Advertisment

ପଞ୍ଚାୟତ ନିର୍ବାଚନ: ୪୯ ବୁଥ୍‌ରେ ଆଜି ପୁନଃ ମତଦାନ

ପଞ୍ଚାୟତ ନିର୍ବାଚନରେ ଆଜି ହେଉଛି ପୁନଃ ମତଦାନ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ ବୁଥ୍‌ରେ ଆଜି ମତଦାନ ଚାଲିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Today Re-polling At 49 Booths

Today Re-polling At 49 Booths

ପଞ୍ଚାୟତ ନିର୍ବାଚନରେ ଆଜି ହେଉଛି ପୁନଃ ମତଦାନ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ ବୁଥ୍‌ରେ ଆଜି ମତଦାନ ଚାଲିଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ବନ୍ଦ ହୋଇଥିବା ୨୫ଟି ବୁଥ୍ ରହିଛି। ସବୁଠାରୁ ଅଧିକ ଯାଜପୁର ଜିଲ୍ଲାର ୧୧ଟି ବୁଥ୍ ରହିଛି।

Advertisment

ପ୍ରଥମ ପର୍ଯ୍ୟାୟରେ ପୁରୀ ଓ ଭଦ୍ରକରେ ୫ଟି ଲେଖାଏ ବୁଥ୍, ଢେଙ୍କାନାଳରେ ୪ଟି ବୁଥ୍‌ରେ ରି-ପୋଲ୍‌ ହେଉଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଭ୍ରାଟ ଘଟିଥିବା ୨୪ଟି ବୁଥ୍‌ରେ ଆଜି ପୁନଃ ମତଦାନ ଚାଲିଛି। ଯାଜପୁର ଜିଲ୍ଲାର ସର୍ବାଧିକ ୧୩ଟି, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ୩ଟି ଲେଖାଏ ସହ ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ବଲାଙ୍ଗିର ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ ଲେଖାଏ ବୁଥ୍‌ରେ ପୁନଃ ମତଦାନ ଚାଲିଛି।

ଉଭୟ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବନ୍ଦ ଥିବା ଯାଜପୁର ଜିଲ୍ଲାର ସର୍ବାଧିକ ୨୪ଟି ବୁଥ୍‌ରେ ଆଜି ପୁନଃ ମତଦାନ ଚାଲିଛି। ସକାଳ ୯ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ।

Advertisment

ଅନ୍ୟପକ୍ଷେ, ରାୟଗଡ଼ା ଜିଲ୍ଲା ନିୟମଗିରି କୁର୍ଲି ପଞ୍ଚାୟତ ମୁଣ୍ଡବାଲିରେ ସାନି ମତଦାନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଭୋଟ୍‌ ଗ୍ରହଣ ପାଇଁ ଯାଉଥିବା ବେଳେ ପୋଲିଂ ଟିମ୍‌କୁ ବିରୋଧୀ ଗୋଷ୍ଠୀ ରାସ୍ତାରେ ଅଟକାଇଥିଲେ।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ପାଇଁ ବ୍ୟବସ୍ଥା କରିଛନ୍ତି। ସୂଚନାଥାଉ କି, ଗତ ୧୮ ତାରିଖରେ ଗାଁରେ ଭୋଟ୍‌ ଗ୍ରହଣ ବେଳେ ବୁଥ୍‌ କ୍ୟାପ୍‌ଚରିଂ ଅଭିଯୋଗ ହୋଇଥିଲା। ଫଳରେ ରାଜ୍ୟ ନିର୍ବାଚନ କମିଶନ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।  

Odisha Panchayat Polls Odisha Panchayat Elections
Advertisment
Advertisment