ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଜଣଙ୍କଠାରେ ଚିହ୍ନଟ ହେଲା ଭୂତାଣୁ। ଆଇଏଲଏସ୍ ପକ୍ଷରୁ ଦିଆଯାଇଛି ସୂଚନା
ଯେହେତୁ ରିସ୍କ ଦେଶରୁ ଫେରିଛନ୍ତି, ତେଣୁ ତାଙ୍କର ଜିନମ ସିକ୍ୱେନ୍ସିଂ ପାଇଁ ନମୁନା ପଠାଯାଇଛି । କଟକକୁ ବିଦେଶରୁ ଆସିଥିବା ୧୦୦ ଜଣେ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଇଛି । ସମସ୍ତ ବିଦେଶ ଫେରନ୍ତାଙ୍କ ଉପରେ କଡ଼ ନଜର ରଖାଯାଇଥିବା ସିଡିଏମ୍ଓ କହିଛନ୍ତି ।
ଘରୋଇ କମ୍ପାନି ପାଇଁ ଜମି ଅଧିଗ୍ରହଣ କରିବାକୁ ଢିଙ୍କିଆ ଗାଁକୁ ଭାଗ ଭାଗ କରାଯାଉଛି । ଗାଁ ଗାଁ ମଧ୍ୟରେ ସମ୍ପର୍କ ଓ ଭାଇଚାରା ନଷ୍ଟ କରାଯାଉଛି ।
ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକରେ ରାଜ୍ୟ ଜଣେ ବରିଷ୍ଠ ରାଜନେତାଙ୍କୁ ହରାଇଛି । ଜଗତସିଂହପୁର ଜିଲ୍ଲାର ଏଇ ବର୍ଷୀୟାନ ରାଜନେତା ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛନ୍ତି । ବିଜୁବାବୁଙ୍କୁ ଟକ୍କର ଦେଇ ସେ ପରେ ତାଙ୍କର ଅତି ବିଶ୍ୱସ୍ତ ହୋଇପାରିଥିଲେ । ରାଜନୀତିର ଅଙ୍କାବଙ୍କା ରାସ୍ତାରେ ଏମିତି ଥିଲା ଉମେଶଙ୍କ ଯାତ୍ରା ।
ଢିଙ୍କିଆ ପଞ୍ଚାୟତ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୩ ପଞ୍ଚାୟତର ପ୍ରାୟ ଦେଢ ହଜାର ଲୋକ ଏକାଠି ହୋଇଛନ୍ତି । ପ୍ରଦୂଷିତ ପାରାଦୀପ ଅଞ୍ଚଳରେ ଆଉ ଅଧିକ ପ୍ରଦୂଷଣକାରୀ ଶିଳ୍ପକୁ ସ୍ୱାଗତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ।
ଆପଣ ଅନେକ ଅନ୍ତେଷ୍ଟିରେ ସାମିଲ ହୋଇଥିବେ। କ୍ରିୟାକର୍ମ ବି ଦେଖିଥିବେ। ହେଲେ ଏମିତିକା ଶୁଦ୍ଧିକ୍ରିୟା କେବେ ହେଲେ ଦେଖି ନଥିବେ ବି ଶୁଣି ନଥିବେ। ଶବ ନଥାଇ ମଶାଣି ଯାଇଥିଲା କୋକେଇ। ହେଲେ ଏମିତି କାହିଁକି ହେଲା ଜାଣନ୍ତୁ
ବିଲ୍ଡରଙ୍କୁ ଆକ୍ରମଣ ଅଭିଯୋଗରେ ଲେଡି ଡନ୍ ଗିରଫ । ଅଭିଯୁକ୍ତ ଯୁବତୀ ମାନସୀ ନାୟକଙ୍କୁ ଗିରଫ କଲା କଟକ ଲାଲବାଗ ପୋଲିସ । ମାନସୀ ଜେଲରେ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ ।
ବୟସ ମାତ୍ର ୭ ବର୍ଷ । ହେଲେ ଅନର୍ଗଳ ଗାଉଛନ୍ତି ବୈଦିକ ମନ୍ତ୍ର । ହୋମ ଯଜ୍ଞ ମଧ୍ୟ କରୁଛନ୍ତି ଜେଜେଙ୍କ ସହ । କେବଳ ଏତିକି ନୁହେୱ ଗୀତ ବୋଲୁଛନ୍ତି ଓଡିଶୀ ନୃତ୍ୟ ମଧ୍ୟ କରୁଛନ୍ତି । ଏଭଳି ଜଣେ ବିସ୍ମୟ ବାଳିକା ହେଲେ ଜଗତସିଂହପୁର ଜିଲ୍ଳା ତରଡାପଡା ଗ୍ରାମର ଡି ସାଇ ଶ୍ରେୟାଂଶୀ । ଛୋଟ ବୟସରେ ତାଙ୍କର ବିରଳ ପ୍ରତିଭା ପାଇଁ ଅନେକ ପୁରସ୍କାର ପାଇଛନ୍ତି
ମା’ ଶାରଳାଙ୍କ ପୀଠରେ ୧୪୪ ଧାରା ଲାଗୁ ହୋଇଛି। ଆଜିଠୁ ୧୪ ତାରିଖ ଯାଏ ପୀଠରେ ୧୪୪ ଧାରା ଜାରି କରାଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଶାରଳାଙ୍କ ମନ୍ଦିର ଓ ଏହାର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇଛି।
୧୮ ତାରିଖ ସନ୍ଧ୍ୟା ପରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୯ ଓ ୨୦ ତାରିଖରେ ବିଶେଷକରି ଉତ୍ତର ଓଡ଼ିଶାର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଅବିଶ୍ରାନ୍ତ ବର୍ଷା। ଅସ୍ତବ୍ୟସ୍ତ ଜନଜୀବନ। ଦୁଇ ଦିନର ଲଗାଣ ବର୍ଷା ପରେ ବେହାଲ ଉପକୂଳ ଓଡ଼ିଶା। ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ଲଘୁଚାପ ବର୍ଷା ସବୁଠୁ ଅଧିକ ବର୍ଷିଛି। ଅସ୍ତରଙ୍ଗରେ ସର୍ବାଧିକ ୫୩୦ ଓ କାକଟପୁରରେ ୫୨୫ ମିଲିମିଟର ରେକର୍ଡ ବର୍ଷା ପରେ ଏ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି।
ରାଜ୍ୟରେ ଦୀର୍ଘ ଦିନ ପରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆହୁରି ଆଶ୍ୱସ୍ତିର ଖବର ଯେ, ୧୮ ବର୍ଷରୁ କମ୍ ବୟସର ୫୭ ଜଣ ଚିହ୍ନଟ ହୋଇଛନ୍ତି।
ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଉଭୟ କଂଗ୍ରେସ ଓ ବିଜେପିର ସମାଲୋଚନା । ଦୁଷ୍ମନ୍ତ ବହୁବାର ସରକାରଙ୍କୁ ନିଜର ଦୁଃଖ ଜଣାଇଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସରକାର ତା’ର ଦୁଃଖ ଶୁଣିବାର ଆବଶ୍ୟକତା ଥିଲା
ସାମୟିକ ଆଶ୍ୱସ୍ତୀ ପରେ କରୋନା ସଂକ୍ରମଣକୁ ନେଇ ପୁଣି ଚିନ୍ତା ବଢିଛି। ଜୁନ୍ ମାସ ଶେଷ ଆଡ଼କୁ ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ପରିଲକ୍ଷିତ ହୋଇଥିଲେ ମାତ୍ର ଜୁଲାଇ ଆରମ୍ଭରେ ହଠାତ୍ ବଦଳିଯାଇଛି ଟ୍ରେଣ୍ଡ୍। ଉପକୂଳର ୫ ଜିଲ୍ଲା ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ୱରରେ ପୁଣି ବଢିବାରେ ଲାଗିଛି ମହାମାରୀର କୋପ
ଟିକା ମିଳିଗଲା ତ ଭଲ କଥା, ନହେଲେ ଆାଉ ଗୋଟିଏ ଦିନର ଯୁଦ୍ଧକୁ ଅପେକ୍ଷା ରହିଛି। ଢେଙ୍କାନାଳରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି। ପ୍ରବଳ ଭିଡ଼ ସାଙ୍ଗକୁ ପାଟିତୁଣ୍ଡ,ହୋ ହାଲ୍ଲା ବି ହୋଇଛି। ଗତକାଲି ମଧ୍ୟ ଟିକା ପାଇଁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଗତସିଂହପୁର ଓ ଗଂଜାମ ଜିଲ୍ଲାରେ ଅନଲାଇନ୍ ସହ ଅନ୍ସାଇଟ୍ ପଂଜୀକରଣ ଦ୍ୱାରା ଟିକା ଦେବା ପ୍ରକ୍ରିୟା ଆରମ୍ଭ ହେବାପରେ ରାଜ୍ୟବ୍ୟାପୀ ଏବେ ଏଭଳି ଚିତ୍ର ଦେଖିବାକୁ ମିଳୁଛି।