋର୍ଟରେ ପ୍ରାୟୋଜିତ ମାମଲା କରାଯାଇଛି । ନୈତିକତା ଚାପରେ ଶାସ୍ତ୍ରୀ, ଆଡଭାନୀ ବି ଇସ୍ତଫା ଦେଇଥିଲେ ।ନୈତିକତା ଆଧାରରେ ମୁଖ୍ୟମନ୍ତ୍ରୀ ବି ଅନେକ ମନ୍ତ୍ରୀଙ୍କୁ ବିଦା କରିଛନ୍ତି । ହେଲେ ଏବେ ସେ ନୈତିକତା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ ଧର୍ମେନ୍ଦ୍ର । ଏତଲାଟିଏ ଦେବା ପାଇଁ ପୀଡ଼ିତାଙ୍କ ବାପା, ମା ଥାନାରୁ ଥାନା ବୁଲିଥିଲେ । ଏବେ ସେମାନଙ୍କ ଉପରେ ଚାପ ପକାଇ ତ୍ୱରିତ ଶୁଣାଣି ପାଇଁ କେସ୍ କରାଯାଇଛି । ମାମଲାର ଚାର୍ଜସିଟ୍ ହୋଇନି, କିନ୍ତୁ ତ୍ୱରିତ ଶୁଣାଣି ପାଇଁ ଅପିଲ କରାଯାଉଛି । ସରକାର ସେମାନଙ୍କ ଉପରେ ଚାପ ପକାଇ ହାଇକୋର୍ଟ ଆଣିଛନ୍ତି ବୋଲି କହିଥିଲେ ଧର୍ମେନ୍ଦ୍ର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)