/odishatv-khabar/media/post_attachments/uploadimage/library/16_9/16_9_0/JSW_1636554713.jpg)
JSW
ଜଗତସିଂହପୁର: ପୋସ୍କୋ ଅଞ୍ଚଳରେ ପ୍ରସ୍ତାବିତ JSW ପ୍ରକଳ୍ପକୁ ବିରୋଧ । ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ କରି ଜଗତସିଂହପୁର ଏରସମା ବ୍ଲକ ପାଟଣାରେ ବିରୋଧୀଙ୍କ ମେଳି । ଢିଙ୍କିଆ, ନୂଆଗାଁ ଏବଂ ଗଡକୁଜଙ୍ଗ ପଞ୍ଚାୟତବାସୀ ପ୍ରକଳ୍ପ ବିରୋଧରେ ଜନମେଳି କରିଛନ୍ତି । ମେଳିକୁ ସମର୍ଥନ ଜଣାଇ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ପୋସ୍କୋ ବିରୋଧୀ ନେତା ପ୍ରଶାନ୍ତ ପାଇକରାୟ ଏବଂ କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଢିଙ୍କିଆ ପଞ୍ଚାୟତ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୩ ପଞ୍ଚାୟତର ପ୍ରାୟ ଦେଢ ହଜାର ଲୋକ ଏକାଠି ହୋଇଛନ୍ତି । ପ୍ରଦୂଷିତ ପାରାଦୀପ ଅଞ୍ଚଳରେ ଆଉ ଅଧିକ ପ୍ରଦୂଷଣକାରୀ ଶିଳ୍ପକୁ ସ୍ୱାଗତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ । ତା ଛଡା ଶିଳ୍ପ ନାଁରେ ଲୋକଙ୍କୁ ରାଜ୍ୟ ସରକାର ଭୂଆଁ ବୁଲାଉଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରନ୍ତୁ, ପୋସ୍କୋ ସମୟର ମିଥ୍ୟା ମାମଲା ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି । ବିରୋଧୀ ଅନ୍ୟପଟେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଜଗତସିଂହପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ଚାଲିଛି ସମାନ୍ତରାଳ ଆଲୋଚନା ସଭା । ବୈଠକରେ ମନ୍ତ୍ରୀ ରଘୁନନ୍ଦନ ଦାସ ଏବଂ ସାଂସଦ ରାଜଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)