• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ହେଲେ ଭୋଟିଂ ଚାଲିଥିବା ବେଳେ ଲଖୀମପୁର ଖେରୀ ଜିଲ୍ଲାର ସଦର ବିଧାନସଭା ଆସନରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । କାଦିପୁର ସାନି ପୋଲିଂ ବୁଥରେ ଥିବା ଇଭିଏମ୍ ମେସିନରେ କେହି ଦୁର୍ବୃତ୍ତ ଫେଭିୱିକ୍ ଲଗାଇଦେଇଥିବା ଅଭିଯୋଗ ହୋଇଛି । ଆଉ ଏହି କାରଣରୁ ପ୍ରାୟ ଦେଢ଼ ଘଣ୍ଟା ଧରି ମତଦାନ ବାଧାପ୍ରାପ୍ତ ହୋଇଛି ।

ପୂର୍ବତନ ବିଧାୟକ ତଥା ସମାଜବାଦୀ ପାର୍ଟି (ସପା) ପ୍ରାର୍ଥୀ ଉତ୍କଳ ଧର୍ମେନ୍ଦ୍ର ଏନେଇ ଅଭିଯୋଗ କରିଛନ୍ତି । ପ୍ରଥମ ନମ୍ବରରେ ବଟନ୍‌ରେ ସପାର ଚିହ୍ନ ଥିବାବେଳେ ଦୁର୍ବୃତ୍ତ ସେଥିରେ ଇଭିଏମ୍ ଲଗାଇ ଦେଇଛନ୍ତି । ଯେଉଁ କାରଣରୁ ବଟନ୍ ଦବାଇଲେ ମଧ୍ୟ ବଟନ୍ ଦବୁନଥିଲା । ଏସମ୍ପର୍କରେ ଜଣାପଡ଼ିବା ପରେ ହୋହାଲ୍ଲା ହୋଇଥିଲା ଏବଂ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଥିଲା ସପା । ଅଭିଯୋଗ ପରେ ତୁରନ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଏପରି କାମ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସପା ପ୍ରାର୍ଥୀ ଉତ୍କଳ ଧର୍ମେନ୍ଦ୍ର ଦାବି କରିଛନ୍ତି । ସିସିଟିଭିରେ ଦୁର୍ବୃତ୍ତଙ୍କ ଚିତ୍ର ନିଶ୍ଚିତ ଥିବ । ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଉତ୍ତରପ୍ରଦେଶରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ । ଏହି ପର୍ଯ୍ୟାୟରେ ୫୯ ବିଧାନସଭା ସିଟରେ ଭୋଟିଂ ହୋଉଛି । ଆଜି ପିଲିଭିଟ, ଲଖିମପୁର, ଉନାଓ, ଲକ୍ଷ୍ନୌ, ରାଏବରେଲି ଏବଂ ଫତେପୁର ଭଳି ପ୍ରମୁଖ ଓ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳିରେ ମତଦାନ ଚାଲିଛନ୍ତି । ଚତୁର୍ଥ ପଯର୍ୟାୟରେ ମୋଟ ୬୨୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏଥିରୁ ମଇଦାନରେ ଥିବା କିଛି ହେଭିୱେଟ୍ ମଧ୍ୟ ରହିଛନ୍ତି ।

ସେହିପରି ଲକ୍ଷୀମପୁର ଖେରୀର ୮ଟି ସିଟରେ (ପାଲିଆ, ନିଗାସାନ୍, ଗୋଲା ଗୋରଖନାଥ, ଶ୍ରୀନଗର, ଧୋରହରା, ଲଖୀମପୁର, କାସ୍ତା ଏବଂ ମହମ୍ମଦୀ)ରେ ମତଦାନ ହେଉଛି । ଗତଥର ଲକ୍ଷ୍ମୀପୁର ଖେରୀରେ ବିଜେପି ଏହାକୁ ସଫା କରିଥିଲା, କିନ୍ତୁ ଏଥର ଟିକୁନିଆ ହିଂସା ଏକ ପ୍ରସଙ୍ଗ ହୋଇ ରହିଛି। ଏହି ହିଂସାରେ ଚାରିଜଣ କୃଷକଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଛି।