• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସିର୍ଦ୍ଧାର୍ଥଙ୍କୁ  ଶ୍ରଦ୍ଧାଞ୍ଜଳୀ ଦେଲେ ରାହୁଲ ବୈଦ୍ୟ

  •  ସିଦ୍ଧାର୍ଥଙ୍କ ପସନ୍ଦର ଗୀତ ଗାଇଲେ ରାହୁଲ

ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ଅନେକ ଲୋକ ଓ କଳାକାର ତାଙ୍କ ସହିତ ଯଡ଼ିତ ଥିବା ପୁରୁଣା ସ୍ମୃତି ବାଣ୍ଟୁଛନ୍ତି । ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ବିଗ୍ ବସ୍ ୧୪ରେ ନଜର ଆସିଥିବା ଗାୟକ ରାହୁଲ ବୈଦ୍ୟ ନିକଟରେ ସେ ଏକ ଗୀତ ଗାଇ ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରାହୁଲ ସିଦ୍ଧାର୍ଥଙ୍କ ପସନ୍ଦର ଗୀତ ଗାଇ ତାଙ୍କୁ ଶ୍ରଦ୍ଧାଞ୍ଚଳୀ ଅର୍ପଣ କରିଛନ୍ତି । ଯେତେବେଳେ ରାହୁଲ 'ବିଗ୍ ବସ୍ ୧୪'ର ପ୍ରତିଯୋଗୀ ଥିଲେ ସିଦ୍ଧାର୍ଥ ଶୁକ୍ଲା ସେତେବେଳେ ସୋ ରେ ଜଣେ ସିନିୟର ଭାବରେ ଘରେ ପ୍ରବେଶ କରିଥିଲେ ।

ସିଦ୍ଧାର୍ଥ ଶୁକ୍ଲା ଏଭଳି ଅକାଳ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି । ଗୁରୁବାର ଦିନ ୪୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରି ସହ ଜଡିତ ତାରକାମାନେ ତାଙ୍କୁ ନିଜ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ରାହୁଲ ବୈଦ୍ୟ ତାଙ୍କୁ ନିଜ ଶୈଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଭିଡିଓରେ ଏକ କନ୍ସର୍ଟରେ ରାହୁଲ ବୈଦ୍ୟ ସିଦ୍ଧାର୍ଥଙ୍କ ପ୍ରିୟ ଗୀତ ଗାଉଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ସେ କହୁଛନ୍ତି, ମୋର ଜଣେ ଘନିଷ୍ଠ ବନ୍ଧୁ ଏହି ଦୁନିଆ ଛାଡି ସବୁଦିନ ପାଇଁ ଚାଲି ଯାଇଛନ୍ତି । ମୁଁ ଏହି ଗୀତ ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛି । ଏହି ଗୀତ ସିଦ୍ଧାର୍ଥଙ୍କର ପ୍ରିୟ ଥିଲା ଏବଂ ମୁଁ ଆଜି ତୁମ ପାଇଁ ଏହି ଗୀତ ଗାଇବାକୁ ଚାହୁଁଛି ।

ନିକଟରେ ସିଦ୍ଧାର୍ଥଙ୍କ ସହ ରାହୁଲ ଏକ ଭିଡିଓ ସେୟାର କରିଥିବାବେଳେ କହିଥିଲେ ଯେ ସିଦ୍ଧାର୍ଥଙ୍କ ସହ ତାଙ୍କର ବନ୍ଧୁତା ବିଗ୍ ବସ୍ ସିଜନ୍ ୧୪ ସମୟରେ ହୋଇଥିଲା । ସିଦ୍ଧାର୍ଥ ମଧ୍ୟ ରାହୁଲଙ୍କୁ ବିଗ୍‌ବସ୍ ଘରୁ ଉଦ୍ଧାର କରିଥିଲେ। ବିଗ୍ ବସ୍ ଘରୁ ବାହାରକୁ ଆସିବା ପରେ ମଧ୍ୟ ରାହୁଲ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ଯୋଗାଯୋଗରେ ଥିଲେ। ରାହୁଲ ମଧ୍ୟ ସିଦ୍ଧାର୍ଥଙ୍କ ୪୦ତମ ଜନ୍ମଦିନ ଉତ୍ସବରେ ଅଂଶଗ୍ରହଣ କରିଥିଲେ ।