Advertisment

ଭୋଟ୍‌ ନ ଦେଇ ପାରିବାରୁ ବିଡିଓଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଭୋଟର ଲିଷ୍ଟରେ ନାଁ ନଥିବାରୁ ଗତ ୨୦ ତାରିଖ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେଇପାରନାହାନ୍ତି ତୁମ୍ବାର କିଛି ଲୋକ । ବିଡିଓଙ୍କୁ ଅଟକ ନେଇ ଚିକିଟି SDPO କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
BDO Detain

BDO Detain

ଗଞ୍ଜାମ ପାତ୍ରପୁର ବିଡିଓ ପ୍ରକାଶ ଦାଶଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଭୋଟର ଲିଷ୍ଟରେ ନାଁ ନଥିବାରୁ ଏହାକୁ ବିରୋଧ କରି ବିଡିଓଙ୍କୁ ଦାୟୀ କରିବା ସହ ଅଟକ ରଖିଥିବା ସୂଚନା ମିଳିଛି । ପାତ୍ରପୁର ବିଡିଓ ପ୍ରକାଶ ଦାଶ ତୁମ୍ବାକୁ ଯାଇଥିବା ବେଳେ ତାଙ୍କୁ ଗାଁଲୋକେ ଅଟକ ରଖିଛନ୍ତି । ଭୋଟର ଲିଷ୍ଟରେ ନାଁ ନଥିବାରୁ ଗତ ୨୦ ତାରିଖ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେଇପାରନାହାନ୍ତି ତୁମ୍ବାର କିଛି ଲୋକ । ବିଡିଓଙ୍କୁ ଅଟକ ନେଇ ଚିକିଟି SDPO କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି ।

Advertisment

ସୂଚନା ମୁତାବକ ଗତ ୨୦ ତାରିଖରେ ପାତ୍ରପୁର ବ୍ଲକ୍‌ ତୁମ୍ବା ପଞ୍ଚାୟତରେ ମତଦାନ ସରିଛି। ହେଲେ ଆଦିବାସୀ ଅଧ୍ୟୁଷିତ ଧାଡ଼ିଆମ୍ବ ଗାଁର ବହୁ ଲୋକ ମତଦାନରୁ ବଞ୍ଚିତ ହୋଇଥିଲେ। ଭୋଟ୍‌ ତାଲିକାରେ ନାଁ ନଥିବାରୁ ବହୁ ଆଦିବାସୀମାନେ ଭୋଟ୍‌ ଦେଇପାରିନଥିଲେ। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଆଜି ପାତ୍ରପୁର ବିଡ଼ିଓ ପ୍ରକାଶ ଦାସ ବିଦ୍ୟାଳୟ ରୂପାନ୍ତରିଣ କାମ ଦେଖି ଫେରୁଥିଲେ। ଏ ସମ୍ପର୍କରେ ଧାଡ଼ିଆମ୍ୱ ଗାଁର ମହିଳାମାନେ ଜାଣିପାରି ବିଡ଼ିଓଙ୍କୁ ବିଚ୍‌ ରାସ୍ତାରେ ଅଟକାଇ ଥିଲେ। ଆଉ ପ୍ରଶ୍ନ ପଚାରି ଘାଇଲା କରିଥିଲେ। ଭୋଟ୍‌ର ତାଲିକାରେ କାହିଁକି ନାଁ ନାହିଁ ବୋଲି ପଚାରିଥିଲେ? ଏହା ପରେ ବିଡିଓଙ୍କୁ ତାଙ୍କ ଗାଡ଼ିରୁ ମହିଳାମାନେ ଗାଁ ଭିତରକୁ ଟାଣି ନେଇଥିଲେ। ତାଙ୍କୁ କୌଣସି ଏକ ଅଜ୍ଞାନ ସ୍ଥାନରେ ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ପର୍ତ୍ତା ମିଳିନି।

Advertisment

ଗାଁଟି ଦୁର୍ଗମ ଗଜପତି ଓ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ସୀମାରେ ଅବସ୍ଥିତ। ସେଠାରେ ମୋବାଇଲ ଟାୱାର ନାହିଁ। ତେଣୁ ଗାଁ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରୁ ନାହିଁ। ତେଣୁ ଜିଲ୍ଲା ପ୍ରଶାସନ ଅଡୁଆରେ ପଡ଼ି ଯାଇଛି। ସେପଟେ ଚିକିଟି ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍‌ ଫୋର୍ସ ଉକ୍ତ ଗାଁକୁ ଯାଇଛନ୍ତି। ଏଥିସହ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ବିଡିଓଙ୍କୁ ଉଦ୍ଧାର କରିବା ପାଇଁ ଗାଁକୁ ଯାଉଥିବା ଜଣାପଡ଼ିଛି।

Panchayat Mahasangram BDO Detain
Advertisment
Advertisment