Advertisment

ଟିକା କେନ୍ଦ୍ରରେ ଅସମ୍ଭାଳ ଭିଡ଼, ଠେଲା ପେଲା ସାଙ୍ଗକୁ ହେଉଛି ପାଟିତୁଣ୍ଡ

ଟିକା ମିଳିଗଲା ତ ଭଲ କଥା, ନହେଲେ ଆାଉ ଗୋଟିଏ ଦିନର ଯୁଦ୍ଧକୁ ଅପେକ୍ଷା ରହିଛି। ଢେଙ୍କାନାଳରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି। ପ୍ରବଳ ଭିଡ଼ ସାଙ୍ଗକୁ ପାଟିତୁଣ୍ଡ,ହୋ ହାଲ୍ଲା ବି ହୋଇଛି। ଗତକାଲି ମଧ୍ୟ ଟିକା ପାଇଁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଗତସିଂହପୁର ଓ ଗଂଜାମ ଜିଲ୍ଲାରେ ଅନଲାଇନ୍‌ ସହ ଅନ୍ସାଇଟ୍ ପଂଜୀକରଣ ଦ୍ୱାରା ଟିକା ଦେବା ପ୍ରକ୍ରିୟା ଆରମ୍ଭ ହେବାପରେ ରାଜ୍ୟବ୍ୟାପୀ ଏବେ ଏଭଳି ଚିତ୍ର ଦେଖିବାକୁ ମିଳୁଛି।

author-image
Sarbeswar
ଟିକା କେନ୍ଦ୍ରରେ ଅସମ୍ଭାଳ ଭିଡ଼, ଠେଲା ପେଲା ସାଙ୍ଗକୁ ହେଉଛି ପାଟିତୁଣ୍ଡ

orona vaccination center

ଭୁବନେଶ୍ୱର: କୋଭିଡ୍ ଟିକା ପାଇଁ ହାଉଜାଉ ସ୍ଥିତି। ଅଧିକାଂଶ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ଠେଲାପେଲା ପରିସ୍ଥିତି। ଏମିତିକି କିଛି ସ୍ଥାନରେ ଲୋକେ ରାତି ଅନିଦ୍ରା ହୋଇ ଟିକା ପାଇଁ ଲାଇନ୍ ଲଗାଉଥିବା ଦେଖିବାକୁ ମିଳିଛି। କୋଭିଡର ସମସ୍ତ କଟକଣାକୁ ଫୁ କରି ସତେ ଯେମିତି ଟିକା ପାଇଁ ଚାଲିଛି ପ୍ରତିଯୋଗିତା ଚାଲିଛି। ଏପଟେ ସୁରୁଖୁରୁରେ ଟିକାକରଣ ପାଇଁ ଜୁଲାଇ କୋଟା ବ୍ୟତୀତ ଅତିରିକ୍ତ ୧୫ ଲକ୍ଷ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର।

Advertisment

ଅସମ୍ଭାଳ ସ୍ଥିତି। ଟିକାକରଣ କେନ୍ଦ୍ରରେ ଖଚାଖଚ ଭିଡ଼। ଆଧାର ଫଟୋକପି ଉପରେ ପଥର ଖଣ୍ଡେ ଲେଖାଏଁ ରଖି ଲୋକେ ଲଗାଇଛନ୍ତି ଲମ୍ବା ଲାଇନ୍। ଟିକା ନମିଳିବା ଆଶଙ୍କାରେ ଏମିତି ରାତି ଅନିଦ୍ରା ହୋଇ ନିଜ ପାଳିକୁ ଅପେକ୍ଷା କରିଛନ୍ତି ଲୋକେ। ଏମିତି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ପ୍ରତାପପୁର ନିଶାମଣି ସରକାରୀ ହାଇସ୍କୁଲରେ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ଏମଭି-୭୯ ଟିକାକରଣ କେନ୍ଦ୍ରରେ ବି ଅସମ୍ଭାଳ ଭିଡ଼। ପ୍ରବଳ ଗୁଳୁଗୁଳି ଓ ଅସହ୍ୟ ଗରମ ଭିତରେ ଲୋକେ ଲମ୍ବାଲାଇନରେ ଘଣ୍ଟାଘଣ୍ଟା ଧରି ଛିଡ଼ା ହୋଇ ଅପେକ୍ଷା କରିଛନ୍ତି ନିଜ ପାଳିକୁ।

ଟିକା ମିଳିଗଲା ତ ଭଲ କଥା, ନହେଲେ ଆାଉ ଗୋଟିଏ ଦିନର ଯୁଦ୍ଧକୁ ଅପେକ୍ଷା ରହିଛି। ଢେଙ୍କାନାଳରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି। ପ୍ରବଳ ଭିଡ଼ ସାଙ୍ଗକୁ ପାଟିତୁଣ୍ଡ,ହୋ ହାଲ୍ଲା ବି ହୋଇଛି। ଗତକାଲି ମଧ୍ୟ ଟିକା ପାଇଁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଗତସିଂହପୁର ଓ ଗଂଜାମ ଜିଲ୍ଲାରେ ଅନଲାଇନ୍‌ ସହ ଅନ୍ସାଇଟ୍ ପଂଜୀକରଣ ଦ୍ୱାରା ଟିକା ଦେବା ପ୍ରକ୍ରିୟା ଆରମ୍ଭ ହେବାପରେ ରାଜ୍ୟବ୍ୟାପୀ ଏବେ ଏଭଳି ଚିତ୍ର ଦେଖିବାକୁ ମିଳୁଛି।

Advertisment

ରାଜ୍ୟରେ ଏବେ ପ୍ରାୟ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଡୋଜ୍ ମହଜୁଦ ରହିଛି, ଯାହା ଦୁଇ ଦିନ ପାଇଁ ପର୍ଯ୍ୟାପ୍ତ ହେବ। ଏହି ଭିତରେ ନୂଆ ଟିକା ନଆସିଲେ ପୁଣି ଉପୁଜିବ ସମସ୍ୟା। କାରଣ ଜୁଲାଇ ୧୫ରେ ରାଜ୍ୟକୁ ପରବର୍ତ୍ତୀ ପର୍ଯ୍ୟାୟ ଟିକା ମିଳିବା ଆଶା କରାଯାଉଛି। ଫଳରେ ୯ରୁ ୧୫ ତାରିଖ ଭିତରେ ଟିକାକରଣରେ ବାଧା ଉପୁଜିବ। ସେପଟେ ଏଯାଏଁ ୧ କୋଟି ଲୋକ ପ୍ରଥମ ଡୋଜ୍ ଟିକା ନେଇସାରିଥିବା ବେଳେ ଚଳିତ ମାସରେ ଦ୍ୱିତୀୟ ଡୋଜ୍ ପାଇଁ ୨୮ ଲକ୍ଷ ୩୧ ହଜାର ଡୋଜର ଆବଶ୍ୟକତା ରହିଛି। ତେବେ ଜୁଲାଇରେ ୨୫ ଲକ୍ଷ ୩୧ ହଜାର ଡୋଜ୍ ପହଞ୍ଚିବ। ଦ୍ୱିତୀୟ ଡୋଜ୍ କୋଟା ସହିତ ଅତିରିକ୍ତ ୧୫ ଲକ୍ଷ ଡୋଜ୍ ଟିକା ଯୋଗାଇ ଦେବାକୁ କେନ୍ଦ୍ର ପାଖରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରି ଚିଠି ଲେଖିଛି।

ଅନ୍ୟପକ୍ଷରେ ପର୍ଯ୍ୟାପ୍ତ ପରିମାଣରେ ଟିକା ମିଳିଲେ ୫ ମାସରେ ଟିକାକରଣ ଶେଷ ହୋଇପାରିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି। କରୋନା ଦ୍ୱିତୀୟ ଲହରର ଭୟାବହତାକୁ ଦେଖି ଟୀକା ନେବାକୁ ଲୋକେ ଆଗ୍ରହ କରୁଛନ୍ତି ସତ କିନ୍ତୁ ଟୀକାଦାନ କେନ୍ଦ୍ରର ଏ ଦୃଶ୍ୟ ଦେଖିଲେ ପ୍ରଶ୍ନ ଉଠୁଛି, ଏ ସ୍ଥିତି କରୋନାରୁ ରକ୍ଷା କରିବ ନା ରୋଗ ସଂକ୍ରମଣକୁ ନିମନ୍ତ୍ରଣ କରିବ ।

Coronavirus COVID19 #OdishaFightsCorona
Advertisment
Advertisment