Advertisment

‘ଆଜ୍ଞା ଆମକୁ ଟିକେ ରକ୍ଷା କରନ୍ତୁ, ପୋଲିସ୍‌ ଜଙ୍ଗଲରେ ବୁଲାଉଛି’

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଢେଙ୍କାନାଳ ଜିଲ୍ଲା କଲେଜ ଛକରୁ କିଛି ବିଜେପି କର୍ମୀଙ୍କୁ ପୋଲିସ୍‌ ଉଠାଇ ନେଇଛି। ପୋଲିସ ଉଠାଇ ନେଇ ଜଙ୍ଗଲରେ ଏହି ବିଜେପି କର୍ମୀଙ୍କୁ ବୁଲାଉଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Police take BJP leaders to forest!

Police take BJP leaders to forest!

ଢେଙ୍କାନାଳ: ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତ ପୂର୍ବରୁ ବରିଷ୍ଠ ବିଜେପି ନେତା ରୁଦ୍ର ନାରାୟଣ ପାଣିଙ୍କ ସମେତ ୫୦ ଜଣ ବିଜେପି କର୍ମୀଙ୍କୁ ପୋଲିସ୍‌ ଉଠାଇ ନେଇଥିଲା। ପରେ ସେମାନଙ୍କୁ ସୋରିଷିଆପଦା ଜଙ୍ଗଲରେ ବୁଲାଉଥିବା ସୂଚନା ମିଳିଛି। ରୁଦ୍ର ନାରାୟଣ ପାଣି, ଅଞ୍ଜଳି ବେହେରା ଓ ବିଭୂତି ପ୍ରଧାନଙ୍କୁ ସମେତ ଅନ୍ୟ କର୍ମୀଙ୍କୁ ଜଙ୍ଗଲରେ ବୁଲାଉଥିବା ନିଜେ ରୁଦ୍ର ପାଣି ଓଟିଭିକୁ କହିଛନ୍ତି। 

Advertisment

ଆଜ୍ଞା ଆମକୁ ଟିକେ ରକ୍ଷା କରନ୍ତୁ, ପୋଲିସ୍‌ ଜଙ୍ଗଲରେ ବୁଲାଉଛି...ଓଟିଭିକୁ ଏମିତି କିଛି ସୂଚନା ଦେଇଛନ୍ତି ବିଜେପି ନେତା ରୁଦ୍ର ପାଣି। ତେବେ ପୋଲିସର ଏ କିପ୍ରକାର ଅଭଦ୍ରାମୀ ବୋଲି ରୁଦ୍ର ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ଢେଙ୍କାନାଳ କଲେଜ ଛକରୁ ୫୦ ଜଣ ବିଜେପି କର୍ମୀଙ୍କୁ ପୋଲିସ୍‌ ଉଠାଇ ନେଇଥିଲା। ସେପଟେ ଗଣେଶ ବଜାର ଛକରେ ବିଜେପି କର୍ମୀମାନେ କଳାପତାକା ପ୍ରଦର୍ଶନ କରୁଥିବା ବେଳେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।  

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ ଓ ଢେଙ୍କାନାଳରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି।ଏହାଦ୍ୱାରା ଅନୁଗୁଳ ଜିଲ୍ଲାର ୧୦ ଲକ୍ଷ ହିତାଧିକାରୀ ଉପକୃତ ହେବେ। ଏଥିସହ ୧୧୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ପକ୍ଷରୁ କଳା ପତାକା ଦେଖାଇ ପ୍ରତିବାଦ କରାଯାଇଥିଲା। ସିମିଳିପଡା ଛକରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ନଗର କଂଗ୍ରେସ ପକ୍ଷରୁ ନାରାବାଜି ଓ ବିକ୍ଷୋଭ ପ୍ରଦର୍ଶନ ସହ ଶିକ୍ଷୟିତ୍ରୀ ମମିତା ମେହେର ମେହେରଙ୍କୁ ନ୍ୟାୟ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ପାଇଁ ଦାବି କରିଥିଲେ କଂଗ୍ରେସ କର୍ମୀ।

Advertisment

BJP Leader BJP Leader Rudra Pani
Advertisment
Advertisment